ପ୍ରମୂଖ ଖବର
  • ଜମ୍ମୁକାଶ୍ମୀରରେ ଆତଙ୍କବାଦୀଙ୍କ ସହ ଗୁଳିବିନିମୟରେ ୨ ଯବାନ ସହିଦ ୧୦ ଜଣ ଗୁରୁତର ଆହତ
  • ||
  • ନୂଆପଡ଼ା : ଏନ୍‌ଏଚ୍ ୩୫୩ କ୍ରିଷ୍ଣା ଛକରେ ଦୁର୍ଘଟଣା; ଟ୍ରକ୍‌ ଧକ୍କାରେ ମାମୁ ଭଣଜା ମୃତ
  • ||
  • ଋଷ-ୟୁକ୍ରେନ୍‌ ଯୁଦ୍ଧ ଶେଷ କରିବା ପ୍ରସ୍ତୁତି ,ଅଗଷ୍ଟ ୧୫ରେ ଡୋନାଲ୍ଡ ଟ୍ରମ୍ପ ଓ ପୁଟିନ୍‌ଙ୍କ ବଡ଼ ବୈଠକ
  • ||
  • ରାକ୍ଷୀ ପୂର୍ଣ୍ଣିମା; ଭାଇ ହାତରେ ସମ୍ପର୍କର ସୂତା ବାନ୍ଧି ସୁରକ୍ଷାର ପ୍ରତିଶ୍ରୁତି ନେଲେ ଭଉଣୀ
  • ||
  • ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ତୃତୀୟ କିସ୍ତି; ଜୟପୁର ସଭାରୁ ଟଙ୍କା ବାଣ୍ଟିବେ ମୁଖ୍ୟମନ୍ତ୍ରୀ
  • ||

କଣ୍ଟେନରରେ ଅଗ୍ନିକାଣ୍ଡ, ଜଳିଗଲା ୩୨ ସ୍କୁଟି

Published By : Harapriya Sethi | August 8, 2025 1:59 PM

ଛତ୍ରପୁର,୦୮/୦୮: ଗଞ୍ଜାମ ଜିଲ୍ଲା ଛତ୍ରପୁର ବାଇପାସ୍‌ରେ ସ୍କୁଟି କଣ୍ଟେନରରେ ଆକସ୍ମିକ ନିଆଁ ଲାଗି ସମସ୍ତ ସ୍କୁଟି ପୋଡିଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ହେଲେ ଏହାରି ମଧ୍ୟରେ କଣ୍ଟେନେରରେ ଥିବା ୩୨ଟି ସ୍କୁଟି ଜଳିଯାଇଛି । 

ସୂଚନା ମୁତାବକ, କଣ୍ଟେନରଟି ସ୍କୁଟି ବୋଝେଇ କରି ପ୍ରତାପଗଡ଼ରୁ ଆନ୍ଧ୍ରପ୍ରଦେଶ ଯାଉଥିଲା । ଏହି ସମୟରେ ବାଇପାସ୍‌ରେ ଉଜଳେଶ୍ୱରୀ ମନ୍ଦିର ନିକଟରେ ଏହି ଘଟଣା ଘଟିଥିଲା । ହଠାତ୍ କଣ୍ଟେନରରେ ନିଆଁ ଲାଗି ଯାଇଥିଲା । ଏ ସମ୍ପର୍କରେ ଖବର ପାଇ ତୁରନ୍ତ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ହେଲେ ଏହାରି ଭିତରେ ସମସ୍ତ ଗାଡ଼ି ପୋଡ଼ି ପାଉଁଶ ହୋଇଯାଇଥିଲା ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.