PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଏକାଧିକ କିଓସ୍କୋରେ ନାହିଁ ଇଣ୍ଟରନେଟ୍, ହେଉନି ବ୍ୟବହାର… ଖତ ଖାଉଛି ଡିଜିଟାଲ୍ କିଓସ୍କୋ
  • ||
  • ଭୁବନେଶ୍ଵର : ନନ୍ଦନକାନନକୁ ଆସିବେ ନୂଆ ଅତିଥି, ଯିବେ ୨ ବାଘ ଆସିବେ ହୁଲୁକ ଗିବନ
  • ||

କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଭାଷା ସମ୍ମାନରେ ହଳଧର ନାଗ ସମ୍ବର୍ଦ୍ଧିତ

ବରଗଡ଼,୨୮ା୧(ଆପ୍ର): ନୂଆଦିଲ୍ଲୀରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଆୟୋଜିତ ସାହିତ୍ୟୋତ୍ସବ ଅବସରରେ ବରଗଡ଼ ଜିଲ୍ଲାର କାବ୍ୟିକ ପରିଚୟ କୋଶଲୀକବି ପଦ୍ମଶ୍ରୀ ହଳଧର ନାଗଙ୍କୁ ଭାଷା ସମ୍ମାନରେ ସମ୍ମାନିତ କରାଯାଇଛି । ରାଜ୍ୟସଭା ସାଂସଦ ପଦ୍ମଭୂଷଣ ମୃଣାଳ ମିରିଙ୍କ ଦ୍ୱାରା ଉଦ୍‌ଘାଟିତ ଏହି କାର୍ଯ୍ୟକ୍ରମର ଅପରାହ୍‌ଣ ଅଧିବେଶନରେ ଭାଷା ସମ୍ମାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଭାଷା ସାହିତ୍ୟ ଏକାଡେମୀ ଅଧ୍ୟକ୍ଷ ଚନ୍ଦ୍ରଶେଖର କଁୱାରଙ୍କ ପୌରାହିତ୍ୟରେ କୋସଲୀ/ସମ୍ବଲପୁରୀ ସାହିତ୍ୟକାର ହଳଧର ନାଗ ଓ ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ସମେତ ଯୋଗେନ୍ଦ୍ରନାଥ ଶର୍ମା, ଗଗନେନ୍ଦ୍ର ନାଥ ଦାଶ, ଶୈଲଜା ଶଙ୍କର ୱାପଟ ଏବଂ ପାଇତୋ ଭାଷା ପାଇଁ ଏଚ୍‌.ନେଗସାଡ଼ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଶ୍ରୀ କଁୱାର ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିବା ବେଳେ କେନ୍ଦ୍ର ସାହିତ୍ୟ ଏକାଡେମୀ ଉପାଧ୍ୟକ୍ଷ ମାଧବ କୌଶିକ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଏକାଡେମୀ ସଚିବ କେ. ଶ୍ରୀନିବାସ ରାଓ ସ୍ୱାଗତ ଭାଷଣ ରଖିଥିବା ସମୟରେ ପୁରସ୍କୃତ ପ୍ରତିଭାମାନେ ତାଙ୍କ ପକ୍ଷ ରଖିଥିଲେ । ଅନ୍ତିମ ଅଧିବେଶନରେ ଆଦିବାସୀ ଲେଖକ/ଲେଖିକା ସମ୍ମିଳନୀ ହୋଇଥିଲା । ଆସନ୍ତାକାଲି ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯିବ ଏବଂ ପ୍ରସିଦ୍ଧ ଓଡ଼ିଆ କଥାକାର ଓ ଲେଖକ ତଥା କେନ୍ଦ୍ର ସାହିତ୍ୟ ଏକାଡେମୀର ନିମନ୍ତ୍ରିତ ସଦସ୍ୟ ମନୋଜ ଦାସ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ।