PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ : ଶ୍ରୀଗୁଣ୍ଡିଚା ମନ୍ଦିର ଆଗରେ ଲାଗିଲା ତିନି ରଥ
  • ||
  • ଜଳେଶ୍ବର : ରଥଟଣାବେଳେ ଲାଗିଲା ବିଦ୍ୟୁତ ତାର, ଜଣେ ମୃତ ଓ ୭ ଗୁରୁତର
  • ||
  • ସମ୍ବଲପୁର : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ପିଶାଚ ସ୍ଵାମୀ
  • ||
  • ଭୁବନେଶ୍ଵର : ନିଅଣ୍ଟିଆ ଜୁନ, ଆସୁଛି ଦୁଇଟି ଲଘୁଚାପ, ୪ରୁ ବଢ଼ିବ ବର୍ଷା
  • ||
  • ପୁରୀ : ସୁଦର୍ଶନଙ୍କ ବାଲୁକାକଳା ରେକର୍ଡ, ପୁରୀ ବେଳାଭୂମିରେ ତିଆରି କଲେ ୧୨୫ ବାଲି ରଥ
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ରୁତ ଗତିରେ ବଢ଼ିଲା କରୋନା, ୨୦୦ ଟପିଲା ଦୈନିକ ସଂକ୍ରମଣ
  • ||
  • ଭୁବନେଶ୍ଵର : ଅଧାରେ ରହିଗଲା ପୁରୀ ଯାତ୍ରା, ରଥଯାତ୍ରାରେ ଆରପାରିକୁ ଚାଲିଗଲେ ବରିଷ୍ଠ ଫଟୋଗ୍ରାଫର ଅଶୋକ ପଣ୍ଡା
  • ||
  • ଭୁବନେଶ୍ଵର : ପବିତ୍ର ରଥଯାତ୍ରା ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ
  • ||

ଏଥର ସିନେମାଘରେ ହେବ ଦର୍ଶକଙ୍କ ‘ଗେମ୍ ଓଭର’, ଦେଖନ୍ତୁ ଟ୍ରେଲର…

ମୁମ୍ବାଇ ୩୦/୫: ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁ ନିଜ ପ୍ରତି ଫିଲ୍ମରେ କିଛି ନୂଆ କରୁଛନ୍ତି । ତାଙ୍କ ଫିଲ୍ମର କଣ୍ଟେଣ୍ଟ ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥାଏ । ତାପସୀଙ୍କ ଫିଲ୍ମ ‘ଗେମ୍ ଓଭର’ର ଟ୍ରେଲର ଆଜି ରିଲିଜ ହୋଇଯାଇଛି । ୩ଟି ଭାଷାରେ ଆସୁଥିବା ଏହି ଫିଲ୍ମର ଟ୍ରେଲରଟି ଦର୍ଶକଙ୍କ ଡରାଇବା ପାଇଁ କାଫି ହୋଇଛି । ହରର-ଥ୍ରିଲର ଉପରେ ନିର୍ମିତ ଏହି ଫିଲ୍ମର ଟ୍ରେଲର ଦେଖି ଦର୍ଶକଙ୍କ ଲୋମ ଟାଙ୍କୁରି ଯିବ । ଫିଲ୍ମର ଟ୍ରେଲରରେ ଦିଲ୍ଲୀ-ଏନସିଆରର ଏକ ଘଟଣା ଦେଖିବାକୁ ମିଳୁଛି । କହିରଖୁଛୁ ପିଲ୍ମକୁ ଅନୁରାଗ କଶ୍ଯପ, ୱାଏ ନଟ୍ ଷ୍ଟୁଡିଓ ଓ ରିଲାଏନ୍ସ ଏଣ୍ଟରଟେଣ୍ଟମେଣ୍ଟ ମିଶି ନିର୍ମାଣ କରିଛନ୍ତି । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅଶ୍ୱିନ୍ ସରବନନ ।

ଫିଲ୍ମର ଟ୍ରେଲରକୁ ତାପସୀ ନିଜ ଟ୍ୱିଟର ହ୍ଯାଣ୍ଡେଲରେ ସେୟାର କରିଛନ୍ତି । ଏହା ବ୍ୟତୀତ ରାଣା ଦୁଗାବତୀ ଓ ଆକ୍ଟର ଧନୁଷ ତାମିଲ ଓ ତେଲୁଗୁରେ ମଧ୍ୟ ଟ୍ରେଲରକୁ ରିଲିଜ କରିଛନ୍ତି ।

ଟ୍ରେଲର ଦେଖି ଜଣାପଡୁଛି ଯେ ତାପସୀଙ୍କ ସହିତ କିଛି ଏମିତି ହୋଇଛି ଯାହା ଫଳରେ ସେ ଅନ୍ଧାରକୁ ଡରୁଛନ୍ତି । ତାପସୀ ନିଜ ସମସ୍ୟା କାରଣକୁ ଡାକ୍ତରଙ୍କ ସହିତ କଣ୍ଟାକ୍ଟରେ ମଧ୍ଯ ଅଛନ୍ତି । ଘରେ ତାପସୀଙ୍କ ସହିତ ତାଙ୍କ ମେଡ୍ ମଧ୍ଯ ରହୁଛି । ଏହା ବ୍ଯତୀତ ଏକ ଭୟାନକ ଖବର ଆସୁଛି ଯେ ଗୁଡଗାଓଁରେ ଜଣେ ହତ୍ଯାକାରୀ ଯୁବତୀଙ୍କୁ ହତ୍ଯା କରି ଜାଳିଦେଉଛି । ଏହା ଫିଲ୍ମର କାହାଣୀରେ ଟ୍ୱିଷ୍ଟ ଆଣୁଛି । ଫିଲ୍ମରେ ତାପସୀଙ୍କୁ ଭିଡିଓ ଗେମ୍ ଖେଳୁଥିବାର ଦୃଶ୍ଯ ମଧ୍ଯ ଦେଖିବାକୁ ମିଳୁଛି ଏବଂ ଏହାର ଫିଲ୍ମ ସହିତ ନିଶ୍ଚିତ କିଛି କନେକ୍ସନ ମଧ୍ଯ ରହିଛି । କାରଣ ଫିଲ୍ମର ନାଁ ରହିଛି ‘ଗେମ୍ ଓଭର’ ।