ପ୍ରମୁଖ ଖବର
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ଆଜିଠୁ କ୍ୱାର୍ଟର ଫାଇନାଲ୍‌: ଇତିହାସ ଦୋହରାଇବା ଲକ୍ଷ୍ୟରେ ନେଦରଲାଣ୍ଡ୍‌ସ, ମେସି ମ୍ୟାଜିକ୍‌ ଅପେକ୍ଷାରେ ଦର୍ଶକ

ଦୋହା,୦୯/୧୨: ଚଳିତ କତାର ଫିଫା ବିଶ୍ୱକପ୍‌ର କ୍ୱାର୍ଟର ଫାଇନାଲ୍‌ ରାଉଣ୍ଡ ଆରମ୍ଭ ହେବାକୁ ଯାଉଛି । ଶୁକ୍ରବାର ୨ଟି ମ୍ୟାଚ୍‌ ରହିଛି । ପ୍ରଥମ କ୍ୱାର୍ଟର ଫାଇନାଲ୍‌ରେ ବ୍ରାଜିଲ ଓ କ୍ରୋଏସିଆ ପରସ୍ପରକୁ ଭେଟିବେ । ଆର୍ଜେଣ୍ଟିନା ଓ ନେଦରଲାଣ୍ଡ୍‌ସ ମଧ୍ୟରେ ଦ୍ୱିତୀୟ ମୁକାବିଲା ଖେଳାଯିବ ।

wp:heading {"level":3}

ବ୍ରାଜିଲ୍‌ ବନାମ କ୍ରୋଏସିଆ

/wp:heading

ଆଜି ପ୍ରଥମ କ୍ୱାର୍ଟର ଫାଇନାଲ୍‌ରେ ବ୍ରାଜିଲ ଓ କ୍ରୋଏସିଆ ପରସ୍ପରକୁ ଭେଟିବେ । ଏଜୁକେଶନ ସିଟି ଷ୍ଟାଡିୟମ୍‌ରେ ଏହି ମ୍ୟାଚ ଖେଳାଯିବ । ନକ୍‌ ଆଉଟ୍‌ରେ ବ୍ରାଜିଲ୍‌ ୪-୧ ଗୋଲ୍‌ରେ ଦକ୍ଷିଣ କୋରିଆକୁ ପରାସ୍ତ କରିଥିଲା । ଅନ୍ୟ ପଟରେ କ୍ରୋଏସିଆ ଟାଇବ୍ରେକରରେ ଜାପାନକୁ ହରାଇ କ୍ରମାଗତ ଦ୍ୱିତୀୟ ଥର ପାଇଁ କ୍ୱାର୍ଟରରେ ପ୍ରବେଶ କରିଛି ।

ଉଭୟ ଦଳ ବିଶ୍ୱକପ୍‌ରେ ପରସ୍ପରକୁ ୨ ଥର ଭେଟିଛନ୍ତି । ଉଭୟ ମ୍ୟାଚ୍‌ରେ ବ୍ରାଜିଲ୍‌ ବିଜୟୀ ହୋଇଛି । ୨୦୦୬ ଜର୍ମାନୀ ବିଶ୍ୱକପ୍‌ରେ ବ୍ରାଜିଲ୍‌ ୧-୦ ଗୋଲ୍‌ରେ ଏବଂ ୨୦୧୪ ବ୍ରାଜିଲ୍‌ ବିଶ୍ୱକପ୍‌ରେ ୩-୧ ଗୋଲ୍‌ରେ ବିଜୟୀ ହୋଇଥିଲା । ଅନ୍ୟାନ୍ୟ ମୁକାବିଲାକୁ ଦେଖିଲେ ଉଭୟ ଦଳ ମଧ୍ୟରେ ମୋଟ୍‌ ୪ଥର ଭେଟ ହୋଇଛି । ବ୍ରାଜିଲ ୩ଟି ମ୍ୟାଚ୍‌ ଜିତିଛି ଓ ଅନ୍ୟ ମ୍ୟାଚ୍‌ଟି ଡ୍ର’ ରହିଛି । ଦକ୍ଷିଣ ଆମେରିକୀୟ ଦଳ ବିପକ୍ଷରେ କ୍ରୋଏସିଆ ମୋଟ୍‌ ୫ଟି ବିଶ୍ୱକପ ମ୍ୟାଚ୍‌ ଖେଳି ୪ଟିରେ ପରାଜିତ ହୋଇଛି ।

୨୦୦୨ ବିଶ୍ୱକପ୍‌ ଫାଇନାଲ୍‌ରେ ଜର୍ମାନୀକୁ ୨-୦ ଗୋଲ୍‌ରେ ହରାଇ ବ୍ରାଜିଲ୍‌ ଚାମ୍ପିଅନ୍‌ ହୋଇଥିଲା । ଏହାପରଠୁ ବ୍ରାଜିଲ୍‌ ଚାମ୍ପିଅନ୍‌ ହୋଇପାରି ନାହିଁ । ୨୦୦୬ କ୍ୱାର୍ଟର ଫାଇନାଲ୍‌ରେ ଫ୍ରାନ୍ସ, ୨୦୧୦ କ୍ୱାର୍ଟର ଫାଇନାଲ୍‌ରେ ନେଦରଲାଣ୍ଡ୍‌ସ, ୨୦୧୪ ସେମି ଫାଇନାଲ୍‌ରେ ଜର୍ମାନୀ ଓ ୨୦୧୮ କ୍ୱାର୍ଟର ଫାଇନାଲ୍‌ରେ ବେଲଜିୟମ୍‌ ଠାରୁ ଦଳ ପରାଜିତ ହୋଇଛି ।

wp:heading {"level":3}

ନେଦରଲାଣ୍ଡ୍‌ସ ବନାମ ଆର୍ଜେଣ୍ଟିନା

/wp:heading

ବିଶ୍ୱକପ୍‌ ଇତିହାସରେ ଉଭୟ ଦଳ ମଧ୍ୟରେ ଏହା ଷଷ୍ଠ ମୁକାବିଲା । ପୂର୍ବରୁ ଉଭୟ ଦଳ ପରସ୍ପରକୁ ୫ଥର ଭେଟି ସାରିଛନ୍ତି । ୧୯୭୪ ବିଶ୍ୱକପ୍‌ରେ ଉଭୟଙ୍କ ମଧ୍ୟରେ ପ୍ରଥମ ଭେଟ ହୋଇଥିଲା । ଜୋହାନ କ୍ର‌୍ୟୁଫ୍‌ଙ୍କ ନେଦରଲାଣ୍ଡ୍‌ସ ୪-୦ ଗୋଲ୍‌ରେ ଉକ୍ତ ମ୍ୟାଚ୍‌ ଜିତିଥିଲା । କ୍ର‌୍ୟୁଫ୍‌ ଉକ୍ତ ମ୍ୟାଚ୍‌ରେ ୨ଟି ଗୋଲ୍‌ କରିଥିଲେ । ୧୯୭୮ ବିଶ୍ୱକପ୍‌ ଫାଇନାଲ୍‌ରେ ଉଭୟ ଦଳ ପୁନର୍ବାର ପରସ୍ପରକୁ ଭେଟିଥିଲେ । ଆର୍ଜେଣ୍ଟିନା ୩-୧ ଗୋଲ୍‌ରେ ବିଜୟୀ ହୋଇ ବିଶ୍ୱକପ୍‌ ହାସଲ କରିଥିଲା । ୧୯୮୮ ବିଶ୍ୱକପ୍‌ ସେମି ଫାଇନାଲରେ ନେଦରଲାଣ୍ଡ୍‌ସ ୧-୦ ଗୋଲ୍‌ରେ ବିଜୟୀ ହୋଇଥିଲା । ୮୯ତମ ମିନିଟ୍‌ରେ ଡେନିସ ବର୍ଗକାମ୍ପ ଏହି ଗୋଲ୍‌ କରିଥିଲେ । ଏହାପରେ ୨୦୦୬ ଜର୍ମାନୀ ବିଶ୍ୱକପ୍‌ ଗ୍ରୁପ୍‌ ପର୍ଯ୍ୟାୟରେ ଉଭୟ ଦଳ ପରସ୍ପରକୁ ଭେଟିଥିଲେ ଓ ଏହି ମ୍ୟାଚ୍‌ ଗୋଲ ଶୂନ୍ୟ ରହିଥିଲା । ୨୦୧୪ ବିଶ୍ୱକପ୍‌ ସେମି ଫାଇନାଲରେ ଉଭୟ ଦଳ ଶେଷ ଥର ପାଇଁ ପରସ୍ପରକୁ ଭେଟିଥିଲେ । ଆର୍ଜେଣ୍ଟିନା ପେନାଲ୍ଟିରେ ଉକ୍ତ ମ୍ୟାଚ୍‌ ଜିତି ଫାଇନାଲ୍‌ରେ ପ୍ରବେଶ କରିଥିଲା ।

ବିଶ୍ୱକପ୍‌ ଇତିହାସରେ ବ୍ରାଜିଲ୍‌-ସ୍ୱିଡେନ ଓ ଆର୍ଜେଣ୍ଟିନା-ଜର୍ମାନୀ ସର୍ବାଧିକ ୭ଥର ଲେଖାଏଁ ଭେଟି ସାରିଛନ୍ତି । ଅନ୍ୟାନ୍ୟ ପ୍ରତିଯୋଗିତାକୁ ଗଣନା କଲେ ଉଭୟ ଆର୍ଜେଣ୍ଟିନା ଓ ନେଦରଲାଣ୍ଡ୍‌ସ ମଧ୍ୟରେ ୯ଟି ମ୍ୟାଚ୍‌ ଖେଳାଯାଇଛି । ଏଥିରୁ ନେଦରଲାଣ୍ଡ୍‌ସ ୪ଟି ମ୍ୟାଚ୍‌ ଜିତିଛି ଓ ଅନ୍ୟ ୪ଟି ମ୍ୟାଚ୍‌ ଡ୍ର’ ରଖିଛି । ଆର୍ଜେଣ୍ଟିନା କେବଳ ଗୋଟିଏ ମ୍ୟାଚ୍‌ ଜିତିବାରେ ସଫଳ ହୋଇଛି । ଶେଷ ୪ଟି ମ୍ୟାଚ୍‌ ଫଳାଫଳ ପେନାଲ୍ଟି ଜରିଆରେ ନିର୍ଣ୍ଣୟ ହୋଇଥିଲା ।

ଆର୍ଜେଣ୍ଟିନା ୧୯୩୦ ବିଶ୍ୱକପ୍‌ ଫାଇନାଲ୍‌ରେ ଉରୁଗୁଏ ଠାରୁ ପରାଜିତ ହୋଇଥିଲା । ଏହାପରେ ଆର୍ଜେଣ୍ଟିନା ବିଶ୍ୱକପ୍‌ ନକ୍‌ ଆଉଟ୍‌ରୁ ଆରମ୍ଭ କରି ଫାଇନାଲ୍‌ ମଧ୍ୟରେ ମୋଟ ୯ଟି ମ୍ୟାଚ୍‌ ପରାଜିତ ହୋଇଛି । ସମସ୍ତ ପରାଜୟ ୟୁରୋପୀୟ ଦେଶ ବିପକ୍ଷରେ ଭୋଗିବାକୁ ପଡ଼ିଛି ।

ନେଦରଲାଣ୍ଡ୍‌ସ ୧୯୮୮, ୨୦୧୦ ଓ ୨୦୧୪ ବିଶ୍ୱକପ୍‌ର କ୍ୱାର୍ଟର ଫାଇନାଲ୍‌ ଅତିକ୍ରମ କରିଥିଲା । କେବଳ ୧୯୯୪ ବିଶ୍ୱକପ୍‌ କ୍ୱାର୍ଟର ଫାଇନାଲ୍‌ରେ ବ୍ରାଜିଲ ଠାରୁ ପରାଜିତ ହୋଇଥିଲା । ବ୍ରାଜିଲ ପରେ ଚାମ୍ପିଅନ୍‌ ଆଖ୍ୟା ଅର୍ଜନ କରିଥିଲା ।

Copyright © 2022 - Summa Real Media Private Limited. All Rights Reserved.