ଛତ୍ରପୁର ୦୯/୬ ଗଞ୍ଜାମ ଜ଼ିଲ୍ଲା ପୋଲସରା ବ୍ଲକ ଲକ୍ଷ୍ମଣପଲ୍ଲୀ ଗ୍ରାମରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଛି l ରୋଗୀ ଜଣକ ମହିଳା ବୋଲି ଜଣାପଡିଛି l ମହିଳାଙ୍କ ଆଇସିଏମଆର ଆରଏମଆରସି ଭୁବନେଶ୍ୱରରେ ଗତ ୩ ତାରିଖ ଦିନ ମହିଳାଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଥିଲା l ଏହି ରକ୍ତ ନମୁନା ଆରଟିପିସିଆର ଦ୍ୱାରା ସଂଗ୍ରହ କରାଯାଇଥିଲା l ଯାହାକି ଗତ ୮ ତାରିଖ ଦିନ ମହିଳାଙ୍କ ରକ୍ତ ନମୁନା କରୋନା ପଜିଟିଭ୍ ବୋଲି ଆସିଥିବା ଜଣାପଡିଛି l ଜ଼ିଲ୍ଲାରେ ପ୍ରଥମ ମହିଳା କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ଏ ସମ୍ପର୍କରେ ସିଡିଏମଓ ଡାକ୍ତର ଭବାନୀ ଶଙ୍କର ସାହୁଙ୍କୁ ପଚାରିବାରେ କରୋନାରେ କେହି ରୋଗୀ ଚିହ୍ନଟ ହୋଇନଥିବା ସୂଚନା ଦେଇଛନ୍ତି l କରୋନା ପାଇଁ ଗାଇଡ଼ ଲାଇନ ଜାରି କରାଯାଇଛି ବୋଲି କହିଛନ୍ତି l ରାଜ୍ୟରେ କରୋନା ରୋଗୀ ଚିହ୍ନଟ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ଜ଼ିଲ୍ଲାରେ ପ୍ରଥମ ରୋଗୀ ଚିହ୍ନଟ ଏବେ ଭୟ ବଢାଇଛି।

ଡିଏମକେକୁ କ୍ଷମତାଚ୍ୟୁତ କରିବେ ତାମିଲନାଡୁ ଲୋକେ, ଷ୍...