PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

ସାମ୍ନାକୁ ଆସିଲା ଫିଲ୍ମ ‘ଜଙ୍ଗଲୀ’ର ଟ୍ରେଲର, ଦେଖନ୍ତୁ…

source:www.youtube.com

ମୁମ୍ବାଇ ୬/୩: ରିଲିଜ ହୋଇଯାଇଛି କମାଣ୍ଡୋ ଷ୍ଟାର ବିଦ୍ଯୁତ୍ ଜାମୱାଲଙ୍କ ଫିଲ୍ମ ‘ଜଙ୍ଗଲୀ’ର ଟ୍ରେଲର । ଫିଲ୍ମର ଟ୍ରେଲର ଆଜି ରିଲିଜ କରାଯାଇଛି । କିନ୍ତୁ ଏହା ପୂର୍ବରୁ ଫିଲ୍ମର ପୋଷ୍ଟର ସାମ୍ନାକୁ ଆସିସାରିଥିଲା । ପୋଷ୍ଟରକୁ ଦେଖି ପ୍ରଭାଷଙ୍କ  ଫିଲ୍ମ ‘ବାହୁବଲୀ’  କଥା ମନେ ପଡୁଛି । ପୋଷ୍ଟରରେ ବିଦ୍ଯୁତ୍ ମଧ୍ଯ ପ୍ରଭାଷଙ୍କ ଭଳି ଏକ ହାତୀ ଉପରେ ସବାର୍ ହୋଇଛନ୍ତି । ଫିଲ୍ମର ଟ୍ରେଲର ପାଇଁ ବହୁତ ପୂର୍ବରୁ ଅପେକ୍ଷା କରିଥିଲେ ବିଦ୍ଯୁତଙ୍କ ଫ୍ଯାନ୍ସ ।

ଫିଲ୍ମରେ ବିଦ୍ଯୁତଙ୍କ ବ୍ଯତୀତ ପୂଜା ସାୱନ୍ତ ଓ ଆଶା ଭଟ୍ଟ ମଧ୍ଯ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଫିଲ୍ମକୁ ଚକ ରସେଲ ନିର୍ଦ୍ଦେଶନା ଦେଇଛନ୍ତି । ଫିଲ୍ମର ପ୍ରଡ୍ଯୁସର ହେଉଛନ୍ତି  ବିନିତ ଜୈନ । ବିଦ୍ଯୁତ ଏମିତି ଏକ ଭୂମିକାରେ ନଜର ଆସିବେ ଯିଏ କି ତସ୍କରଙ୍କଠାରୁ ଜଙ୍ଗଲକୁ ରକ୍ଷା କରିବା ପାଇଁ ଜୀବନକୁ ବାଜି ଲଗାଇ ଦେଉଛି ।

ଏହି ଫିଲ୍ମରେ ବିଦ୍ଯୁତ ଜାମୱାଲଙ୍କ ଦମଦାର ଷ୍ଟଣ୍ଟ ଦେଖିବାକୁ ମିଳିବ । ଫିଲ୍ମର ପ୍ରମୋଶନ ପାଇଁ ବିଦ୍ଯୁତ ଲଗାତାର ଚେଷ୍ଟା ଜାରି ରଖିଛନ୍ତି । ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ମଧ୍ଯ ଫିଲ୍ମ ପ୍ରସ୍ତୁତିର ଫଟୋ ଓ ଭିଡିଓ ଲଗାତାର ସେୟାର କରନ୍ତି । ଏବେ ଫିଲ୍ମ ପାଇଁ ଦର୍ଶକଙ୍କୁ କିଛି ଦିନ ପର୍ଯ୍ଯନ୍ତ ଅପେକ୍ଷା କରିବାକୁ ପଡିବ ।  ଜଙ୍ଗଲୀ ପରେ ବିଦ୍ଯୁତଙ୍କ ଫିଲ୍ମ ‘କମାଣ୍ଡୋ’ର ତୃତୀୟ ଭାଗ ରିଲିଜ ହେବ । କମାଣ୍ଡୋ ୩ର ଦମଦାର୍ ଟିଜର ବି ରିଲିଜ ହୋଇସାରିଛି ।