ଭୁବନେଶ୍ୱର,୧୨/୦୭: ଜର୍ଜିଆର ବାତୁମିରେ ଚାଲିଥିବା ଫିଡେ ଚେସ୍ ମହିଳା ବିଶ୍ୱକପ୍-୨୦୨୫ରେ ଓଡ଼ିଆ ଆଇଏମ୍ ପଦ୍ମିନୀ ରାଉତ (୨୩୫୨) ଦ୍ୱିତୀୟ ରାଉଣ୍ଡରେ ଉନ୍ନତ ପ୍ରଦର୍ଶନ ଜାରି ରଖିଛନ୍ତି । ପୂର୍ବତନ ବିଶ୍ୱ ଚାମ୍ପିଅନ ଆଲେକଜାଣ୍ଡ୍ରା କୋଷ୍ଟେନିଉକଙ୍କ ସହ ଉଭୟ ଗେମ୍ ଡ୍ର’ ରଖିବା ପରେ ପ୍ଲେଅଫ୍ ଖେଳାଯାଇଥିଲା । ରାପିଡ୍ ପ୍ଲେଅଫ୍ ପ୍ରଥମ ଗେମରେ ପଦ୍ମିନୀ ବିଜୟୀ ହୋଇଛନ୍ତି ।
ଦ୍ୱିତୀୟ ଗେମ୍ରେ ଯଦି ସେ କୋଷ୍ଟେନିଉକଙ୍କ ସହ ବାଜି ଡ୍ର’ ରଖନ୍ତି, ତେବେ ତୃତୀୟ ରାଉଣ୍ଡରେ ପ୍ରବେଶ କରିପାରିବେ। ଭାରତର ଆଇପିଏମ୍ ବନ୍ତିକା ମଧ୍ୟ ସମାନ ସ୍ଥିତିରେ ରହିଛନ୍ତି । ସେ ଜିଏମ୍ ଆନ୍ନା ଉସନିଆଙ୍କ ସହ ପ୍ଲେଅଫର ପ୍ରଥମ ଗେମ୍ରେ ବିଜୟୀ ହୋଇଛନ୍ତି। ଦ୍ୱିତୀୟ ଗେମ୍ ଡ୍ର’ ରଖିଲେ ଉସନିଆ ବିଦାୟ ନେବେ ଏବଂ ବନ୍ତିତା ତୃତୀୟ ରାଉଣ୍ଡରେ ପ୍ରବେଶ କରିବେ ।