ପ୍ରମୁଖ ଖବର
  • କେନ୍ଦୁଝର : ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା, ୩ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ
  • ||
  • କଟକ : କାଠଯୋଡି ନଦୀରୁ ଅଚିହ୍ନା ଶବ ଉଦ୍ଧାର
  • ||
  • ଭୁବନେଶ୍ୱର: ବୁଧବାର ଜମୁଛି ବେପାର, ଆମିଷ ଦର ତାଲିକା ମାରିବା ବାଧ୍ୟତାମୂଳକ
  • ||
  • ଭୁବନେଶ୍ୱର: ଟିଟିଏସ୍‌ରୁ ଅଳିଆ ହଟାଇବାକୁ ବିଏମ୍‌ସିର ଜୋରଦାର୍‌ ପ୍ରୟାସ, ୧୫ ଦିନରେ ୧୮ ହଜାର ଟନ୍‌ ପ୍ରୋସେସିଂ
  • ||
  • ଉତ୍ତରକାଶୀ: ଏମିତି କଟିଲା ୧୭ ଦିନ; ଭିଡିଓ ଗେମ୍‌, ଚେସ୍‌ର ବି ମଜାନେଲେ ଯୋଗ, ବ୍ୟାୟାମ କରି ନିଜକୁ ଫିଟ୍‌ ରଖିଲେ
  • ||
  • ଭୁବନେଶ୍ଵର : ୩୦ରେ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସାଇକେଲ୍‌ ବ୍ରାଣ୍ଡିଂ, ଲାଗିବ ‘ଆମେ ଗଢ଼ିବୁ ନୂଆ ଓଡ଼ିଶା’ ଷ୍ଟିକର
  • ||
  • ଭୁବନେଶ୍ଵର : ବାତ୍ୟା ପାଇଁ ସଜାଗ ୭ ଜିଲ୍ଲା, ଚାଷୀଙ୍କୁ ଅଦିନିଆ ବର୍ଷା ଚିନ୍ତା
  • ||

ପ୍ରଥମ ଥର ମଙ୍ଗଳରୁ ପୃଥିବୀକୁ ଆସିଲା ସଙ୍କେତ, ଡିକୋଡ୍‌ କରିବାକୁ ବୈଜ୍ଞାନିକଙ୍କ ପ୍ରୟାସ

ନୂଆଦିଲ୍ଲୀ ୨୬/୦୫: ବୈଜ୍ଞାନିକମାନେ ପୃଥିବୀ ବାହାରେ ଜୀବଜଗତର ଅନୁସନ୍ଧାନ ଚଳାଇଥିବାବେଳେ ମଙ୍ଗଳ ଗ୍ରହରୁ ପ୍ରଥମ ଥର ଏଲିଅନ୍‌ ସଙ୍କେତ ପୃଥିବୀକୁ ମିଳିଛି । ୟୁରୋପୀୟ ମହାକାଶ ସଂସ୍ଥାର ଏକ୍ସୋମାର୍ସ ଟ୍ରେସ୍‌ ଗ୍ୟାସ୍‌ ଅର୍ବିଟର (ଟିଜିଓ) ଗତ ବୁଧବାର ରାତି ୯ଟାରେ ମଙ୍ଗଳ କକ୍ଷରେ ଘୂରିବା ସମୟରେ ପୃଥିବୀକୁ ଏକ ଏନ୍‌କୋଡେଡ୍‌ ବାର୍ତ୍ତା ପଠାଇଛି, ଫଳରେ ଯେତେବେଳେ ଅନ୍ୟ ଏକ ସଭ୍ୟତାରୁ ଏକ ବାସ୍ତବ ସଙ୍କେତ ମିଳେ, ଏହି ସ୍ଥିତିର ଅନୁକରଣ ହୋଇପାରିବ । ୧୬ ମିନିଟ୍‌ରେ ଏହି ସଙ୍କେତ ଗ୍ରହଣ କରାଯାଇଛି ।

ବାହ୍ୟ ସଭ୍ୟତାରୁ ଏକ ବାର୍ତ୍ତା ଗ୍ରହଣ କରିବା ସମଗ୍ର ମାନବ ଜାତି ପାଇଁ ଗଭୀର ପରିବର୍ତ୍ତନକାରୀ ଅନୁଭବ ହେବ ବୋଲି ଏ ସାଇନ୍‌ ଇନ୍‌ ସ୍ପେସ୍‌ ପ୍ରୋଜେକ୍ଟରେ ସଂଶ୍ଳିଷ୍ଟ ଡାନିଏଲା ଡି ପଲିସ୍‌ କହିଛନ୍ତି । ରିସର୍ଚ୍ଚ ଫର୍‌ ଏକ୍ସଟ୍ରାଟେରେଷ୍ଟ୍ରିୟାଲ ଇଣ୍ଟେଲିଜେନ୍ସ (ସେଟି) ଇନ୍‌ଷ୍ଟିଚ୍ୟୁଟ୍‌ର କଳାକାର ଥିବା ପଲିସ୍‌ ଅନ୍ତର୍ଜାତୀୟ ବିଶେଷଜ୍ଞ ଟିମ୍‌, ମହାକାଶ ବୈଜ୍ଞାନିକ ଏବଂ ବାହ୍ୟ ଜଗତରୁ ଆସିଥିବା ଅଲୌକିକ ବାର୍ତ୍ତାକୁ ଡିକୋଡ୍‌ ଓ ବ୍ୟାଖ୍ୟା କରିବାର ପ୍ରକ୍ରିୟାର ଅନ୍ୱେଷଣ ଲାଗି ଏକ ପ୍ରୋଜେକ୍ଟ ଆରମ୍ଭ କରିବାକୁ କଳାକାରମାନଙ୍କୁ ଏକତ୍ର କରିଥିଲେ ।

ୟୁରୋପୀୟ ଯାଞ୍ଚ୍‌ ଜରିଆରେ ଦିଆଯାଇଥିବା ଏହି ସଙ୍କେତ ଗ୍ରୀନ୍‌ ବ୍ୟାଙ୍କ୍‌ ଟେଲିସ୍କୋପ୍‌ (ୱେଷ୍ଟ୍‌ ଭର୍ଜିନିୟା), ଦ ମେଡିସିନା ରେଡିଓ ଆଷ୍ଟ୍ରୋନୋମିକାଲ ଷ୍ଟେସନ୍‌ (ଇଟାଲି), ଦ ଆଲେନ ଟେଲିସ୍କୋପ୍‌ ଆରେ (କାଲିଫର୍ଣ୍ଣିୟା) ଏବଂ ଭେରି ଲାର୍ଜ ଆରେ (ନ୍ୟୁ ମେକ୍ସିକୋ) ଦ୍ୱାରା ଗ୍ରହଣ କରାଯାଇଥିଲା । ବିଶେଷଜ୍ଞମାନଙ୍କୁ ଏହି ବାର୍ତ୍ତାର ଡିକୋଡ୍‌ ଓ ବ୍ୟାଖ୍ୟା ଲାଗି ପଲିସ୍‌ ଅନୁରୋଧ କହିଛନ୍ତି । ଏହି ଡିକୋଡ୍‌ ଓ ବ୍ୟାଖ୍ୟା ପ୍ରକ୍ରିୟା ବାର୍ତ୍ତାର ଉଭୟ ବୈଷୟିକ ଓ ସାଂସ୍କୃତି ବିଷୟବସ୍ତକୁ ନିର୍ଦ୍ଧାରଣ କରିବ ବୋଲି ପ୍ରୋଜେକ୍ଟ ୱେବ୍‌ସାଇଟ୍‌ ଉଲ୍ଲେଖ କରିଛି । ପଲିସ୍‌ ଓ ତାଙ୍କ ଟିମ୍‌ ଏହି ବାର୍ତ୍ତାକୁ ଡିଜାଇନ୍‌ କରିବା ସହିତ ଏନ୍‌କୋଡ୍‌ କରିଛନ୍ତି । ତେବେ ଏହାର ପରିଣାମକୁ ସେମାନେ ଏବେ ସାମ୍ନାକୁ ଆଣିନାହାନ୍ତି।

Copyright © 2022 - Summa Real Media Private Limited. All Rights Reserved.