ରାୟଗଡ଼ା ୧୦/୦୧ : ରାୟଗଡ଼ା ସହରର ଆଶୋକା ସିନେମା ହଲ୍ରେ ଅଗ୍ନିକାଣ୍ଡ। ବଡ଼ ବିପଦରୁ ଅଳ୍ପକେ ବର୍ତ୍ତିଲେ ଶତାଧିକ ଦର୍ଶକ। ଆଳତୀ ବେଳେ ହଲ୍ ପରଦା ଜଳି ଯାଇଥିବା ସୂଚନା ମିଳିଛି। ତେବେ ନିଆଁ ଅଧିକ ବ୍ୟାପିବା ପୂର୍ବରୁ ହଲ୍ କର୍ମଚାରୀ ଆୟତ କରିଦେଇଥିଲେ। ଏହି ଅଗ୍ନିକାଣ୍ଡ କୌଣସି ଦର୍ଶକଙ୍କ କ୍ଷୟକ୍ଷତି ହୋଇନାହିଁ।
ସୂଚନା ଅନୁଯାୟୀ, ଶୁକ୍ରବାର ସଂଧ୍ୟାରେ ତେଲୁଗୁ ଫିଲ୍ମ ଷ୍ଟାର୍ ପ୍ରଭାସଙ୍କ ବହୁ ପ୍ରତିକ୍ଷୀତ ସିନେମା ରାଜା ସାହେବର ଶୁଭ ମହୁରତ ହୋଇଥିଲା । ଯେଉଁଥିରେ ପ୍ରଭାସଙ୍କ ସମର୍ଥକମାନେ ହଲ ପରିସରରେ ନିଆଁ ଲଗାଇ ଆଳତୀ କରୁଥିଲେ । ଏହି ସମୟରେ ହଲ୍ ଝୁଲୁଥିବା ପରଦାରେ ନିଆଁ ଲାଗିଯାଇଥିଲା । ଯାହାପରେ ହଠାତ୍ ନିଆଁର ପ୍ରକୋପ ବଢିବାରେ ଲାଗିଥିଲା । ଏପିରିକି ପାଖରେ ଥିବା କାଗଜରେ ନିଆଁ ଲାଗି ପ୍ରକୋପ ବଢିବାରେ ଲାଗିଥିଲା । ପରେ ହଲ୍ କର୍ତ୍ତୃପକ୍ଷ ସଙ୍ଗେ ସଙ୍ଗେ ନିଆଁ ଲିଭା ଯନ୍ତ୍ର ସହାୟତାରେ ନିଆଁକୁ ଆୟତ୍ତ କରିଥିଲେ । ଯାହାଫଳରେ ଏକ ବଡ଼ ଅଘଟଣରୁ ବର୍ତ୍ତି ଥିବା ଅନୁମାନ କରାଯାଉଛି । ସେପଟେ ଏହି ଘଟଣା ଘଟିବା ପରେ ହଲ୍ ପରିସରରେ ଅସମ୍ଭାଳ ଭିଡ଼ ପରିଲକ୍ଷିତ ହୋଇଥିଲା । ନିଆଁକୁ ଦେଖି ଦର୍ଶକମାନେ ଘଟଣାସ୍ଥଳରୁ ଚାଲିଯାଇଥିଲା । ଏହି ଘଟଣାରେ କାହାର କୌଣସି କ୍ଷତି ହୋଇନଥିବା ଜଣାପଡିଛି ।