ହାଜରା ହସ୍ପିଟାଲରେ ଭୀଷଣ ଅଗ୍ନିକାଣ୍ଡ : ଡାକ୍ତର ଦମ୍ପତ୍ତିଙ୍କ ସହ ୬ ମୃତ, ଅଳ୍ପକେ ଉଦ୍ଧାର ହେଲେ ରୋଗୀ

ଧନବାଦ,୨୮।୧: ଝାଡଖଣ୍ଡର ଧନବାଦ ଜିଲ୍ଲାରୁ ଆସିଛି ବଡ ଖବର। ହାଜରା ହସ୍ପିଟାଲରେ ଭୀଷଣ ଅଗ୍ନିକାଣ୍ଡ ଦେଖିବାକୁ ମିଳିଛି। ଏହି ଘଟଣାରେ ଦୁଇ ଜଣ ଡାକ୍ତରଙ୍କ ସହିତ ୬ ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ଭିତରେ ଡାକ୍ତର ବିକାଶ ହାଜରା ଓ ଡାକ୍ତର ପ୍ରେମା ହାଜରା ମଧ୍ୟ ରହିଛନ୍ତି। ସେଭଳି ମୃତକଙ୍କ ଭିତରେ ଡାକ୍ତର ଦମ୍ପତ୍ତିଙ୍କ ପୁତୁରା, ଜଣେ ସମ୍ପର୍କୀୟ ଓ ଘରୋଇ ସାହାୟକ ଅଛନ୍ତି। ଏନେଇ ଧାନବାଦ ଡିଏସ୍ପି ସୂଚନା ଦେଇଛନ୍ତି କୁହାଯାଉଛି ଯେ, ସବୁ ଲୋକଙ୍କ ମୃତ୍ୟୁ ନିଆଁରେ ଜଳିଯାଇ ଓ ଅଣନିଶ୍ବାସୀ ହେବା ଯୋଗୁଁ ଘଟିଛି। ହସ୍ପିଟାଲରେ ଲାଗିଥିବା ନିଆଁକୁ କାବୁ କରିବା ପାଇଁ ଫାୟାର ବ୍ରିଗେଡର ୫ଟି ଗାଡି ଘଟଣାସ୍ଥଳରେ ପହଞ୍ଚିଥିଲା।

ଏହି ସମୟରେ ଚାଲିଥିବା ରେସକ୍ୟୁ ଅପରେସନ୍ରେ ରୋଗୀଙ୍କ ସହିତ ମୋଟ ୯ ଜଣଙ୍କୁ ଉଦ୍ଧାର କରାଯାଇଛି। ସର୍ଟ ସର୍କିଟି କାରଣରୁ ହସ୍ପିଟାଲରେ ନିଆଁ ଲାଗିଛି ବୋଲି ଆଶଙ୍କା କରାଯାଉଛି। ମିଳିଥିବା ସୂଚନା ଅନୁସାରେ, ହସ୍ପିଟାଲରେ ଫାୟାର ଫାଇଟିଂର ମଧ୍ୟ ବ୍ୟବସ୍ଥା ନଥିଲା। ସୁରକ୍ଷା ବ୍ୟବସ୍ଥାରେ ଘୋର ଅବହେଳା ଦେଖିବାକୁ ମିଳିଥିଲା। ଏହି ଘଟଣା ରାତି ପ୍ରାୟ ୨ଟା ବେଳ ଆଖପାଖରେ ଘଟିଥିଲା, ଏହାପରେ ପୁରା ହସ୍ପିଟାଲ ପରିସରରେ ଧାଁ ଦଉଡ ଲାଗି ରହିଥିଲା।
धनबाद के हाजरा क्लिनिक में आग लगने का मामला सामने आया है, हादसे में डॉक्टर दंपति सहित 5 लोगों की मौत हो गई है#Dhanbadclinicfire pic.twitter.com/fIv3zVVvdu
— Prabhat Khabar Digital (@PKDigital_News) January 28, 2023
ଡାକ୍ତର ବିକାଶ ହାଜରା ଓ ଡାକ୍ତର ପ୍ରେମା ହାଜରାଙ୍କ ଘର ଓ ହାଜରା ହସ୍ପିଟାଲ ଗୋଟିଏ ସ୍ଥାନରେ ରହିଛି। ପ୍ରଥମେ ଘରେ ନିଆଁ ଲାଗିଥିଲା। ପରେ ଧୀରେ ଧିରେ ଏହା ହସ୍ପିଟାଲକୁ ବ୍ୟାପୀ ଯାଇଥିଲା। ଏହି ସମୟରେ ଘରେ ଉପସ୍ଥିତ ଡାକ୍ତର ଦମ୍ପତି ଏବଂ ସେମାନଙ୍କ କର୍ମଚାରୀଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ଘଟିଥିଲା। ନିଆଁକୁ ଶୀଘ୍ର ଲିଭାଇବାକୁ ଚେଷ୍ଟା କରାଯାଇଥିଲା। ଏହା ସହିତ ଅନେକ ରୋଗୀଙ୍କୁ ମଧ୍ୟ ଉଦ୍ଧାର କରାଯାଇଥିଲା।