PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏକନାଥ ସିନ୍ଦେ, ଶପଥ ପାଠ କରାଇଲେ ରାଜ୍ୟପାଳ
  • ||
  • ଦେବେନ୍ଦ୍ର ଫଡନବିସ୍ ହେବେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ , ଟ୍ୱିଟ୍‌ କରି ସୂଚନା ଦେଲେ ଜେପି ନଡ୍ଡା
  • ||
  • ପୁଣି ଭୁବନେଶ୍ୱରରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ, କୋଭିଡ୍ ସଂକ୍ରମଣ ବଢ଼ିବାରୁ କଟକଣା ଜାରି । ମଲ୍ , ଦୋକାନ, ସରକାରୀ ଓ ଘରୋଇ ଅଫିସରେ କଟକଣା ପାଳନ ନିର୍ଦ୍ଦେଶ। ସର୍ବସାଧାରଣ ସ୍ଥାନରେ ୨ ମିଟର ସାମାଜିକ ଦୂରତା ନିର୍ଦ୍ଦେଶ
  • ||
  • ଏକନାଥ ସିନ୍ଦେ ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ , ପ୍ରେସ୍‌ମିଟ୍‌ରେ ଦେବେନ୍ଦ୍ର ଫଡନବିସ୍‌ଙ୍କ ଘୋଷଣା
  • ||
  • ପୁରୀ : ଅଟକିଛି ପେଟା ନାଳର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ, ନାଳ ଭିତରେ ପଶି ପ୍ରତିବାଦ କଲେ ମହମ୍ମଦ ମୋକିମ୍
  • ||
  • ପୁରୀ : ରଥଯାତ୍ରା ପାଇଁ ସ୍ଵାସ୍ଥ୍ୟ ବିଭାଗର ସ୍ଵତନ୍ତ୍ର ବ୍ୟବସ୍ଥା, କୋଭିଡ୍ ପାଇଁ ପ୍ରସ୍ତୁତ ଅଛି ସ୍ଵତନ୍ତ୍ର ବେଡ୍
  • ||
  • ମୋରଡ଼ା : ମୋରଡ଼ାରେ ଥମୁନି ହାତୀ ଉପଦ୍ରବ, ଦନ୍ତା ଆକ୍ରମଣରେ ୨ ମୃତ
  • ||
  • ପୁରୀ : ରଥଖଳାକୁ ବିଜେ ହେଲା ଆଜ୍ଞାମାଳ, ସିଂହଦ୍ଵାର ସମ୍ମୁଖକୁ ଆସିବେ ୩ ରଥ
  • ||
  • ପୁରୀ : ରଥଯାତ୍ରା ପାଇଁ ଟ୍ରାଫିକ୍ ଓ ପାର୍କିଂ ବ୍ୟବସ୍ଥା, ମାଳତିପାଟପୁର ବସଷ୍ଟାଣ୍ଡରେ ରହିବେ ରାଜ୍ୟ ବାହାରୁ ଆସୁଥିବା ଯାତ୍ରୀବାହି ବସ୍
  • ||
  • ଭୁବନେଶ୍ଵର : ବିଏମସିର ଡ୍ରାଇ ଡେ ପାଳନ, ମଶା ବଂଶ ବୃଦ୍ଧିକୁ ନାଶ କରିବାକୁ ରାଜଧାନୀବାସୀଙ୍କୁ ଆହ୍ଵାନ କଲେ ବିଏମସି କମିଶନର
  • ||
  • ଭୁବନେଶ୍ଵର : କଂଗ୍ରେସକୁ ଝଟ୍‌କା, ଦଳର ସମ୍ପାଦକ ପଦରୁ ଇସ୍ତଫା ଦେଲେ ମହମ୍ମଦ ମୋକିମ୍
  • ||

ମହାଭାରତରେ ହୋଇଥିଲା ପରମାଣୁ ବୋମାର ବ୍ୟବହାର

ନୂଆଦିଲ୍ଲୀ,୨୮।୨: ପରମାଣୁ ବୋମା ଆଜି ବିଶ୍ବର ସବୁଠାରୁ ବିପଦଜନକ ହତିଆର ମଧ୍ୟରୁ ଅନ୍ୟତମ। ଏହାର ବିନାଶଲୀଳାରୁ ଅନୁମାନ କରିହେବ ଯେ ଯଦି  ପରମାଣୁ ବୋମା କୌଣସି ଦେଶ ଉପରେ ପଡେ ତେବେ ସେଠାର ଲକ୍ଷାଧିକ ଜନସଂଖ୍ୟା କ୍ଷଣିକରେ ଶେଷ ହୋଇଯିବେ। ଏମିତି ତ ସାରା ବିଶ୍ବ ଜାଣିଛି ସବୁଠାରୁ ପ୍ରଥମେ ପରମାଣୁ ବୋମାର ବ୍ୟବହାର ୬ ଅଗଷ୍ଟ ୧୯୪୫ରେ ହୋଇଥିଳା। ଯାହାକୁ ଜାପାନର ହିରୋଶିମା ସହର ଉପରେ ପକାଯାଇଥିଲା। କିନ୍ତୁ ଆପଣମାନେ ଜାଣିକି ଆଶ୍ଚର୍ଯ୍ୟ ହେବେ ମହାଭାରତ ଯୁଦ୍ଧରେ ମଧ୍ୟ ପରମାଣୁ ବୋମାର ବ୍ୟବହାର କରାଯାଇଥିଲା ଓ ବୈଜ୍ଞାନିକମାନଙ୍କୁ ଏହି କଥାର ପ୍ରମାଣ ମଧ୍ୟ ମିଳିସାରିଛି।

source: https://www.bhaskar.com

ପରମାଣୁ ବୋମାର ଆବିଷ୍କାର କରିଥିବା ବୈଜ୍ଞାନିକ ଜୁଲିୟସ ରବର୍ଟ ଓପୋନହାଇମର ନିଜର ଗବେଷଣାରେ ଏହି କଥାର ଖୁଲାସା କରିଛନ୍ତି। ସେ କହିଛନ୍ତି ପରମାଣୁ ବୋମା ଭଳି ବିନାଶକାରୀ ହତିଆରର ବ୍ୟବହାର ମହାଭାରତ ସମୟରେ ବ୍ୟବହାର ହୋଇଥିଲା। ରବର୍ଟ ଗୀତା ଓ ମହାଭାରତକୁ ଖୁବ୍ ଭଲ ଭାବରେ ପଢିବା ପରେ ଏହା କହିଛନ୍ତି। 


source: https://www.bhaskar.com

ରବର୍ଟ ମହାଭାରତରେ ଉଲ୍ଳେଖ କରାଯାଇଥିବା ବ୍ରହ୍ମାସ୍ତ୍ରର ଲକ୍ଷ୍ୟଭେଦୀ କ୍ଷମତା ଉପରେ ରିସର୍ଚ କରିଥିଲେ। ତାଙ୍କର ଏହି ରିସର୍ଚ ମିଶନର ନାମ ଥିଲା ଟ୍ରିନିଟି ଅର୍ଥାତ ତ୍ରିଦେବ। ୧୯୩୯ରୁ ୧୯୪୫ ମସିହା ମଧ୍ୟରେ ରବର୍ଟ ଓ ଅନ୍ୟ ବୈଜ୍ଞାନିକଙ୍କ ଏକ ଟିମ୍ ରିସର୍ଚ କରିଥିଲେ। ଏହି ରିସର୍ଚ ପରେ ବୈଜ୍ଞାନିକମାନେ କହିଥିଲେ ମହାଭାରତରେ ଯେଉଁ ବ୍ରହ୍ମାସ୍ତ୍ରର ବ୍ୟବହାର ହୋଇଥିଲା ତାହା ଆଜିର ପରମାଣୁ ଅସ୍ତ୍ର ଭଳି ସମାନ ଶକ୍ତିଶାଳୀ ଥିଲା।

source: https://www.bhaskar.com

ପୁଣେର ଜଣେ ଡାକ୍ତର ଓ ଲେଖକ ପଦ୍ମାକର ବିଷଣୁ ବର୍ତକ ରିସର୍ଚ କରିବା ପରେ କହିଥିଲେ ମହାଭାରତ ସମୟରେ ଯେଉଁ ବ୍ରହ୍ମାସ୍ତ୍ରର ବ୍ୟବହାର କରାଯାଇଥିଲା ତାହା ପରମାଣୁ ବୋମା ହିଁ ଥିଲା। ଉଲ୍ଳେଖନୀୟ ଯେ, ରାମାୟଣ ଓ ମହାଭାରତ ସମୟରେ ବ୍ରହ୍ମାସ୍ତ୍ର ସବୁଠାରୁ ବିପଦଜନକ ହତିଆର ବୋଲି ମନେକରାଯାଉଥିଲା। ସେ ସମୟରେ କିଛି ଯୋଦ୍ଧାଙ୍କ ପାଖରେ ବ୍ରହ୍ମାସ୍ତ୍ର ଥିଲା। ଯେଉଁ ବ୍ୟକ୍ତି ବ୍ରହ୍ମାସ୍ତ୍ରର ବ୍ୟବହାର କରୁଥିଲା ତା ପାଖରେ ଏହାକୁ ଫେରାଇ ନେବାର କ୍ଷମତା ରହିଥିଲା। କିନ୍ତୁ ଦ୍ରୋଣାଚାର୍ଯ୍ୟଙ୍କ ପୁଅ ଅଶ୍ବସ୍ଥମାକୁ ବ୍ରହ୍ମାସ୍ତ୍ର ଫେରାଇ ନେବା ଜଣାନଥିଲା। ସେଥିପାଇଁ ବ୍ରହ୍ମାସ୍ତ୍ର ଛାଡିବା ପରେ ବଡ ଧରଣର ଧ୍ବଂସ ଘଟିଥିଲା।

source: https://www.thecivilengineer.org

ସିଦ୍ଧୁ ଉପତ୍ୟାକାର ସଭ୍ୟତା ଉପରେ ହୋଇଥିବା ଗବେଷଣାରୁ ଜଣାପଡିଛି  ୫୦୦୦ରୁ ୭୦୦୦ ବର୍ଷ ପୂର୍ବେ ହଡପ୍ପା ଓ ମୋହନଜୋଦାଡେରେ ଏଭଳି ବହୁ ନରକଙ୍କାଳ ମିଳିଛି, ଯେଉଁଥିରୁ ଜଣାପଡୁଛି ଯେ ତାଙ୍କୁ କୌଣସି ଭୟଙ୍କର ଅସ୍ତ୍ରରେ ମରାଯାଇଛି। ଏହା ବ୍ୟତୀତ ଏଠାରେ ଏଭଳି କିଛି ପ୍ରମାଣ ରହିଛି ଯେଉଁଥିରୁ ଜଣାପଡୁଛି ଯେ କୌଣସି କାଳରେ ଏଠାରେ ଅତ୍ୟାଧିକ ମାତ୍ରାରେ ରେଡିଏସନ୍ ସୃଷ୍ଟି ହୋଇଥିଲା। ଯାହାର କୌଣସି ପରମାଣୁ ବୋମାର ବିସ୍ଫୋରଣ ପରେ ହୋଇଥିଲା।

ସମ୍ବନ୍ଧିତ ଖବର