• ଲଗଜରୀ କାର କିଣିଲେ ୟୁଜବେନ୍ଦ୍ର ଚହଳ
  • ସୌଖୁନୀ କାର ଚହଲଙ୍କ ଖୁବ୍ ପସନ୍ଦ 
  • ଚହଲଙ୍କ ବ୍ୟକ୍ତିଗତ ଜୀବନ ଖୁବ୍‌ ଉତ୍ଥାନ ପତନ ରହିଛି 
  • ଅସୁସ୍ଥତା ଯୋଗୁଁ ସେ ଏବେ କ୍ରିକେଟ୍‌ରୁ ଦୂରେଇ ରହିଛନ୍ତି

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ରୁ ଅନେକ ଦିନରୁ ବାହାରେ ଥିବା ସ୍ପିନର ୟୁଜବେନ୍ଦ୍ର ଚହଳ ବିଏମଡବ୍ଲୁର ଏକ ନୂଆ ଲଗଜରୀ କାର କିଣିଛନ୍ତି। କୌଣସି ଷ୍ଟାର କ୍ରିକେଟରଙ୍କ କୌଣସି ଲଗଜରୀ ଗାଡ଼ି କିଣିବା କୌଣସି ବଡ଼ କଥା ନୁହେଁ , କିନ୍ତୁ ଚହଲଙ୍କ ପାଇଁ ସ୍ୱତନ୍ତ୍ର। ତାଙ୍କ ପାଖରେ ପୂର୍ବରୁ ହିଁ ଲଗଜରୀ କାରର କଲେକ୍ସନ ଅଛି। ଏହିଥର ସ୍ୱତନ୍ତ୍ର ଏଥିପାଇଁ ଯେ, ଗତ ଅନେକ ଦିନ ହେବ ତାଙ୍କର ବ୍ୟକ୍ତିଗତ ଜୀବନ ଖୁବ୍ ଉତ୍ଥାନ ପତନ ଦେଇ ଗତି କରିଛି। ତାଙ୍କର ଓ ଧନଶ୍ରୀ ବର୍ମାଙ୍କ ଛାଡ଼ପତ୍ର ହୋଇ ସାରିଛି। ସେ ନୂଆ କାର କିଣିବାକୁ ତାଙ୍କ ବାପା ମାଆଙ୍କ ସହ ଯାଇ ଥିଲେ। କାର କିଣିବା ପରେ ସେ ତାଙ୍କ ମାତା ପିତାଙ୍କୁ ନେଇ ଏତେ ସୁନ୍ଦର ଲାଇନ୍ ଲେଖିଛନ୍ତି ,ଯାହା ହୃଦୟକୁ ଛୁଇଁ ଯିବ।

ଏହାସହ ମଧ୍ୟ ପଢନ୍ତୁ : ଲିୟୋନଲ ମେସି ଇଣ୍ଡିଆ ଟୁର୍ ପାଇଁ ନେଇଥିଲେ ଏତେ କୋଟି ଟଙ୍କା , ସାମ୍ନାକୁ ଆସିଲା ବିବରଣୀ ...

ନୂଆ କାରର ଫଟୋ ଏକ୍ସରେ ପୋଷ୍ଟ କରି ଚହଲ ଲେଖିଛନ୍ତି , ନିଜର ନୂଆ କାରକୁ ସେହି ଦୁଇ ଲୋକଙ୍କ ସହ ଘରକୁ ନେଇ ଆସିଥିଲେ , ଯିଏକି ପ୍ରତି ସ୍ୱପ୍ନକୁ ସମ୍ଭବ କରିଛନ୍ତି। ନିଜର ମାତା ପିତାଙ୍କୁ ଏହି ମାଇଲଷ୍ଟୋନକୁ ଦେଖିବା ଓ ଖୁସି ହେବାର ଦେଖିବା ରିୟଲ ଲଗଜରୀ।

ୟୁଜବେନ୍ଦ୍ର ଚହଲଙ୍କର ଲଗଜରୀ କାରକୁ ଖୁବ୍ ପସନ୍ଦ। ତାଙ୍କ ପାଖରେ ପୂର୍ବରୁ ହିଁ ପୋର୍ଶେ , ମର୍ସିଡିଜ୍ , ରଲ୍ସ ରୟାଲ ଓ ଲ୍ୟାମ୍ୱୋର୍ଗିନିର କାର ଅଛି। ଏହି କାର ଗୁଡ଼ିକର ଦାମ ପାଖାପାଖି ୭୦ଲକ୍ଷ ଟଙ୍କାରୁ ନେଇ ୬ କୋଟି ଟଙ୍କା ଯାଏ ଅଧିକ ରହିଛି। ଏବେ ତାଙ୍କର କଲେକ୍ସନରେ ବିଏମଡବ୍ଲୁର କାର ମଧ୍ୟ ଏଣ୍ଟ୍ରି ହୋଇ ଯାଇଛି।

ୟୁଜବେନ୍ଦ୍ର ଚହଲ ନିକଟରେ ଅସୁସ୍ଥ ହୋଇ ଥିଲେ। ସେ ଖୁଲାସା କରିଥିଲେ ଯେ, ତାଙ୍କୁ ଡେଙ୍ଗୁ ଓ ଚିକୁନଗୁନିଆ ହୋଇ ଥିଲା। ଏହି କାରଣରୁ ସେ ଘରୋଇ କ୍ରିକେଟ୍‌ରୁ ମଧ୍ୟ ଦୂରେଇ ରହିଛନ୍ତି। ସେ ଶେଷ ଥର ପାଇଁ ୩୦ ନଭେମ୍ୱରରେ କ୍ରିକେଟ୍ ଖେଳି ଥିଲେ , ଯେବେ ସେ ସୈୟଦ ମୁସ୍ତାକ ଅଲୀ ଟ୍ରଫିରେ ହରିଆଣା ପକ୍ଷରୁ ଗୁଜରାଟ ବିପକ୍ଷରେ ଖେଳି ଥିଲେ। ଏହାପରେ ରୋଗାଗ୍ରସ୍ତ ହେବା କାରଣରୁ ସେ ଆଉ ମ୍ୟାଚ୍ ଖେଳି ପାରି ନାହାନ୍ତି। ଏହି ମ୍ୟାଚ୍‌ରେ ଚହଲଙ୍କୁ ଗୋଟିଏ ବି ୱିକେଟ୍ ମିଳି ନଥିଲା ଏବଂ ହରିଆଣାକୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା।

ବିଜୟ ହଜାରେ ଟ୍ରଫିରେ ମଧ୍ୟ ୟୁଜବେନ୍ଦ୍ର ଚହଲ ନଜର ଆସି ନଥିଲେ। ସେ ସ୍କ୍ୱାଡରେ ନିଜ ସ୍ଥାନ ପ୍ରସ୍ତୁତ କରି ପାରି ନଥିଲେ। ଏହି ଟ୍ରଫି ୨୪ ଡିସେମ୍ୱରରୁ ଆରମ୍ଭ ହେଉଛି।

ୟୁଜବେନ୍ଦ୍ର ଚହଲ ଏବେସୁଦ୍ଧା ୭୨ ଓଡିଆଇ ମ୍ୟାଚ୍ ଖେଳିଛନ୍ତି , ଯେଉଁଥିରେ ତାଙ୍କ ନାମରେ ୧୨୧ ୱିକେଟ୍ ରହିଛି। ସେ ୮୦ଟି ଟି-୨୦ ଇଣ୍ଟରନ୍ୟାସନାଲ ମ୍ୟାଚ ଖେଳିଛନ୍ତି , ଯେଉଁଥିରେ ସେ ୯୬ଟି ୱିକେଟ୍ ନେଇଛନ୍ତି। ସେ ୨୪ ଜାନୁଆରୀ ୨୦୨୩ ପରେ ଓଡିଆଇ ଖେଳି ନାହାନ୍ତି। ଏହିପରି ୧୩ ଅଗଷ୍ଟ ୨୦୨୩ ପରେ ସେ ଟି-୨୦ ଇଣ୍ଟରନ୍ୟାସନାଲ ମଧ୍ୟ ଖେଳି ନାହାନ୍ତି। ହେଲେ ଆଇପିଏଲରେ ସେ ବାରମ୍ୱାର ଖେଳୁଛନ୍ତି। ସେ ପଞ୍ଜାବ କିଙ୍ଗସର ସଦସ୍ୟ ଅଛନ୍ତି।