PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୋକିଓ – ରନୱେରେ ଧକ୍କା ହେଲା ଦୁଇଟି ବିମାନ ; ଆତଙ୍କରେ ଥରିଲେ ଯାତ୍ରୀ
  • ||
  • ଧାରା ୩୭୦ ଉଚ୍ଛେଦ ବେଳେ କେଜ୍ରିଓ୍ବାଲ କେଉଁଠି ଥିଲେ ? ଏବେ ଆମକୁ ସମର୍ଥନ ମାଗୁଛନ୍ତି : ଓମାର ଅବଦୁଲ୍ଲା
  • ||
  • ରାଉରକେଲା : ପାଞ୍ଚ ବର୍ଷର ପୁଅକୁ ମାରି ଟାଙ୍ଗି ଦେଲା ବାପା, ପରକୀୟା ପ୍ରୀତିରୁ ହତ୍ୟା ସନ୍ଦେହ
  • ||
  • ହିନ୍ଦୋଳ : ହାତୀ ଆକ୍ରମଣରେ ବୃଦ୍ଧ ମୃତ, ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା
  • ||
  • ଭୁବନେଶ୍ଵର : ୧୭ରେ ଓଡ଼ିଶା ଆସିବେ ଅମିତ ଶାହ, ଢେଙ୍କାନାଳ ସମାବେଶରେ ୫୦ ହଜାର ଲୋକଙ୍କୁ ଦେବେ ଉଦବୋଧନ
  • ||

ଇନ୍ଦୋରରେ ୬ ମହଲା ବିଶିଷ୍ଟ ଏକ ହୋଟେଲରେ ଲାଗିଲା ନିଆଁ, ୪୧ ଲୋକ ଉଦ୍ଧାର, ୧୦ ଜଣ ହସ୍ପିଟାଲରେ ଭର୍ତ୍ତି  

ଭୋପାଳ: ମଧ୍ୟପ୍ରଦେଶ ଇନ୍ଦୋରରେ ୬ ମହଲା ବିଶିଷ୍ଟ ଏକ ହୋଟେଲରେ ବୁଧବାର ସକାଳେ ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ପୁଲିସ ଓ ଅଗ୍ନିଶମ ବାହିନୀ ହୋଟେଲରେ ଫସି ରହିଥିବା ୪୨ ଲୋକଙ୍କୁ ଉଦ୍ଧାର କରିଛନ୍ତି। ଏନେଇ ରାଉ ଥାନା ଅଧିକାରୀ ନରେନ୍ଦ୍ର ରଘୁବଂଶୀ କହିଛନ୍ତି, ‘ପପାୟା ଟ୍ରି ହୋଟେଲ’ ନିଆଁ ଲାଗିବାରୁ ସେଥିରେ ଥିବା ଲୋକମାନେ ଫସି ରହିଥିଲେ। ସେମାନଙ୍କୁ ଅଗ୍ନିଶମ ବାହାନୀ ଉଦ୍ଧାର କରିଥିଲେ। ଉଦ୍ଧାର ହୋଇଥିବା ଲୋକଙ୍କ ଭିତରୁ ୧୦ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ପୁଲିସ ଅଧୀକ୍ଷକ (ଅଗ୍ନିଶମ) ଆରଏସ ନିଙ୍ଗୱାଲ କହିଛନ୍ତି ଯେ ହୋଟେଲର ତଳ ମହଲାର ଟେରାସରୁ ନିଆଁ ଲାଗିଥିଲା ପରେ ସବୁ ବିଲ୍ଡିଂରେ ନିଆଁ ଲାଗିଯାଇଥିଲା। ବହୁ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଛି। ହୋଟେଲରେ ଉପଯୁକ୍ତ ବ୍ୟବସ୍ଥା ନଥିବାରୁ ନିଆଁ ଅଧିକ ବ୍ଯାପି ଯାଇଥିଲା।

ପୁଲିସ ଅଧୀକ୍ଷକ କହିଛନ୍ତି, “ହୋଟେଲ ମ୍ୟାନେଜମେଣ୍ଟ ଏକ ‘ହାଇଡ୍ରାଣ୍ଟ’ (ଅଗ୍ନି ନିର୍ବାପକ ବ୍ୟବସ୍ଥା) ରଖିଥିଲେ, ଯେଉଁଥିରେ ବିଦ୍ୟୁତ ସଂଯୋଗ ରହିଥିଲା। ହେଲେ ନିଆଁ ସମୟରେ ବିଦ୍ୟୁତ କଟିଯିବାରୁ ‘ହାଇଡ୍ରାଣ୍ଟ’ କାମ କରିନଥିଲା। ଯଦି ହୋଟେଲ ମ୍ୟାନେଜମେଣ୍ଟ ଜେନେରେଟର ସହିତ ‘ହାଇଡ୍ରାଣ୍ଟ’ ସଂଯୋଗ ରଖିଥାନ୍ତେ, ତେବେ ନିଆଁ ଲାଗିବା ପରେ ତୁରନ୍ତ ନିଆଁକୁ ନିୟନ୍ତ୍ରଣ କରାଯାଇ ପାରିଥାନ୍ତା। ହୋଟେଲ ପରିଚାଳନା ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଜିଲ୍ଲା ପ୍ରଶାସନ ଏବଂ ଇନ୍ଦୋର ମ୍ୟୁନିସିପାଲ କର୍ପୋରେସନକୁ ଚିଠି ଲେଖିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର