ପୁରୀ ମାର୍କେଟ କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ ଘଟଣା, ଉଦ୍ଧାର ହେଲେ ୧୫ ପର୍ଯ୍ୟଟକ

ପୁରୀ: ପୁରୀ ସହରର ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ଘଟିଥିବା ଅଗ୍ନିକାଣ୍ଡରେ ୧୫ ଜଣଙ୍କୁ ଉଦ୍ଧାର କରିଛି ଅଗ୍ନଶମ ବାହାନୀ। ସମ୍ରାଟ ହୋଟେଲରେ ଫସିଥିବା ପର୍ଯ୍ୟଟକ ଉଦ୍ଧାର ହୋଇଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ନୁଆଁକୁ ଆୟତ କରାଯାଇ ପରିନଥିବା ବେଳେ ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ଅଗ୍ନିଶମ ବାହାନୀ।
ତେବେ ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ସ୍ସଷ୍ଟ ହୋଇ ନାହିଁ। ଅଗ୍ନିକାଣ୍ଡରେ ତିନି ଜଣ ନାସିକ୍ ପର୍ଯ୍ୟଟକ ଅଣନିଶ୍ୱାସୀ ହୋଇଥିବା ବେଳେ ଉଦ୍ଧାର କାର୍ଯ୍ୟରେ ଲାଗିଥିବା ଅଗ୍ନିଶମ ବାହାନୀର ତିନି ଜଣ ଯବାନ ମଧ୍ୟ ଅଣନିଶ୍ୱାସୀ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।