ଘରେ ନିଆଁ ଲାଗି ଜୀବନ୍ତ ଜଳିଗଲେ ମା ସହ ୨ ଝିଅ, ସ୍ୱାମୀ ଅଟକ

ଜି. ଉଦୟଗିରି ୧୯/୨: ଜି. ଉଦୟଗିରି ଥାନା ଅନ୍ତର୍ଗତ ମଗରଗୁଡା ଗାଁରେ ଏକ ହୃଦୟ ବିଦାରକ ଘଟଣା ଘଟିଛି । ଏହି ଗାଁରେ ଏକ ଘରେ ମା ସହ ୨ ଝିଅ ଜୀବନ୍ତ ଜଳିଯାଇଛନ୍ତି । ମୃତକ ମହିଳା ହେଲେ ଝୁଲିମା ପ୍ରଧାନ ଏବଂ ତାଙ୍କ ଝିଅ ସୋନାଲୀ ପ୍ରଧାନ ଓ ରୂପାଲି ପ୍ରଧାନ ।
ଆଜି ସକାଳ ୮ଟା ସମୟରେ କୌଣସି କାରଣରୁ ଅଚାନକ ନିଆଁ ଲାଗିବା ଫଳରେ ଏହି ଅଘଟଣ ଘଟିଛି । ମୃତକ ମହିଳାଙ୍କ ସ୍ୱାମୀ ପଥରଭାଙ୍ଗିବା ପାଇଁ ଯାଇଥିଲେ । ଏହି ସମୟରେ ତାଙ୍କ ଘର ପାଖରେ ରହୁଥିବା ତାଙ୍କ ଶାଶୁ ଘର ଭିତରେ ନିଆଁ ଲାଗିଥିବା ଦେଖିବାକୁ ପାଇଥିଲେ । ତେବେ ଘର ଭିତରେ ଦେଖିବା ପରେ ମା ଓ ଝିଅଙ୍କ ମୃତଦେହ ଦେଖିବାକୁ ମିଳିଥିଲା । ତେବେ ଏହି ନିଆଁ ଲାଗିବାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ସ୍ୱାମୀ ବିମଳ ପ୍ରଧାନକୁ ଅଟକ ରଖିଛି ।