ପ୍ରମୁଖ ଖବର
  • ତୃତୀୟ ଟି-୨୦ରେ ବାଜି ମାରିଲା ଅଷ୍ଟ୍ରେଲିଆ
  • ||
  • ଟନେଲ ଟ୍ରାଜେଡି: ଶ୍ରମିକଙ୍କୁ ଉଦ୍ଧାର ପ୍ରକ୍ରିୟା ଆରମ୍ଭ
  • ||
  • କଟକ : ବୈପାରୀଗୁଡ଼ା ଆଇଆଇସିଙ୍କ ଘରୁ ମିଳିଲା ୩୭ ଲକ୍ଷରୁ ଉର୍ଦ୍ଧ୍ଵ ନଗଦ, ଏବେବି ଚଢାଉ ଜାରି, ବଢିପାରେ ଜବତ ଟଙ୍କାର ପରିମାଣ
  • ||
  • କଟକ: ଆଜି କଟକରେ ପ୍ରଥମ ପର୍ଯ୍ୟାୟ କାର୍ତ୍ତିକେଶ୍ୱର ଭସାଣି, ବିସର୍ଜିତ ହେବେ ୩୯ ମେଢ଼
  • ||
  • ନୂଆଦିଲ୍ଲୀ: ଭାଙ୍ଗିଲା ବିଶ୍ୱର ସର୍ବପ୍ରାଚୀନ ବିଶାଳ ହିମଖଣ୍ଡ, ନ୍ୟୁୟର୍କ ସହର ଆକାରଠୁ ପ୍ରାୟ ୩ ଗୁଣ ବଡ଼
  • ||
  • ଭୁବନେଶ୍ୱର: ନୂଆବର୍ଷରେ ବରମୁଣ୍ଡା ନୂଆ ବସ୍‌ ଟର୍ମିନାଲ ଉଦ୍‌ଘାଟନ୍, ବସ୍‌ ବେ’ରେ ଏକାବେଳେ ଲାଗିବ ୫୦ ବସ୍‌
  • ||
  • ଭାରତ ଓ ଅଷ୍ଟ୍ରେଲିଆ ତୃତୀୟ ଟି-ଟ୍ୱେଣ୍ଟି : ସିରିଜ କବଜା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ, ‘କର ବା ମର’ ସ୍ଥିତିରେ କଙ୍ଗାରୁ ବାହିନୀ
  • ||
  • ଭୁବନେଶ୍ୱର: ମାଡ଼ ଖାଇବ ଛାଡ଼ଖାଇ ! ମଙ୍ଗଳବାର କମ୍‌ ବେପାର, ବୁଧବାର ଜମିବ ଆମିଷ ବିକ୍ରି
  • ||
  • ପୁରୀ: ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ଣରେ ସର୍ବସାଧାରଣ ଦର୍ଶନ ବନ୍ଦ
  • ||
  • ଭୁବନେଶ୍ୱର: ମାଡ଼ିଆସୁଛି ଅତି ଭୀଷଣ ବାତ୍ୟା, ଡିସେମ୍ବର ୬ ସୁଦ୍ଧା ଆନ୍ଧ୍ର-ଦକ୍ଷିଣ ଓଡ଼ିଶା ଉପକୂଳରେ ଛୁଇଁବା ଆଶଙ୍କା
  • ||

ସହିଦଙ୍କ ପରିବାର ପାଇଁ ସହାୟତାର ସୁଅ

ନୂଆଦିଲ୍ଲୀ, ୧୫ ।୨(ଏଜେନ୍ସି): ପୁଲୱାମା ଆକ୍ରମଣ ଘଟଣାରେ ସହିଦ ହୋଇଥିବା ୧୬ ରାଜ୍ୟର ୪୦ ଯବାନଙ୍କ ପରିବାର ପାଇଁ ବିଭିନ୍ନ ମହଲରୁ ସହାୟତାର ସୁଅ ଛୁଟିଛି । ୟୁପି ସରକାର ରାଜ୍ୟର ୧୨ ସହିଦଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଲେଖାଁଏ ଆର୍ଥିକ ସହାୟତା ସହ ପରିବାରର ଜଣକୁ ଚାକିରି ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି । ତା’ଛଡା ପ୍ରତି ସହିଦ ଯବାନଙ୍କ ଗ୍ରାମକୁ ସଂଯୁକ୍ତ କରୁଥିବା ରାସ୍ତାର ନାମ ତାଙ୍କ ନାମରେ ନାମିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୂଚନା ଦେଇଛନ୍ତି । ଓଡ଼ିଶା ସରକାର ରାଜ୍ୟର ଦୁଇ ସହିଦଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଁଏ ଅନୂକମ୍ପାମୂଳକ ସହାୟତା ଦିଆଯିବ ବୋଲି ପ୍ରକାଶ କରିଛନ୍ତି । ମଧ୍ୟପ୍ରଦେଶରୁ ଜଣେ ଯବାନ ସହିଦ ହୋଇଥିଲାବେଳେ ମୁଖ୍ୟମନ୍ତ୍ରୀ କମଲନାଥ ତାଙ୍କ ପରିବାରକୁ କୋଟିଏ ଟଙ୍କା, ଜଣକୁ ଚାକିରି ଏବଂ ପରିବାର ପାଇଁ ଘର ଯୋଗାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି । ମହାରାଷ୍ଟ୍ର ସରକାର ରାଜ୍ୟର ଦୁଇ ସହିଦଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ଲେଖାଁଏ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟର ସିଦ୍ଧିବିନାୟକ ମନ୍ଦିର ଟ୍ରଷ୍ଟ ସମସ୍ତ ୪୦ ସହିଦଙ୍କ ପାଇଁ ୫୧ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିଛି । ତାମିଲନାଡୁରେ ଦୁଇ ସହିଦଙ୍କ ପରିବାରକୁ ରାଜ୍ୟ ସରକାର ୨୦ ଲକ୍ଷ ଟଙ୍କା ଲେଖାଁଏ ସହାୟତା ରାଶି ପ୍ରଦାନ କରିବେ ବୋଲି ସୂଚନା ଦିଆଯାଇଛି ।

Copyright © 2022 - Summa Real Media Private Limited. All Rights Reserved.