PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଭଗବାନ ଚିତ୍ରଗୁପ୍ତଙ୍କ ଚରିତ୍ରକୁ ମଜାଳିଆ ଢଙ୍ଗରେ ଚିତ୍ରଣ କରିବାକୁ ନେଇ ଅଭିନେତା ଅଜୟ ଦେବଗନଙ୍କ ସମେତ କେତେକଙ୍କ ନାଁରେ ଏତଲା
  • ||
  • ଖୋର୍ଦ୍ଧା : ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ରେଡ୍, ଖୋର୍ଦ୍ଧାର ଶାନ୍ତି ଜୁଏଲର୍ସ ମାଲିକଙ୍କ ଠାରୁ ନେଉଥିଲେ ସୁନା ଓ ଟଙ୍କା
  • ||
  • ସମ୍ବଲପୁର : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଗୋବିନ୍ଦପୁରକୁ ପ୍ରଥମ ‘ପକ୍ଷୀଗ୍ରାମ’ ମାନ୍ୟତା, ଯୋଜନାରେ ସାମିଲ ହେବେ ୩ ଗାଁ
  • ||
  • ଭୁବନେଶ୍ବର : ବରମୁଣ୍ଡା ବସ ଷ୍ଟାଣ୍ଡରୁ ୫୦କେଜି ଗଞ୍ଜେଇ ଜବତ, ୪ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ
  • ||
  • ଭୁବନେଶ୍ୱର : ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି, ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡିକାଲରେ ହେଉଥିଲେ ଚିକିତ୍ସିତ
  • ||
  • କଟକ : କଟକ ପାରାଦୀପ ରାସ୍ତା ସୋମପୁର ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗ୍ୟାରେଜ ଉପରେ ମାଡିଗଲା ଟ୍ରକ
  • ||
  • ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଯାଜପୁର ଅବକାରୀ ବିଭାଗ ଚଢ଼ାଉ, ୮୦ ଗ୍ରାମ ବ୍ରାଉନସୁଗାର ଜବତ
  • ||

ଫିଫା ଭାରତକୁ ଦେଲା ଝଟକା, ଏଆଇଏଫଏଫକୁ କଲା ନିଲମ୍ବିତ ; ମହିଳା ବିଶ୍ବକପ୍‌ ଆୟୋଜନରେ ରୋକ୍

ନୂଆଦିଲ୍ଲୀ,୧୬/୮ : ଫିଫା ଅଲ୍ ଇଣ୍ଡିଆ ଫୁଟବଲ୍ ଫେଡରେଶନକୁ ନିଲମ୍ବିତ କରିଦେଇଛି । ଫିଫା ତୃତୀୟ ପକ୍ଷର ଅନୁଚିତ ପ୍ରଭାବ କାରଣରୁ ଭାରତକୁ ଫୁଟବଲ୍ ଫେଡରେଶନରୁ ସସପେଣ୍ଡ କରିଛି । ଖାଲି ଏତିକି ନୁହେଁ ଅକ୍ଟୋବରରୁ ହେବାକୁ ଥିବା ଭାରତରେ ଫିଫା ଅଣ୍ଡର-୧୭ମହିଳା ବିଶ୍ବକପ୍‌ ୨୦୨୨କୁ ବି ଛିନ୍ନ କରିଛି ।

ଫିଫା ନିଜର ବୟାନରେ କହିଛି କି ଫିଫା ପରିଷଦର ବ୍ୟୁରୋ ସର୍ବସମିତିରୁ ଅଲ ଇଣ୍ଡିଆ ଫୁଟବଲ ଫେଡରେଶନର ‘ଅନୁଚିତ ହସ୍ତକ୍ଷେପ’ କାରଣରୁ ତତ୍କାଳ ପ୍ରଭାବ ଦ୍ବାରା ନିଲମ୍ବିତ କରିବା ଲାଗି ନିଷ୍ପତ୍ତ ନେଇଛି । ଏହା ଫିଫାର ନିୟମର ଗମ୍ଭୀର ଭାବେ ଉଲ୍ଲଘଂନ ।

ସେ ଆହୁରି ମଧ୍ୟ କହିଛି କି ଏଆଇଏଫଏଫ କାର୍ଯ୍ୟକାରୀ ସମିତିର ଶକ୍ତିକୁ ଗ୍ରହଣ କରିବା ପାଇଁ ପ୍ରଶାସକଙ୍କ ଏକ ସମିତି ଗଠନ କରିବା ଲାଗି ଆଦେଶକୁ ନିରସ୍ତ୍ର କରିବା ଏବଂ ଏଆଇଏଫଏଫ ପ୍ରଶାସନ ଦ୍ବାରା ଦୈନିକ ମାମଲାରେ ପୂର୍ଣ୍ଣ ନିୟନ୍ତ୍ରଣ ହାସଲ କରିବା ପରେ ନିଲମ୍ବିତ ହଟା ଯିବ । 

ସେହିଭଳି ଭାରତରେ ୧୧-୩୦ଅକ୍ଟୋବର ୨୦୨୨ରେ ହେବାକୁ ଥିବା ଫିଫା ଅଣ୍ଡର-୧୭ମହିଳା ବିଶ୍ବକପ୍ ୨୦୨୨ର ଆୟୋଜନ ବି ହୋଇପାରିବନି । ଫିଫା କହିଛି କି ସେହି ଟୁର୍ଣ୍ଣାମେଣ୍ଟ ବିଷୟରେ ଆଗାମୀ ପଦକ୍ଷେପ ଉପରେ ନିଷ୍ପତ୍ତି ନିଆଯାଉଛି ଏବଂ ଜରୁରୀ ହେଲେ ଏହି ମାମଲାକୁ ବ୍ୟୁରୋକୁ ପଠାଯିବ ।

ଆହୁରୀ ମଧ୍ୟ ଫିଫା ପକ୍ଷରୁ କୁହାଯାଇଛି କି ଭାରତର ଖେଳ ମନ୍ତ୍ରାଳୟ ସହ ସମ୍ପର୍କରେ ଅଛୁ ଏବଂ ଆଶା ଅଛି କି ଏହି ମାମଲାର ସକାରାତ୍ମକ ପରିଣାମ ଆସିପାରେ। ଫିଫା ଚଳିତ ମାସ ଆରମ୍ଭରୁ ତୃତୀୟ ପକ୍ଷର ହସ୍ତକ୍ଷେପ କାରଣରୁ ଏଆଇଏଫଏଫକୁ ସସପେଣ୍ଡ କରିବା ଲାଗି ଧମକ ଦେଇଥିଲା । ଏହି ଚେତାବନୀ ଏଆଇଏଫଏଫକୁ ନିର୍ବାଚନ କରିବା ଲାଗି ସୁପ୍ରିମକୋର୍ଟର ନିର୍ଦ୍ଦେଶର କିଛି ଦିନ ପରେ ଦିଆଯାଇଥିଲା । ୨୮ଅଗଷ୍ଟରେ ଆଆଇଏଫଏଫର ନିର୍ବାଚନ ହେବାରେ ଅଛି । ଏହି ମାମଲାରେ ୧୭ଅଗଷ୍ଟରେ ସୁପ୍ରିମକୋର୍ଟରେ ଶୁଣାଣି ଅଛି ।

ସମ୍ବନ୍ଧିତ ଖବର