ପୋଲ ଉପରେ ଜଳିଗଲା ବାଇକ୍, ଅଳ୍ପକେ ବର୍ତ୍ତିଲେ ଚାଳକ

ଭଞ୍ଜନଗର,୨୫/୧- ବେଲଗୁଣ୍ଠା – ଆମ୍ବପୁଆ ରାସ୍ତାର ଚଢେୟାପଲ୍ଲୀ ଠାରେ ବୋଡା ନଦୀ ପୋଲ ଉପରେ ବୁଧବାର ଅପରାହ୍ନରେ ଦ୍ରୁତ ଗତିରେ ଯାଉଥିବା ଏକ ବାଇକ୍ ଦେହରେ ହଠାତ୍ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ଆଉ ଚାଳକ ଜଣକ ବାଇକ୍ ରୁ ଡେଇଁ ପଡି ସାମାନ୍ୟ ଆହତ ହୋଇଥିଲେ ମଧ୍ୟ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଅପରପକ୍ଷରେ ବାଇକ୍ ଟି ପୋଲ ଉପରେ ହୁତୁ ହୂତୁ ହୋଇ ସଂପୂର୍ଣ୍ଣ ଜଳିଯାଇଥିବା ବେଳେ କାଳେ କିଛି ବିସ୍ପୋରଣ ଘଟିପାରେ ବୋଲି ଆଶଙ୍କା କରି ସେହି ରାସ୍ତାରେ ଚଳପ୍ରଚଳ କରୁଥିବା କିଛି ବ୍ୟକ୍ତିବିଶେଷ କେବଳ ନିରବଦ୍ରଷ୍ଟା ସାଜିଥିଲେ। ଆଉ ଚାହୁଁ ଚାହୁଁ ବାଇକ୍ ଟି ସଂପୂର୍ଣ୍ଣ ଜଳି ପୋଡି ନଷ୍ଟ ହୋଇଯାଇଛି। ବାଇକ୍ ଚାଳକ ଙ୍କ ଘର ଜଗନ୍ନାଥ ପ୍ରସାଦ ବ୍ଳକ ବରଗାଁ ବୋଲି ଜଣାପଡିଛି। ବେଲଗୁଣ୍ଠା ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ଥାନା ଅଧିକାରୀ ପ୍ରକାଶ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି।