ଜୟପୁର ୧୯/୧୧: ଜୟପୁର ପୁରୁଣା BSNL କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ। ଦୀର୍ଘ ବର୍ଷ ହେବ ଅବ୍ୟବହୃତ ଅବସ୍ଥାରେ ଥିବା ବିଲ୍ଡିଂରୁ କାଳା ଧୂଆଁ ବାହାରୁଥିବା ଦେଖି ସ୍ଥାନୀୟଲୋକ ଅଗ୍ନିଶମ ବାହିନୀ ଖବର ଦେଇଥିଲେ । ଘଟଣା ସ୍ଥଳରେ ୨ଟି ଦମକଳ ଗାଡ଼ି ପହଞ୍ଚିଥିଲା। ଅଫିସ ବନ୍ଦ ଥିବାରୁ ଗ୍ରିଲ୍ ଭାଙ୍ଗି ଭିତରେ ପଶିଥିଲେ । ଦୀର୍ଘ ସମୟର ଉଦ୍ୟମ ପରେ ନିଆଁକୁ ଆୟତ୍ତ କରିଥିବା ଜଣାପଡିଛି। ତେବେ ଅଗ୍ନିକାଣ୍ଡ ପ୍ରକୃତ କାରଣ ଜଣାପଡିନାହିଁ। ତଦନ୍ତ ପରେ ଜଣାପଡିବ ବୋଲି ଅଗ୍ନିଶମ କର୍ମଚାରୀ ସୂଚନା ଦେଇଛି।