ଏହି ଦେଶର ପୂର୍ବତନ ରାଷ୍ଟ୍ରପତି ୩୫୦୦୦ଜଣ ମହିଳାଙ୍କ ସହ ରଖିଥିଲେ ଶାରିରୀକ ସମ୍ପର୍କ, ୬୦୦ଥର ହୋଇଥିଲା ତାଙ୍କୁ ହତ୍ୟା ଉଦ୍ୟମ

କାରିବିଆନ ସାଗର ସ୍ଥିତ ଏକ ଦ୍ବୀପ ଦେଶ ଅଛି ଯାହାର ନାଁ ହେଉଛି କ୍ୟୁବା। ଯାହାର ପୂର୍ବତନ ରାଷ୍ଟ୍ରପତି ବହୁତ ଚର୍ଚ୍ଚାରେ ରହିଥିଲେ। ୮୨ ବର୍ଷ ବୟସ ପର୍ଯ୍ୟନ୍ତ ସେ ୩୫୦୦୦ଜଣ ମହିଳାଙ୍କ ସହିତ ଶାରିରୀକ ସମ୍ପର୍କ ରଖିଥିଲେ। କେବଳ ସେତିକି ନୁହେଁ ଏହି କଥାର ଖୁଲାସା ହେଲା ପରେ ଏହା ଉପରେ ଏକ ଡକ୍ୟୁମେଣ୍ଟାରି ମଧ୍ୟ କରାଯାଇଛି।

ନ୍ୟୟର୍କ ପୋଷ୍ଟର ଏକ ଅଧିକାରୀ କହିଛନ୍ତି କି, ସେ ପ୍ରତିଦିନ ଦୁଇଜଣ ମହିଳାଙ୍କ ସହିତ ଶାରିରୀକ ସମ୍ପର୍କ ରଖୁଥିଲେ। କ୍ୟୁବାର ଏହି ରାଷ୍ଟ୍ରପତିଙ୍କ ନାଁ ହେଉଛି ଫିଡେଲ୍ କାଷ୍ଟ୍ରୋ। ୧୯୫୯ ମସିହାରେ କ୍ରାନ୍ତି ଜରିଆରେ ଆମେରିକା ପିଣ୍ଡୁ ଫୁଙ୍ଗେନସିଓ ବତିସ୍ତାର ନାନାସାହିଙ୍କୁ ବାହାରେ ଫୋପାଡ଼ି ସେ ପାଓ୍ବାରକୁ ଆସିଥିଲେ। ତାଙ୍କୁ କମ୍ୟୁନିଷ୍ଟ କ୍ୟୁବାର ଜନକ ବୋଲି କୁହାଯାଉଥିଲା। ୨୫ ନଭେମ୍ବର ୨୦୧୬ ମସିହାରେ ୯୦ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିଲା।

ଫିଡେଲ୍ କାଷ୍ଟ୍ରୋ ବ୍ରିଟେନର ମହାରାଣୀ ଏବଂ ଥାଇଲାଣ୍ଡର ରାଜାଙ୍କ ପରେ ଦୁନିଆଁର ତୃତୀୟ ରାଷ୍ଟାଧ୍ୟକ୍ଷ ଥିଲେ। ଯିଏକି ସବୁଠୁ ଲମ୍ବା ସମୟ ପର୍ଯ୍ୟନ୍ତ ରାଜ୍ କରିଥିଲେ। ୧୯୫୯ରୁ ୧୯୭୬ ପର୍ଯ୍ୟନ୍ତ ସେ କ୍ୟୁବାର ପ୍ରଧାନମନ୍ତ୍ରୀ ଏବଂ ୧୯୭୬ରୁ ୨୦୦୮ ପର୍ଯ୍ୟନ୍ତ ରାଷ୍ଟ୍ରପତି ଥିଲେ। ଫିଡେଲ୍ କାଷ୍ଟ୍ରୋଙ୍କ ନାମ ଗିନିଜ୍ ବୁକ୍ ଅଫ୍ ଓ୍ବାର୍ଲ୍ଡ ରେକର୍ଡରେ ମଧ୍ୟ ତାଙ୍କ ନାଁ ରହିଛି। ଏହି ରେକର୍ଡ ସେ ଭାଷଣ ଦେବାରେ ପାଇଥିଲେ। ୨୯ ଡିସେମ୍ବର ୧୯୬୦ରେ ସେ ଯୁଗ୍ମ ରାଷ୍ଟ୍ରରେ ୪ ଘଣ୍ଟାରେ ୨୯ ମିନିଟର ଭାଷଣ ଦେଇଥିଲେ। ତାଙ୍କର ୭ଘଣ୍ଟାରେ ୧୦ମିନିଟର ସବୁଠୁ ଲମ୍ବା ଭାଷଣ ୧୯୮୬ରେ କ୍ୟୁବାରେ ରେକର୍ଡ କରାଯାଇଥିଲା।

ଫିଡେଲ୍ କାଷ୍ଟ୍ରୋଙ୍କର ଏକ ଗାଈ ମଧ୍ୟ ଥିଲା। ଯାହାର ନାଁ ଗିନିଜ୍ ବୁକ୍ ଅଫ୍ ଓ୍ବାର୍ଲ୍ଡ ରେକର୍ଡରେ ରହିଛି। କାଷ୍ଟ୍ରୋଙ୍କର ଗାଈ ସବୁଠୁ ଅଧିକ କ୍ଷୀର ଦେଉଥିବାରୁ ତା ନାଁ ରେକର୍ଡରେ ରହିଥିଲା। ଏହି ଗାଈ ଏକ ଦିନରେ ୧୧୦ ଲିଟର କ୍ଷୀର ଦେଉଥିଲା।

କାଷ୍ଟ୍ରୋଙ୍କର ଦାବି ଥିଲା କି ୬୦୦ରୁ ଅଧିକ ଥର ତାଙ୍କୁ ହତ୍ୟା କରିବାକୁ ଉଦ୍ୟମ କରାଯାଇ୍ଥିଲା। ସେଥିପାଇଁ ସେ ମୁଖ୍ୟ ରୂପରେ ଆମେରିକା ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସି ଏଜେନ୍ସିକୁ ଦୋଷୀ ସାବ୍ୟସ୍ତ କରିଥିଲେ। ତାଙ୍କର ଦାବି ଥିଲା କି ତାଙ୍କର ହତ୍ୟା ପଛରେ ବିଷାକ୍ତ ଔଷଧ, ବିଷାକ୍ତ ସିଗାରେଟ୍, ବିଷାକ୍ତ ପାଉଡରଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ବିଷାକ୍ତ ସାମଗ୍ରୀ ବ୍ୟବହାର କରାଯାଇଥିଲା।
