ଷ୍ଟେସନାରୀ ଓ ଚପଲ ଦୋକାନରେ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କା କ୍ଷତିଗ୍ରସ୍ତ

ରମ୍ଭା,୨୪/୧: ଚପଲ ଦୋକାନରେ ଭୟାବହ ଅଗ୍ନିକାଣ୍ଡ। ଗୁରୁବାର ଦିନ ଦୁଇଟା ସମୟରେ ବସଷ୍ଟାଣ୍ଟ ନିକଟସ୍ଥ ସମିରି ସୁବୁଦ୍ଧିଙ୍କ ଷ୍ଟେସନାରୀ ଓ ଚପଲ ଦୋକାନରେ ଏହି ଅଗ୍ନିକାଣ୍ଡ ଘଟିଛି। ଫଳରେ ପ୍ରାୟ ସାତ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସାମଗ୍ରୀ କ୍ଷତିଗ୍ରସ୍ତ ହୋଇଥିବା ଆକଳନ କରାଯାଉଛି।
ସଟ୍ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡରେ ସେଣ୍ଟ ବୋତଲ ଫାଟି ଭୟଙ୍କର ଶବ୍ଦ ହୋଇଥିଲା ।ଦୋକାନ ମାଲିକ, ଗ୍ରାହକ ,ପଡ଼ୋଶୀ ଦୋକାନ ମାଲିକ ଓ ଯାତାୟତ ଜନସାଧାରଣ ଭୟଭୀତ ହୋଇ ତୁରନ୍ତ ଜାଗା ଛାଡ଼ି ଚାଲିଯାଇଥିଲେ। ରମ୍ଭା ଫାୟାର ଷ୍ଟେସନକୁ ଜଣାଇବା ପରେ ଘଟଣା ସ୍ଥଳରେ ଏଲେଫମ ଅଧିକାରୀ ତପନ କୁମାର ଅଧିକାରୀ ,ସୁଶାନ୍ତ କୁମାର ମାଝୀ,ଡ୍ରାଇଭର ହାବିଲଦାର ଅଭିରାମ ପୃଷ୍ଟି ପହଞ୍ଚି ନିଆଁକୁ ଆୟତ କରିଥିଲେ । ତେବେ ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କା କ୍ଷତି ହୋଇଥିବା ବେଳେ ସମସ୍ତେ ସୁରକ୍ଷିତ ଥିବା ଜଣାପଡ଼ିଛି ।