PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

ସସ୍‌ପେନ୍ସ ଡ୍ରାମାରେ ଭରପୁର ଭୂମିଙ୍କ ଫିଲ୍ମ ‘ଦ ଲେଡି କିଲର’, ଚାଲେଞ୍ଜିଂ ଭୂମିକାରେ ନଜର ଆସିବେ ଅଭିନେତ୍ରୀ

ନୂଆଦିଲ୍ଲୀ ୦୪/୧୦: ୨୦୧୫ ମସିହାରେ ‘ଦମ୍‌ ଲଗା କେ ହୈ ସା’ ଫିଲ୍ମ ମାଧ୍ୟମରେ ବଲିଉଡ୍‌ରେ ଏଣ୍ଟ୍ରି କରିଥିଲେ ଅଭିନେତ୍ରୀ ଭୂମି ପେଡ୍‌ନେକର । ତା’ ପରଠାରୁ ସେ ଆଉ ପଛକୁ ଚାହିଁନାହାନ୍ତି । ଦର୍ଶକଙ୍କୁ ଅନେକଗୁଡ଼ିଏ ସୁପରହିଟ୍‌ ଫିଲ୍ମ ଉପହାର ଦେବା ସହ ବି-ଟାଉନ୍‌ର ସଫଳ ଅଭିନେତ୍ରୀଙ୍କ ମଧ୍ୟରେ ଅନ୍ୟତମ ପାଲଟି ଯାଇଛନ୍ତି ।

ଆଗକୁ ତାଙ୍କୁ ‘ଦ ଲେଡି କିଲର’ରେ ଦେଖିବାକୁ ମିଳିବ । ସେଥିରେ ତାଙ୍କ ସହ ପ୍ରଥମ ଥର ଲାଗି ଅର୍ଜ୍ଜୁନ କପୁର ସ୍କ୍ରିନ୍‌ ସେୟାର କରିବେ । ଏ ସଂପର୍କରେ ନିକଟରେ ଏକ ସାକ୍ଷାତକାରରେ ଭୂମି କହିଛନ୍ତି, ‘ଦ ଲେଡି କିଲର’ର ସ୍କ୍ରିପ୍‌ଟ ଅତ୍ୟନ୍ତ ଚମତ୍କାର । ଏହି ସସ୍‌ପେନ୍ସ ଡ୍ରାମା ଫିଲ୍ମରେ ମୋ’ର ଭୂମିକା ଖୁବ୍‌ ଚାଲେଞ୍ଜିଂ ରହିଛି । କହିବାକୁ ଗଲେ ଆଜି ପର୍ଯ୍ୟନ୍ତ ମୁଁ ଯେତେ ଭୂମିକାରେ ଅଭିନୟ କରିଛି ଏହି ଭୂମିକା ସବୁଠୁ ଭିନ୍ନ । ଦର୍ଶକଙ୍କୁ ଆମର କାମ ପସନ୍ଦ ଆସିବ ବୋଲି  ଆଶା ।

ଦ ଲେଡି କିଲରକୁ ଭୂଷଣକୁମାର ଓ ଶୈଳେଶ ଆର୍‌ ସିଂହ ପ୍ରଯୋଜନା କରୁଛନ୍ତି । ଅଜୟ ବହଲ ନିର୍ଦ୍ଦେଶନାରେ ଅଛନ୍ତି । ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ ଭୂମିଙ୍କୁ ଆଗକୁ ଶଶାଙ୍କ ଖୈତାନ୍‌ଙ୍କ ‘ଗୋବିନ୍ଦା ନାମ ମେରା’, ସୁଧୀର ମିଶ୍ରାଙ୍କର ‘ଅଫ୍‌ୱା’, ଅନୁଭବ ସିହ୍ନାଙ୍କ ‘ଭିଡ୍‌’ରେ ଦେଖିବାକୁ ମିଳିବ । ଏହାଛଡ଼ା ‘ଥ୍ୟାଙ୍କ୍‌ ୟୁ ଫର କମିଙ୍ଗ’ ରେ ବି ଭୂମି ନଜର ଆସିବେ।