PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେସିଙ୍ଗା : କେସିଙ୍ଗାରେ ବୃଦ୍ଧି ପାଇବାରେ ଲାଗିଛି ସଟ୍ଟା ଖେଳ ସହିତ ବେଆଇନ ମଦ ବିକ୍ରି, ୩ ଗିରଫ
  • ||
  • କଣ୍ଟାବାଞ୍ଜି : ରାଜ୍ୟ ବାହାରେ ଓଡ଼ିଆ ପରିବାରକୁ ନିର୍ମମ ହତ୍ୟା, ସ୍ଵାମୀ-ସ୍ତ୍ରୀ ସମେତ ଦୁଇ ଛୁଆ ମୃତ
  • ||
  • କଟକ : ବଢିବ ହାଇସିକ୍ୟୁରିଟି ନମ୍ଵର ପ୍ଲେଟ ଅବଧି, ମାସେ ସମୟସୀମା ବୃଦ୍ଧିକଲେ ସରକାର
  • ||

ଆୟକର ଠକୁଥିବା ଲୋକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ଯାନୁଷ୍ଠାନ ନେବାପାଇଁ ଆଦେଶ ଦେଲେ ନିର୍ମଳା ସୀତାରମଣ

ନୁଆଦିଲ୍ଲୀ ୨୫/୭: ଅର୍ଥମନ୍ତ୍ରୀ ନିର୍ମଳା ସୀତାରଣ ବୁଧବାର ଅଧିକାରୀମାନଙ୍କୁ କହିଛନ୍ତି ଯେ ଟ୍ଯାକ୍ସ ଚୋରି ପାଇଁ ଚେଷ୍ଟା କରୁଥିବା ବ୍ଯକ୍ତିମାନଙ୍କ ବିରୁଦ୍ଧରେ କଡା କାର୍ଯ୍ଯାନୁଷ୍ଠାନ ନିଆଯାଉ ଏବଂ ସଚ୍ଚୋଟ କରଦାତାମାନଙ୍କୁ ଉତ୍ତମ ସେବା ଦେଇ ତାଙ୍କୁ ଧନ୍ୟବାଦ ଜଣାଯାଉ । ଅର୍ଥମନ୍ତ୍ରୀ କହିଛନ୍ତି ଯେ ‘ସିଷ୍ଟମ ସହିତ ଖେଳୁଥିବା ଲୋକଙ୍କ ପ୍ରତି ଆପଣ ଗମ୍ଭୀର ହୁଅନ୍ତୁ, ମୁଁ ଆପଣଙ୍କ ସହିତ ଅଛି ।‘ ସୀତାରମଣ ଆୟକର ଦିବସ ସମାରୋହରେ ଅଧିକାରୀମାନଙ୍କୁ ସମ୍ବୋଧିତ କରି ଏହା କହିଛନ୍ତି । 

ଅର୍ଥମନ୍ତ୍ରୀ କହିଛନ୍ତି ଯେ ଟ୍ଯାକ୍ସରୁ ବଞ୍ଚୁଥିବା ଲୋକଙ୍କୁ ଧରିବା ପାଇଁ ରାଜସ୍ୱ ବିଭାଗର ୩ ଶାଖା- ଆୟକର ବିଭାଗ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ରେଭିନ୍ଯୁ ଇଣ୍ଟେଲିଜେନ୍ସି ପରସ୍ପର ମଧ୍ୟରେ ତଥ୍ଯ ସେୟାର କରିବା ଉଚିତ୍ । ସେ କରଦାତାଙ୍କ ପାଇଁ କହିଛନ୍ତି ଯେ ଟ୍ୟାକ୍ସ ଭରିବାକୁ ଦଣ୍ଡ ନୁହେଁ ବରଂ ଦେଶର ବିକାଶରେ ଯୋଗଦାନ ଭାବେ ଦେଖିବା ଉଚିତ୍ ।

ସୀତାରମଣ ଅଧିକାରୀମାନଙ୍କୁ କହିଛନ୍ତି ଯେ ଟ୍ୟାକ୍ସ ବେସକୁ ବଢାଇବା ପାଇଁ ଚେଷ୍ଟା କରାଯାଉ । ବଜେଟରେ ନିର୍ଦ୍ଧାରିତ ୧୩.୩୫ ଲକ୍ଷ କୋଟି ଟଙ୍କା  ପ୍ରତ୍ଯକ୍ଷ କର ସଂଗ୍ରହ ଲକ୍ଷ୍ୟ ହାସଲ କରାଯାଇପାରିବ । କାରଣ ଗତ ୫ ବର୍ଷ ମଧ୍ଯରେ ଟ୍ୟାକ୍ସ କଲେକ୍ସନ ଦୁଇଗୁଣ ହୋଇଯାଇଛି ।

ଅର୍ଥମନ୍ତ୍ରୀ ଟ୍ଯାକ୍ସ ଅଧିକାରୀଙ୍କୁ ମହୁମାଛି ସହ ତୁଳନା କରିଛନ୍ତି ଯିଏକି ଫୁଲର କୌଣସି କ୍ଷତି ନକରି କେବଳ ତାର ରସ ପିଇଥାଏ । ସେ କହିଛନ୍ତି ଯେ ସୋସିଆଲ ମିଡିଆରେ ମିଳୁଥିବା କରଦାତାଙ୍କ ଅଭିଯୋଗକୁ ପ୍ରତିଦିନ ରେଭିନ୍ଯୁ ସେକ୍ରେଟେରୀକୁ ପଠାଇବା ଉଚିତ୍, ୟାହା ଫଳରେ ଉଚିତ୍ କାର୍ଯ୍ଯାନୁଷ୍ଠାନ ନିଆଯାଇପାରିବ । ସୀତାରମଣ କହିଛନ୍ତି ଯେ ବିଭାଗ ସମ୍ପୂର୍ଣ୍ଣ ରୂପେ ସୋସିଆଲ ମିଡିଆର ଫିଡବ୍ଯାକ୍ ଆଧାରରେ ଚଲାଯାଇପାରିବ ନାହିଁ । ଏହି ପ୍ଲାଟଫର୍ମରୁ ନିମ୍ନ ସ୍ତରର ବିଚାରକୁ ବୁଝିବାରେ ସାହାଯ୍ୟ ମିଳିଥାଏ ।