PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

ଫିଫା ବିଶ୍ୱକପ୍‌: ପଞ୍ଚମ ଦିନରେ ରାଜୁତି କରିବ ୫ଥର ଚାମ୍ପିଅନ୍‌ ବ୍ରାଜିଲ, ରୋନାଲ୍ଡୋ ଆରମ୍ଭ କରିବେ ଅଭିଯାନ

ଦୋହା,୨୪/୧୧: ଆଜି ଫିଫା ବିଶ୍ୱକପ୍‌ରେ ୪ଟି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ରହିଛି । ବିଶ୍ୱ ପ୍ରସିଦ୍ଧ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ସମେତ ଲୁଇସ ସୁଆରେଜ, ସୋନ ହ୍ୟୁଙ୍ଗ-ମିନ୍‌, ନେୟମାରଙ୍କ ଭଳି ଷ୍ଟାର୍‌ ଖେଳାଳିମାନେ କତାର୍‌ରେ ଅଭିଯାନ ଆରମ୍ଭ କରିବେ । ୫ଥର ଚାମ୍ପିଅନ ବ୍ରାଜିଲ୍‌ ସର୍ବିୟାକୁ ଭେଟୁଥିବାରୁ ଏହି ମ୍ୟାଚ୍‌କୁ ନେଇ ଦର୍ଶକଙ୍କ ଉତ୍କଣ୍ଠା ଦ୍ୱିଗୁଣା ହୋଇଛି ।

ସ୍ୱିଜରଲାଣ୍ଡ ବନାମ କାମେରୁନ(ଗ୍ରୁପ-ଜି)

ସ୍ୱିଜରଲାଣ୍ଡ୍‌ ଓ କାମେରୁନ ପ୍ରଥମ କରି ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ଉଭୟ ଦଳ ଏହି ମ୍ୟାଚ୍‌କୁ ନେଇ ଜୋରଦାର ପ୍ରସ୍ତୁତି କରିଛନ୍ତି । ଗତ ୨୦୧୪ ଓ ୨୦୧୬ ବିଶ୍ୱକପ୍‌ ରାଉଣ୍ଡ୍‌-୧୬ରୁ ବିଦାୟ ନେଇଥିବା ସ୍ୱିଜରଲାଣ୍ଡ ଏଥର କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଛି । ଏଥିପାଇଁ ଦୁର୍ଦ୍ଦର୍ଷ କାମେରୁନ ବିପକ୍ଷରେ ଚତୁରତାର ସହ ଖେଳିବାକୁ ପ୍ରୟାସ କରିବ । ସ୍ୱିଜରଲାଣ୍ଡ ପୂର୍ବରୁ ୩ଥର(୧୯୩୪, ୧୯୩୮ ଓ ୧୯୫୪ବିଶ୍ୱକପ) କ୍ୱାର୍ଟର ଫାଇନାଲ୍‌ ଖେଳିଛି ।

ଉରୁଗୁଏ ବନାମ ଦ.କୋରିଆ(ଗ୍ରୁପ୍‌-ଏଚ୍‌)

ଗ୍ରୁପ୍‌-ଏଚ୍‌ରେ ଉରୁଗୁଏ ଓ ଦକ୍ଷିଣ କୋରିଆ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ଉରୁଗୁଏ ଦଳରେ ଲୁଇସ ସୁଆରେଜ, ଏଡିନସନ କାଭାନି, ଫର୍ଣ୍ଣାଣ୍ଡୋ ମୁସଲେରା, ମାର୍ଟିନ କ୍ୟାସେରେସ ଓ ଡିଏଗୋ ଗୋଡିନଙ୍କ ଭଳି ଅଭିଜ୍ଞ ଷ୍ଟାର୍‌ ଖେଳାଳି ରହିଛନ୍ତି । ୨୦୧୦ର ପ୍ରଦର୍ଶନକୁ ଦୋହରାଇବାକୁ ଉରୁଗୁଏ ଏଥର ଲକ୍ଷ୍ୟ ରଖିଛି । ଅନ୍ୟ ପଟରେ ଦକ୍ଷିଣ କୋରିଆ ୧୨ବର୍ଷ ତଳର ପରାଜୟର ପ୍ରତିଶୋଧ ନେବାକୁ ଉପାୟ ପାଇଛି । ୨୦୧୦ ବିଶ୍ୱକପ୍‌ ରାଉଣ୍ଡ୍‌-୧୬ରେ ଉରୁଗୁଏ ଠାରୁ ୨-୧ ଗୋଲ୍‌ରେ ପରାଜିତ ହୋଇଥିବା ଦକ୍ଷିଣ କୋରିଆ ଏଥର ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଯୋଜନା କରିଛି । ଷ୍ଟାର୍‌ ଖେଳାଳି ସୋନ ହ୍ୟୁଙ୍ଗ-ମିନ ଫିଟ୍‌ ହୋଇ ଅଭ୍ୟାସ ଜାରି ରଖିଛନ୍ତି ।

ପର୍ତ୍ତୁଗାଲ୍‌ ବନାମ ଘାନା(ଗ୍ରୁପ୍‌-ଏଚ୍‌)

ଆଜି କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ପର୍ତ୍ତୁଗାଲ୍‌ ଅଭିଯାନ ଆରମ୍ଭ କରିବ । ଗଣମାଧ୍ୟମରେ ବିବାଦୀୟ ମନ୍ତବ୍ୟ ପ୍ରଦାନ କରି ମାଞ୍ଚେଷ୍ଟର ୟୁନାଇଟେଡ୍‌ କ୍ଲବ୍‌ରୁ ବିଦାୟ ନେଇଥିବା ରୋନାଲ୍ଡୋଙ୍କୁ ନେଇ ଦଳ ଟାଇଟଲ ସ୍ୱପ୍ନ ଦେଖୁଛି । କିନ୍ତୁ ଖେଳାଳିଙ୍କ ମଧ୍ୟରେ ଉନ୍ନତ ସମ୍ପର୍କର ଅଭାବ ଦଳକୁ ପ୍ରଭାବିତ କରିପାରେ । ରୋନାଲ୍ଡୋ ଓ ବ୍ରୁନୋଙ୍କ ମଧ୍ୟରେ ବିବାଦ ରହିଥିବା ଆଲୋଚନା ହେଉଛି । ଯୁବ ଖେଳାଳିମାନେ ସିନିୟରମାନଙ୍କୁ ସମ୍ମାନ ଦେଉ ନଥିବା ରୋନାଲ୍ଡୋ କିଛି ଦିନ ତଳେ ପ୍ରକାଶ କରିଥିଲେ ।

ସୂଚନାଯୋଗ୍ୟ, ଉଭୟ ଖେଳାଳି ମାଞ୍ଚେଷ୍ଟର ୟୁନାଇଟେଡ୍‌ ପକ୍ଷରୁ ଖେଳୁଥିଲେ । ପର୍ତ୍ତୁଗାଲ୍‌ ଶେଷ ଥର ପାଇଁ ୧୯୬୬ ବିଶ୍ୱକପ୍‌ରେ ତୃତୀୟ ସ୍ଥାନ ଅର୍ଜନ କରିଥିଲା । ଏଥର କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିବାକୁ ପର୍ତ୍ତୁଗାଲକୁ ପରିଶ୍ରମ କରିବାକୁ ପଡ଼ିବ ନାହିଁ ।

ବ୍ରାଜିଲ୍‌ ବନାମ ସର୍ବିୟା(ଗ୍ରୁପ-ଜି)

ଆଜି ଲୁସେଲ ଷ୍ଟାଡିୟମ୍‌ରେ ବ୍ରାଜିଲ ସର୍ବିୟାକୁ ଭେଟିବ । ପୂର୍ବରୁ ଉଭୟ ଦଳ ପରସ୍ପରକୁ ୫ଥର ଭେଟିଛନ୍ତି । ଏଥିରୁ ବ୍ରାଜିଲ୍‌ ୨ଟି ମ୍ୟାଚ୍‌ ଜିତିଥିବାବେଳେ ସର୍ବିୟା ଗୋଟିଏ ମ୍ୟାଚ୍‌ରେ ବିଜୟୀ ହୋଇଛି । ଅନ୍ୟ ୨ଟି ମ୍ୟାଚ୍‌ ଡ୍ର’ ରହିଛି । ଏଥର ବିଶ୍ୱକପ୍‌ ଟାଇଟଲ ସହ କୋଚ୍‌ ଟିଟେଙ୍କୁ ବିଦାୟ ଦେବାକୁ ବ୍ରାଜିଲ୍‌ ଯୋଜନା କରିଛି । ଏଥିପାଇଁ ଦଳକୁ କଠିନ ପରିଶ୍ରମ କରିବାକୁ ହେବ । ବ୍ରାଜିଲ୍‌ ଏକମାତ୍ର ଦଳ ଭାବେ ସମସ୍ତ ବିଶ୍ୱକପ୍‌ ଖେଳିଛି । ଶେଷ ୧୫ଟି ମ୍ୟାଚ୍‌ରେ ବ୍ରାଜିଲ୍‌ ଅପରାଜେୟ ରହିଛି । ଅନ୍ୟ ପଟରେ ସର୍ବିୟା ଚତୁର୍ଥ ଥର ପାଇଁ ବିଶ୍ୱକପ୍‌କୁ ଯୋଗ୍ୟତା ଅର୍ଜନ କରିଛି । ସର୍ବିୟା ବିପକ୍ଷରେ ବ୍ରାଜିଲର ବିଜୟ ସମ୍ଭାବନା ୬୫ପ୍ରତିଶତ ରହିଛି ।

ସମ୍ବନ୍ଧିତ ଖବର