ନୂଆଦିଲ୍ଲୀ,୧୨/୦୬; ବ୍ରାଜିଲ୍ ସର୍ବାଧିକ ୫ଥର ଚାମ୍ପିଅନ ଆଖ୍ୟା ଅର୍ଜନ କରିଛି । ଏହି ରେକର୍ଡ ସହ ସମକକ୍ଷ ହେବା ପାଇଁ ଏଥର କେବଳ ଜର୍ମାନୀ ନିକଟରେ ସୁଯୋଗ ରହିଛି । ବ୍ରାଜିଲ୍ ୧୯୫୮, ୧୯୬୨, ୧୯୭୦, ୧୯୯୪ ଓ ୨୦୦୨ ରେ ଚାମ୍ପିଅନ ଆଖ୍ୟା ଅର୍ଜନ କରିଥିଲା । ଜର୍ମାନୀ ୧୯୫୪, ୧୯୭୪, ୧୯୯୦ ଓ ୨୦୧୪ରେ ଚାମ୍ପିଅନ ହୋଇଥିଲା । ଇଟାଲୀ ୪ଥର ବିଶ୍ୱକପ୍ ଜିତି ସାରିଥିଲେ ହେଁ ଏଥର ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଥିଲା । ଏକମାତ୍ର ଦେଶ ଭାବେ ବ୍ରାଜିଲ୍ ସମସ୍ତ ୨୩ଟି ଯାକ ବିଶ୍ୱକପ ଖେଳିଛି । ଜର୍ମାନୀ ୨୧ତମ ବିଶ୍ୱକପ୍ ଖେଳୁଥିବାବେଳେ ଆର୍ଜେଣ୍ଟିନା ୧୯ଟି ବିଶ୍ୱକପ ଯୋଗ୍ୟତା ଅର୍ଜନ କରିଛି । କ୍ରମାନ୍ୱୟରେ ୩ଟି ବିଶ୍ୱକପକୁ ଯୋଗ୍ୟତା ଅର୍ଜନ କରିପାରି ନଥିବା ୪ଥର ଚାମ୍ପିଅନ ଇଟାଲୀ ମୋଟ୍ ୧୮ଟି ବିଶ୍ୱକପ୍ ଖେଳି ସାରିଛି । ଫ୍ରାନ୍ସ ଓ ଇଂଲଣ୍ଡ ୧୭ଟି ଲେଖାଏଁ ବିଶ୍ୱକପ୍‌କୁ ଯୋଗ୍ୟତା ଅର୍ଜନ କରିଛନ୍ତି । ସେହିପରି ସ୍ପେନ ୧୬, ଉରୁଗୁଏ ୧୫ ଓ ବେଲଜିୟମ ୧ ୪ ଟି ବିଶ୍ୱକପ୍ ଖେଳିଛନ୍ତି । ବିଶ୍ୱକପରେ ସର୍ବାଧିକ ମ୍ୟାଚ ବିଜୟ ଓ ସର୍ବାଧିକ ଗୋଲ୍ ରେକର୍ଡ ମଧ୍ୟ ବ୍ରାଜିଲ୍ ନାମରେ ରହିଛି ।

ବ୍ରାଜିଲ ମୋଟ୍ ୭୬ଟି ମ୍ୟାଚ ଖେଳିଛି ଓ ୨୩୭ଟି ଗୋଲ ସ୍କୋର କରିଛି । ୧୯୩୦ ବିଶ୍ୱକପ୍ରେ ଦଳ ମୋଟ୍ ୫ଟି ଗୋଲ୍ କରିଥିଲା । ୧୯୩୪ରେ ମାତ୍ର ଗୋଟିଏ ଗୋଲ୍ କରିଥିଲା ଏବଂ ରାଉଣ୍ଡ୧୬ରୁ ବିଦାୟ ନେଇଥିଲା । ଏହାପରେ ବ୍ରାଜିଲ ୧୯୩୮ରେ ୧୪ଟି ଓ ୧୯୫୦ ବିଶ୍ୱକପ୍ରେ ଆୟୋଜକ ଦେଶ ଭାବେ ସର୍ବାଧିକ ୨୨ଟି ଗୋଲ୍ ସ୍କୋର କରିଥିଲା । ସେହିପରି ବ୍ରାଜିଲ ୧୯୫୪ରେ ୮ ଗୋଲ୍, ୧୯୫୮ରେ ୧୬ ଗୋଲ୍, ୧୯୬୨ରେ ୧୪ ଗୋଲ୍, ୧୯୬୬ରେ ୪ ଗୋଲ୍, ୧୯୭୦ରେ ୧୯ ଗୋଲ୍, ୧୯୭୪ରେ ୬ ଗୋଲ୍, ୧୯୭୮ରେ ୬ ଗୋଲ, ୧୯୮୨ରେ ୧୫ ଗୋଲ୍, ୧୯୮୬ରେ ୧୦ ଗୋଲ୍, ୧୯୯୦ରେ ୪ ଗୋଲ, ୧୯୯୪ରେ ୧୧ ଗୋଲ୍, ୧୯୯୮ରେ ୧୮ ଗୋଲ୍, ୨୦୦୬ରେ ୧୦ ଗୋଲ୍, ୨୦୧୦ରେ ୯ ଗୋଲ୍, ୨୦୧୪ରେ ୧୧ ଗୋଲ, ୨୦୧୮ରେ ୮ ଓ ୨୦୨୨ରେ ୮ ଗୋଲ୍ ସ୍କୋର କରିଥିଲା । ବ୍ରାଜିଲ୍ ପକ୍ଷରୁ ରୋନାଲ୍ଡୋ ନାଜାରିଓ ବିଶ୍ୱକପ୍ରେ ସର୍ବାଧିକ ୧୫ଟି ଗୋଲ୍ ସ୍କୋର କରିଛନ୍ତି । ସେହିପରି ପେଲେ ୧୨ଟି ଗୋଲ୍ କରିଥିବାବେଳେ ଆଡେମିର, ଜର୍ଜିନୋ ଓ ଭାଭା ବିଶ୍ୱକପ୍ରେ ୯ଟି ଲେଖାଏଁ ଗୋଲ୍ ଦେଇଛନ୍ତି । ରୋନାଲ୍ଡୋ କେବଳ ୨୦୦୨ ବିଶ୍ୱକପ୍‌ରେ ୮ଟି ଗୋଲ୍ ଦେଇଥିଲେ । ଜର୍ଜିନୋ ୧୯୭୦ ବିଶ୍ୱକପ୍ରେ ୭ଟି ଗୋଲ୍ ସ୍କୋର କରିଥିଲେ । ସେହିପରି ପେଲେ କେବଳ ୧୯୫୮ ବିଶ୍ୱକପ୍ରେ ୬ଟି ଗୋଲ୍ ଦେଇଥିଲେ ।

ଏହା ବି ପଢନ୍ତୁ...Raul jimenez: ମୃତ୍ୟୁକୁ ମାତ୍ ଦେଇଥିବା ରାଉଲ ଜିମିନେଜ କିଏ ? ଫିଫା ବିଶ୍ୱକପରେ ହେଲେ ମେକ୍ସିକୋ ବିଜୟର ହିରୋ