ନୂଆଦିଲ୍ଲୀ : ଇଶାନ କିଶନଙ୍କର ଅଧିନାୟକତ୍ୱରେ ଝାଡ଼ଖଣ୍ଡର ଟିମ୍ ନିକଟରେ ସୈୟଦ ମୁସ୍ତାକ ଅଲି ଟ୍ରଫିରେ ପ୍ରଥମ ଥର ଟାଇଟଲ ଜିତିଛି। ଟ୍ରଫି ଜିତିବା ପରେ ଯୁବ ଖେଳାଳିଙ୍କ ଦ୍ୱାରା ସଜ୍ଜିତ ଏହି ଟିମର ଖେଳାଳି ଓ ଅଧିନାୟକଙ୍କୁ ସବୁଠୁ ଅଧିକ ପ୍ରଶଂସା କରିଛନ୍ତି। ହେଲେ ଝାଡ଼ଖଣ୍ଡର ଏହି ଐତିହାସିକ ବିଜୟରେ ଗୁରୁତ୍ତ୍ୱପୂର୍ଣ୍ଣ ଯୋଗଦାନ ଭାରତର ପୂର୍ବତନ ଅଧିନାୟକ ଏମଏସ୍ ଧୋନୀଙ୍କର ମଧ୍ୟ ରହିଛି। ଝାଡ଼ଖଣ୍ଡ ଷ୍ଟେଟ୍ କ୍ରିକେଟ୍ ଆସୋସିଏସନର ଜଏଣ୍ଟ ସେକ୍ରେଟାରୀ ଶାହବାଜ ନଦୀମ କହିଛନ୍ତି ଯେ, ସିଜନ ଆରମ୍ଭ ହେବା ପୂର୍ବରୁ କୋଚିଂ ଷ୍ଟାଫଙ୍କ ଠାରୁ ନେଇ ଖେଳାଳିଙ୍କ ଚୟନ କରିବାର ନିଷ୍ପତ୍ତି ବେଳେ ଏମଏସ ଧୋନିଙ୍କର ପରାମର୍ଶ ନିଆଯାଇ ଥିଲା ଏବଂ ସେ ମଧ୍ୟ ଏଥିରେ ପ୍ରମୁଖ ସଦସ୍ୟ ହୋଇଥିଲେ।

​​​​​​​ଏହାସହ ମଧ୍ୟ ପଢନ୍ତୁ : ନୂଆ କାର କିଣିଲେ ୟୁଜବେନ୍ଦ୍ର ଚହଲ , ମାତା-ପିତାଙ୍କୁ ନେଇ ଲେଖିଲେ ହୃଦୟସ୍ପର୍ଶୀ କଥା

ଭାରତୀୟ ଟିମର ପ୍ରସିଦ୍ଧ ଖେଳାଳି ଏମଏସ ଧୋନୀ ନିଜର ଇଣ୍ଚରନ୍ୟାସନାଲ କ୍ୟାରିୟର ବେଳେ ୱିକେଟ୍ ପଛରୁ ମ୍ୟାଚର ଦିଗ ବଦଳାଇ ଦେଉଥିଲେ। ଫିଲ୍ଡିଂ ସେଟ୍ କରିବା ଠାରୁ ନେଇ ବୋଲରଙ୍କୁ ପ୍ରତି ବଲର ଲାଇନ୍ ଲେନ୍ଥ କହିବା ଯାଏ, ଧୋନୀ ପ୍ରତି ଜିନିଷର ମାହିର। ଆନ୍ତର୍ଜାତୀୟ ସ୍ତରରୁ ନେଇ ଅବସର ନେବା ପରେ ମଧ୍ୟ ଧୋନୀଙ୍କ ମସ୍ତିଷ୍କ ଖେଳକୁ ନେଇ ସେତିକି ଆକ୍ଟିଭ୍ ,ଯେତେ କ୍ରିକେଟ୍ ମୈଦାନରେ ରହିଥାଏ। କିଶନଙ୍କର ଅଧିନାୟକତ୍ୱରେ ଝାଡ଼ଖଣ୍ଡ ସୈୟଦ ମୁସ୍କାକ ଅଲି ଟ୍ରଫିର ଫାଇନାଲରେ ହରିଆଣାକୁ ୬୯ ରନରେ ହରାଇ ଥିଲା। ଏହି ବିଜୟ ପରେ ଅଧିନାୟକ ଓ କୁମାର କୁଶାଗ୍ରଙ୍କ ଭଳି ଖେଳାଳିଙ୍କୁ ଖୁବ୍ ପ୍ରଂଶସା ହୋଇଥିଲା ଏବଂ ହେବା ମଧ୍ୟ ଆବଶ୍ୟକ। ହେଲେ ଝାଡଖଣ୍ଡର ଟିମକୁ ଏହି ସଫଳତା ଯାଏ ପହଞ୍ଚିବାରେ ଏମଏସ ଧୋନୀଙ୍କ ବଡ଼ ଅବଦାନ ରହିଛି।

ଝାଡ଼ଖଣ୍ଡ ରାଜ୍ୟ କ୍ରିକେଟ୍ ସଂଘର ଯୁଗ୍ମ ସଚିବ ଶାହବାଜ ନଦୀମ ନିକଟରେ ଖୁଲାସା କରିଥିଲେ ଯେ, ଧୋନୀ ଝାଡ଼ଖଣ୍ଡର ପ୍ରତି ଘରୋଇ ଖେଳାଳିଙ୍କ ପ୍ରଦର୍ଶନ ଓ ପରିସଂଖ୍ୟାନ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ନଦୀମଙ୍କ କହିବାନୁସାରେ, ସିଜନର ଆରମ୍ଭରେ ଧୋନୀଙ୍କ ଉପଦେଶ ମୁତାବିକ ମୁଖ୍ୟ କୋଚ୍ ରତନ କୁମାର ଓ ବୋଲିଂ କୋଚ୍ ସନ୍ନି ଗୁପ୍ତାଙ୍କୁ ନିଯୁକ୍ତ କରାଯାଇଛି।

ଟୁର୍ଣ୍ଣାମେଣଟ୍ ସମୟରେ ଧୋନୀ ଲଗାତାର ଝାଡ଼ଖଣ୍ଡ ଷ୍ଟେଟ୍ କ୍ରିକେଟ୍ ଆସୋସିଏସନର ଅଧିକାରୀ ଓ କୋଚ୍‌ ସଂପର୍କରେ ଥିଲେ ଏବଂ ଖେଳାଳୀଙ୍କୁ ସୁଧାରବା ପାଇଁ ନିଜର ଇନପୁଟ୍ସ ଦେଉଥିଲେ। ଧୋନୀ ଅଗଷ୍ଟ ୨୦୨୦ରେ ଇଣ୍ଟରନ୍ୟାସନାଲ କ୍ରିକେଟରୁ ଅବସର ନେଇ ସାରିଛନ୍ତି। ହେଲେ ଏବେ ବି ସେ ଆଇପିଏଲରେ ଖେଳିବା ନଜର ଆସିଛନ୍ତି । କହି ରଖୁଛୁ କି , ସିଜନ ଆରମ୍ଭ ହେବା ପୂର୍ବରୁ , ପୂର୍ବତନ ଖେଳାଳି ଶାହବାଜ ନଦୀମ ଓ ସୌରଭ ତିୱାରୀଙ୍କୁ ଝାଡ଼ଖଣ୍ଡ ଷ୍ଟେଟ୍ କ୍ରିକେଟ୍ ଆସୋସିଏସନ (ଜେଏସସିଏ)ର ଜଏଣ୍ଟ ସେକ୍ରେଟାରୀ ଓ ସେକ୍ରେଟାରୀ କରାଯାଇ ଥିଲା।