PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବଡ଼ ରାଜନୈତିକ ହଲଚଲ । ଇସ୍ତଫା ଦେଲେ ୯୨ ବିଧାୟକ । ରଦ୍ଦ ହେଲା କଂଗ୍ରେସ ବିଧାୟକ ଦଳ ବୈଠକ ।
  • ||
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

ତାଇଓ୍ବାନ ପ୍ରସଙ୍ଗକୁ ନେଇ ପ୍ରତିକ୍ରିୟା ରଖିଲା ଭାରତ: ‘ଏକପାଖିଆ କାର୍ଯ୍ୟକଳାପରୁ ଦୂରରେ ରହି ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କର’

Image Courtesy: NDTV.com

ନୂଆଦିଲ୍ଲୀ,୧୨/୦୮: ତାଇଓ୍ବାନ ସଙ୍କଟକୁ ନେଇ ଶୁକ୍ରବାର ପ୍ରଥମ ପ୍ରତିକ୍ରିୟା ରଖିଛି ଭାରତ। ଭାରତ ପକ୍ଷରୁ କୁହାଯାଇଛି ଯେ, ଉଭୟପକ୍ଷ ଅର୍ଥାତ୍‌ ତାଇଓ୍ବାନ ଓ ଚୀନ୍‌ ଏକତରଫା କାର୍ଯ୍ୟକଳାପରୁ ଦୂରେଇ ରୁହନ୍ତୁ। ଭାରତର ବିଦେଶ ମନ୍ତ୍ରାଳୟ ପକ୍ଷରୁ ତାଇଓ୍ବାନ ପ୍ରସଙ୍ଗକୁ ନେଇ କହିଛି ଯେ, ଅନ୍ୟ ଦେଶ ଭଳି ଭାରତ ମଧ୍ୟ ତାଇଓ୍ବାନ ଓ ଚୀନ୍‌ ବିବାଦକୁ ନେଇ ଚିନ୍ତିତ ରହିଛି। ତେବେ ତୁରନ୍ତ ଏହି ମାମଲାକୁ ନେଇ ନିଜ ନିଜର ଏକତରଫା କାର୍ଯକଳାପକୁ ପରିବର୍ତ୍ତନ କରିବାକୁ କହିଛି ଭାରତ। ଏହି ଅଞ୍ଚଳରେ ଉତ୍ତେଜନାକୁ ଦୂର କରିବା ଏବଂ ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବାକୁ ଭାରତ ଅପିଲ୍‌ କରିଛି।

ତାଇଓ୍ବାନର ସାମ୍ପ୍ରତିକ ସ୍ଥିତିକୁ ନଜରରେ ରଖି ଭାରତର ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା ଅରିନ୍ଦମ ବାଗ୍‌ଚି କହିଛନ୍ତି ଯେ, ବର୍ତ୍ତମାନର ବିକାଶକୁ ନେଇ ଭାରତ ଯେପରି ଚିନ୍ତିତ ଅଛି, ଏହାକୁ ନେଇ ଏକପାଖିଆ କାର୍ଯ୍ୟାନୁଷ୍ଠାନରୁ ଦୁଇପକ୍ଷ ଦୂରେଇ ରୁହନ୍ତୁ ବୋଲି ଆମେ ଆଶା କରୁଛୁ। ଉତ୍ତେଜନାକୁ ଦୂର କରିବା ତଥା ଏହି ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବା ପାଇଁ ଉଦ୍ୟମ କରୁଛୁ ବୋଲି ସେ କହିଛନ୍ତି। ‘ୱାନ-ଚାଇନା ପଲିସି’କୁ ନେଇ ଭାରତର ଆଭିମୁଖ୍ୟ ଉପରେ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ ଭାରତର ପ୍ରଯୁଜ୍ୟ ନୀତିଗୁଡିକ ଜଣାଶୁଣା ଏବଂ ସ୍ଥିର, ତାହାକୁ ବାରମ୍ବାର ପୁନରାବୃତ୍ତି କରିବାର ଆବଶ୍ୟକତା ନାହିଁ।

ସୂଚନାଥାଉକି, ଚୀନ୍‌ ତାଇଓ୍ବାନ ଦ୍ବୀପ ନିକଟରେ ପାଖାପାଖି ଗୋଟିଏ ସପ୍ତାହ ହେବ ଯୁଦ୍ଧାଭ୍ୟାସ କରୁଥିବା ବେଳେ ଗୁରୁବାର ପୁଣିଥରେ ତାଇଓ୍ବାନ ଉପରେ ଆକ୍ରମଣ କରିବାକୁ ଧମକ ଦେଇଛି।  ଏହାରି ଭିତରେ ଚୀନ୍‌କୁ ମାତ୍‌ ଦେବାକୁ ଓ ନିଜ ପରାକ୍ରମ ଦେଖାଇବାକୁ ଏକତରଫା ଯୁଦ୍ଧାଭ୍ୟାସ କରୁଛି ତାଇଓ୍ବାନ। ସୂଚନାଥାଉଛି, ଗତ ସପ୍ତାହରେ ତାଇଓ୍ବାନ ଗସ୍ତରେ ଆସିଥିଲେ ଆମେରିକା ସଂସଦର ବାଚସ୍ପତି ନାନ୍ସି ପେଲୋସୀ। ଏହାକୁ ନେଇ ତାଇଓ୍ବାନକୁ ଆମେରିକାର ସହଯୋଗ ଦେଖି ବିଗିଡ଼ିଯାଇଛି ଚୀନ୍‌। ତା’ ପରଠାରୁ ତାଇଓ୍ବାନର ଚତୁପାର୍ଶ୍ବରେ ଥିବା ସମୁଦ୍ରରେ ଯୁଦ୍ଧାଭ୍ୟାସ କରୁଛି ଚୀନ୍।