PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

ପାଳ ବୋଝେଇ ଟ୍ରାକ୍ଟରରେ ଲାଗିଲା ନିଆଁ

ସାନଖେମୁଣ୍ଡି, ୨୬।୧ ସାନଖେମୁଣ୍ଡି ଖଲିଙ୍ଗୀ ପାଟପୁର ମୁଖ୍ୟ ରାସ୍ତା ଖଲିଙ୍ଗୀ ସାହି ମଝିରେ ଟ୍ରାକ୍ଟରଟି ପାଳ ବୋଝେଇ କରି ନେଉଥିବା ହଠାତ ନିଆଁ ଲାଗି ଯାଇଥିଲା। ଘଟଣା ସ୍ଥଳରେ ସ୍ଥାନୀୟ ଲୋକମାନେ ଏବଂ ଦିଗପହଣ୍ଡି ଅଗ୍ନିଶମ ବିଭାଗ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରୁଛନ୍ତି । ଖଲିଙ୍ଗୀ ବାସୁଦେବପୁର ବୁଡୁ ପ୍ରଧାନଙ୍କ ଟ୍ରାକ୍ଟରରେ ନିଆଁ ଲାଗି ପୋଡି ଯାଇଛି। ଅଗ୍ନିକାଣ୍ଡ ପ୍ରକୃତ କାରଣ ଜଣା ପଡି ନାହିଁ।

ଏକ ଘରୋଇ ବସ ବିଦ୍ୟୁତ ତାର ଛିଣ୍ଡାଇ ଦେଇଥିଲା। ଯାହା ଫଳରେ ସେହି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏଭଳି ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ବସ ଡ୍ରାଇଭର ବସଟିକୁ ରାସ୍ତା ଉପରେ ରଖି ଫେରାର ହୋଇ ଯାଇଛନ୍ତି। ଅଗ୍ନିଶମ ବିଭାଗ ର ତଦନ୍ତ ପରେ ପ୍ରକୃତ କାରଣ ସ୍ୱଷ୍ଟ ହେବ। ବର୍ତ୍ତମାନ ବିଦ୍ୟୁତ ସରବରାହ ବନ୍ଦ କରାଯାଇଛି।

ଅଳ୍ପକେ ଗୋଟିଏ ବଡ଼ ଅଘଟଣ ବର୍ତ୍ତି ଯାଇଛନ୍ତି ସ୍ଥାନୀୟ ଲୋକମାନେ। କାରଣ ସେହି ସ୍ଥାନଟି ଜନଗହଳି ପୂର୍ଣ୍ଣ ସ୍ଥାନ। ସବୁ ସମୟରେ ଗହଳି ଚହଳି ଲାଗି ରହି ଥାଏ। ନିକଟ ପଞ୍ଚାୟତ ଲୋକେ ଏଠି ସନ୍ଧ୍ୟା ସମୟରେ ରୁଣ୍ଡ ହୋଇ ଥାନ୍ତି।।