ପ୍ରମୁଖ ଖବର
  • ବଲାଙ୍ଗୀର : ଓଡ଼ିଶାରେ ସବୁଠୁ ବଡ଼ IT ରେଡ୍, ୨୦ ସ୍ଥାନରେ ଚଢାଉ, ବାହାରୁଛି ବସ୍ତା ବସ୍ତା ଟଙ୍କା
  • ||
  • ଘଟଗାଁ : ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • କାଲିମେଳା : ଗାଁ ଦାଣ୍ଡରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ବ୍ରହ୍ମବରଦା : ମେଣ୍ଢା ଫାର୍ମ ହାଉସରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ୨୧ ମେଣ୍ଢା ଗୁରୁତର
  • ||
  • କଟକ: ଜନଶତାବ୍ଦୀ ଏକ୍ସପ୍ରେସ୍‌ର ବଗି ତଳେ ଲାଗିଲା ନିଆଁ, କଟକ ଷ୍ଟେସନରେ ଅଟକିଲା ଟ୍ରେନ୍
  • ||
  • ଭୁବନେଶ୍ୱର: ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଆନ୍ଦୋଳନକୁ ନା’, ଆଗାମୀ ୬ ମାସ ପର୍ଯ୍ୟନ୍ତ ଲାଗୁ ହେଲା ଏସ୍‌ମା
  • ||
  • ଭୁବନେଶ୍ୱର: କାଲୁଆ କରିଦେଲା କୋହଲା ପାଗ, ଦିନ ତାପମାତ୍ରା ୫ ଡିଗ୍ରୀ ଖସିଗଲା
  • ||

ସୋଆରେ ପ୍ରଥମ 'ମେଗା ଉଦ୍ୟୋଗୀ ସମ୍ମିଳନୀ'

ଭୁବନେଶ୍ୱର,୮ ।୨(ବ୍ୟୁରୋ): ନିଜକୁ ପ୍ରତିଷ୍ଠିତ କରିବା ପାଇଁ ଉଚ୍ଚାକାଂକ୍ଷୀ ଉଦ୍ୟୋଗୀମାନଙ୍କ ପାଇଁ ଅନେକ ସୁଯୋଗ ରହିଛି ବୋଲି ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟରେ ଆୟୋଜିତ ପ୍ରଥମ ଉଦ୍ୟୋଗୀ ସମ୍ମିଳନୀ (ମେଗା ଏଣ୍ଟ୍ରିପ୍ରିନ୍ୟୁଅରସିପ୍‌ ସମିଟ୍‌)ରେ ବିଶେଷଜ୍ଞମାନେ ମତ ରଖିଛନ୍ତି । ଖାଦ୍ୟ, ଶିଳ୍ପ ଏବଂ କୃଷି ଭଳି ଅନେକ କ୍ଷେତ୍ରରେ ତୀବ୍ର ପ୍ରତିଯୋଗିତା ସତ୍ତେ୍ୱ ଅନେକ ସୁଯୋଗ ରହିଛି ବୋଲି ଇନଷ୍ଟିଚ୍ୟୁଟ୍‌ ଅଫ୍‌ କେମିକାଲ୍‌ ଟେକ୍ନୋଲୋଜି, ଆଇଓସି, ଭୁବନେଶ୍ୱର କ୍ୟାମ୍ପସ୍‌ର ନିର୍ଦ୍ଦେଶକ ପ୍ରଫେସର ବି.ଏନ୍‌ ଥୋରାଟ୍‌ କହିଛନ୍ତି । ସୋଆ ପରିଚାଳିତ ଇନୋଭେସନ୍‌ ଆଣ୍ଡ ଏଣ୍ଟ୍ରିପ୍ରିନୁଅରସିପ୍‌ ସେଲ୍‌ ଏବଂ ଟେକ୍ନୋଲୋଜି ବିଜିନେସ୍‌ ଇନ୍କ୍ୟୁବେଟର (ଟିବିଆଇ) ଦ୍ୱାରା ଆୟୋଜିତ ତିନି ଦିନିଆ "ଇ-ସମିଟ୍‌ ୧୯’ର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ଉଦ୍ୟୋଗୀ ଏବଂ ନିବେଶକମାନଙ୍କ ଉଦ୍ଦେଶ୍ୟରେ ଏଭଳି ବକ୍ତବ୍ୟ ରଖିଛନ୍ତି ପ୍ରଫେସର ଥୋରାଟ୍‌ । ଚାରୋଟି କ୍ଷେତ୍ରରେ ଉଦ୍ୟୋଗ ନିମନ୍ତେ ସୁଯୋଗ ରହିଥିବା ପ୍ରଫେସର ଥୋରାଟ୍‌ କହିବା ସହ ଖାଦ୍ୟ ଶିଳ୍ପ ଓ କୃଷି, ଧର୍ମ, ଶିକ୍ଷା ଏବଂ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବିପୁଳ ପରିମାଣରେ ସୁଯୋଗ ରହିଥିବା ସେ କହିଥିଲେ । ଯଦିଓ ଧର୍ମ କ୍ଷେତ୍ରରେ କିଭଳି ସୁଯୋଗ ରହିଛି ସେନେଇ ସେ ଆଲୋକପାତ କରିନଥିଲେ । ଭାରତରେ ବିଶ୍ୱର ସବୁଠାରୁ ଅଧିକ ଡାଇବେଟିସ୍‌ ରୋଗୀ ଅଛନ୍ତି । ଭାତ ଭାରତୀୟଙ୍କର ମୁଖ୍ୟ ଖାଦ୍ୟ ହୋଇଥିବା ବେଳେ ଖାଦ୍ୟ ଶିଳ୍ପ କ୍ଷେତ୍ରରେ ସମ୍ପୂର୍ଣ୍ଣ ବୈପ୍ଳବିକ ପରବର୍ତ୍ତନ ଆସିପାରିବ ବୋଲି ସେ କହିଥିଲେ । ଜେନେଟିକାଲ୍‌ ମୋଡିଫାଇଡ୍‌ ଧାନ ରକ୍ତରେ ଶର୍କରା ଅଂଶ ବୃଦ୍ଧି ନ କରାଇ ଶରୀରର ସନ୍ତୁଳନ ରକ୍ଷା କରିବାକୁ ସାହାଯ୍ୟ କରିବାକୁ ସମର୍ଥ ହେବ । ତେଣୁ ଉଦ୍ୟୋଗୀମାନେ ଉପୁଜୁଥିବା ବିଭିନ୍ନ ସମସ୍ୟାକୁ ଆଖିରେ ରଖି ତା’ର ସମାଧାନ କରିବାକୁ ଆଗଭର ହେଲେ ବିଭିନ୍ନ ଉଦ୍ୟୋଗ ଜନ୍ମ ନେଇପାରିବ ବୋଲି ସେ କହିଥିଲେ । ନିଜ ପାଖରେ ଉପଲବ୍ଧ ପ୍ରଯୁକ୍ତି ବିଦ୍ୟାକୁ ବ୍ୟବହାର କରି ଭାରତ କୈନ୍ଦ୍ରିକ ସମାଧାନର ବାଟ ବାହାର କରିବା ଦରକାର ବୋଲି ପ୍ରଫେସର ଥୋରାଟ୍‌ କହିଥିଲେ । ସୋଆ କୁଳପତି ପ୍ରଫେସର ଅମିତ୍‌ ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସିମେନ୍ସ୍‌ର ମାନବ ସମ୍ୱଳ ଉପସଭାପତି ସତୀଶ ମହାପାତ୍ର, ଆଇଟିସି ଇନ୍‌ଫୋଟେକର କାପାସିଟି ବିଲ୍ଡିଂ ଆଣ୍ଡ ନଲେଜ୍‌ ମ୍ୟାନେଜମେଣ୍ଟ ଉପସଭାପତି ସଞ୍ଜୟ କୁମାର, ଇ-ସମିଟ୍‌ ୧୯ର ସଂଯୋଜକ ଡ. ଡି.ପି କର ଏବଂ ଟିବିଆଇର ସଂଯୋଜକ ପ୍ରଫେସର ଅନୁରାଗ ଶତପଥୀ ଏହି କାର୍ଯ୍ୟକ୍ରମରେ ବକ୍ତବ୍ୟ ରଖିଥିଲେ ।

Copyright © 2022 - Summa Real Media Private Limited. All Rights Reserved.