PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : କେନ୍ଦୁଝର ଜିଲ୍ଲା ସଦର ଥାନା ସୁଆକାଠି ନିକଟରୁ ଦୁଇଟି ବଳଦ ବୋଝେଇ ଗାଡ଼ି ଜବତ
  • ||
  • କଣ୍ଟାବାଞ୍ଜି : ପ୍ରାଥମିକ ବିଦ୍ୟାଳୟର ତାଲା ଭାଙ୍ଗି ଲୁଟ୍
  • ||

ଫିଫା ବିଶ୍ୱକପ୍‌ ପୂର୍ବରୁ ଆୟୋଜକଙ୍କ ବଡ଼ ଘୋଷଣା, ଷ୍ଟାଡିୟମରେ ମଦ ବିକ୍ରି ମନା

ଦୋହା,୧୯/୧୧: ଫିଫା ବିଶ୍ୱକପ୍‌ର ଆଉ ଦିନ ପୂର୍ବରୁ ଆୟୋଜକ ଓ ଫିଫା ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି । ଷ୍ଟାଡିୟମରେ ମଦ ବିକ୍ରିକୁ ନିଷିଦ୍ଧ କରାଯାଇଛି । ଫଳରେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ପୂର୍ବରୁ ଷ୍ଟାଡିୟମରେ ମଦ ବିକ୍ରି କରାଯିବ ବୋଲି ଆୟୋଜକ ଏବଂ ଫିଫା ପକ୍ଷରୁ କୁହାଯାଇଥିଲା । ମ୍ୟାଚ୍‌ର ୩ ଘଣ୍ଟା ପୂର୍ବରୁ ଏବଂ ମ୍ୟାଚ୍‌ର ଘଣ୍ଟାଏ ପରେ ଫ୍ୟାନ୍‌ମାନଙ୍କୁ ବିୟର ମିଳିବ ବୋଲି ଆୟୋଜକଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା । କାତାର ସବୁଠୁ ଛୋଟ ଦେଶ ଭାବେ ଫିଫା ବିଶ୍ୱକପ୍‌ ଆୟୋଜନ କରିବାକୁ ଯାଉଛି । ବିଶ୍ୱକପ୍‌ ସମୟରେ ୧.୨ ମିଲିୟନ ପ୍ରଶଂସକ ଆସିବାର ସମ୍ଭାବନା ରହିଛି । କାତାର ପକ୍ଷରୁ ଏତେ ସଂଖ୍ୟକ ପ୍ରଶଂସକଙ୍କ ପାଇଁ ମଦ ଯୋଗାଇବା ଅସମ୍ଭବ । ଫିଫା ପକ୍ଷରୁ କୁହାଯାଇଛି, ଆଜି ଆୟୋଜକ ଦେଶର ଅଧିକାରୀଙ୍କ ସହ ବୈଠକ ବସିଥିଲା । ବୈଠକରେ ବିଶ୍ୱକପ୍‌ ଷ୍ଟାଡିୟମରେ ମଦ ବିକ୍ରିକୁ ନିଷିଦ୍ଧ କରାଯିବାକୁ ନିଷ୍ପତ୍ତି ହୋଇଛି ।’

ସୂଚନାଯୋଗ୍ୟ, ମଦ କମ୍ପାନୀ ‘ବଡ଼ୱାଇଜର’ ଫିଫା ବିଶ୍ୱକପ୍‌ର ଅନ୍ୟତମ ପ୍ରମୁଖ ପ୍ରାୟୋଜକ ରହିଛି । ବିଶ୍ୱକପ୍‌ରେ ଦଳ ଅଧିକ ଲାଭ କରିବା ନେଇ ଆଶାବାଦୀ ରହିଥିଲା । କିନ୍ତୁ ଶେଷ ମୁହୂର୍ତ୍ତରେ ଷ୍ଟାଡିୟମରେ ମଦ ବିକ୍ରିକୁ ନିଷିଦ୍ଧ କରାଯିବା ଫଳରେ କମ୍ପାନୀର ଅଧିକ ଲାଭ କରିବାର ଆଶା ଧୂଳିସାତ୍‌ ହୋଇଯାଇଛି ।