PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ରେଷ୍ଟୁରାଣ୍ଟରେ ଭୀଷଣ ଅଗ୍ନିକାଣ୍ଡ , ବହୂ ଦୂର ଯାଏ ଦେଖାଗଲା ଧୂଆଁ

ଚଣ୍ଡିଗଡ଼ : ପଞ୍ଚକୂଲାର ପିଞ୍ଜୋରରେ ଥିବା ରିଭଲଭିଂ ରେଷ୍ଟୁରାଣ୍ଟରେ ଶୁକ୍ରବାର ଭୀଷଣ ନିଆଁ  ଲାଗିଛି । ନିଆଁ ସର୍ଟ ସର୍କିଟ କାରଣରୁ ଲାଗିଛି। ଚଣ୍ଡିଗଡ଼-ଶିମଳା ନ୍ୟାସନାଲ ହାଇୱେ ନିକଟରେ ଘଟଣାଟି ଘଟିଛି । ସୂଚନା ପାଇ ଫାୟାର ବ୍ରିଗେଡର ୧୦ଟି ଗାଡ଼ି ଘଟଣା ସ୍ଥଳରେ ପହଞ୍ଚି ଥିଲା । ହାଇଡ୍ରୋଲିକ ପ୍ଲାଟଫର୍ମ ଦ୍ୱାରା ନିଆଁକୁ ଆୟତ୍ତ କରାଯାଇଛି। ଯେଉଁ ସମୟରେ ନିଆଁ ଲାଗିଥିଲା , ସେହି ସମୟରେ କିଛି ଲୋକ ରେଷ୍ଟୁରାଣ୍ଟରେ ଜଳଖିଆ ଖାଉଥିଲେ । ନିଆଁର ସୂଚନା ମିଳିବା କ୍ଷଣି ସେଠାରେ ଆତଙ୍କ ଖେଳି ଯାଇଥିଲା ।

ସୂଚନା ଆଧାରରେ, ଶୁକ୍ରବାର ରେଷ୍ଟୁରାଣ୍ଟର ୧୧ତମ ମହଲାରେ ଥିଲା କିଚେନର ଚିମନୀରେ ନିଆଁ ଲାଗିଥିଲା । ନିଆଁ ଛାତରେ ଲାଗିଥିବା ସିଲିଂରେ ପହଞ୍ଚି ଯାଇଥିଲା । ଯାହାର ଧୂଆଁ ଅନେକ କିଲୋମିଟର ଯାଏ ନଜର ଆସୁଥିଲା । ସୂଚନା ପାଇବା କ୍ଷଣି ଫାୟାର ବ୍ରିଗେଡର ଗାଡ଼ି ଗୁଡ଼ିକ ଘଟଣା ସ୍ଥଳରେ ପହଞ୍ଚି ଥିଲା ଏବଂ ଫାୟାର ବ୍ରିଗେଡ କର୍ମଚାରୀମାନେ ପାଖାପାଖି ଘଣ୍ଟାଏ ଧରି ଉଦ୍ୟମ କରିବା ପରେ ନିଆଁକୁ କାବୁ କରିଥିଲେ । ଉକ୍ତ ଅଗ୍ନିକାଣ୍ଡରେ କାହାର ଜୀବନ ହାନି ହେବାର ସୂଚନା ନାହିଁ।  କିନ୍ତୁ ଘର ଭିତରେ ଥିବା ସବୁ ଜିନିଷ ଜଳି ଯାଇଛି।

ରେଷ୍ଟରାଣ୍ଟର ଟପ୍‌ ଫ୍ଲୋରରେ ନିଆଁ ଲାଗିଥିଲା ଏବଂ ନିଆଁ ଏତେ ଭୟାନକ ଥିଲା କି ଅନେକ କିଲୋମିଟର ଦୂର ଯାଏ ଏହାର ଧୂଆଁ ଦେଖାଯାଉ ଥିଲା । ଲୋକଙ୍କୁ ସୁରକ୍ଷିତ ରଖିବାକୁ ଆଖାପାଖର ଘର ଖାଲି କରାଗଲା ,ଏହାକୁ ଯେମିତି କୌଣସି ପ୍ରକାରର କ୍ଷତି ନହେଉ । ପୁଲିସ ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚି କ୍ଷୟକ୍ଷତିର ଅନୁଧ୍ୟାନ କରୁଛି।

ସମ୍ବନ୍ଧିତ ଖବର