ପ୍ରଥମେ ରେଳ ଇଞ୍ଜିନ୍ , ଏହାପରେ ବ୍ରିଜ୍ ଓ ଏବେ ମୋବାଇଲ ଟାୱାର ଚୋରି ; ବିହାରରେ ଅଜବ ଘଟଣା !

ପାଟନା : ବିହାରରେ ଯେମିତି ଖାଲି ଅଜବ ଧରଣର ଘଟଣା ସବୁ ଘଟି ଚାଲିଛି। କେବେ ରେଳ ଇଞ୍ଜିନ୍ ଚୋରି ହୋଇ ଯାଉଛି ତ କେବେ ପୋଲ ଚୋରି ହୋଇ ଯାଉଛି, ଆଉ ଏବେ ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ମାମଲା ସାମ୍ନାକୁ ଆସିଛି , ଯାହାକି ଚୋରମାନେ ମୋବାଇଲ ଟାୱାର ବି ଚୋରି କରି ନେଇଛନ୍ତି । ଏହି ଘଟଣା ପାଟଣାର ଗର୍ଦନିବାଗ ଅଞ୍ଚଳରେ ଘଟିଛି , ଯେଉଁଠି ଜିଟିପିଏଲ ଟାୱାରର ଅଧିକାରୀ ହୋଇ ଚୋର ଦଳ ମୋବାଇଲ ଟାୱାରକୁ ଉଠେଇ ନେଇଛନ୍ତି। କାହାକୁ ବି କିଛି ସୁରାକ ଟିକେ ମିଳିଲା ନାହିଁ। ଲୋକେ ଭାବିଲେ କି ଏମାନେ ଟାୱାର କମ୍ପାନୀର କର୍ମଚାରୀ , ଚୋର ଏତେ ଚତୁର କି କିଛି ଘଣ୍ଟାରେ ଟାୱାରର ସବୁ ଜିନିଷ ଖୋଲି ଟ୍ରକ୍ରେ ଲଦି ନେଇ ଚାଲିଗଲେ । ଏହି ଘଟଣା ସାମ୍ନାକୁ ଆସିବା ପରେ ପାଟନା ପୁଲିସ ଯାଞ୍ଚରେ ଲାଗିଛି , ଗର୍ଦନିବାଗ ଥାନାରେ ଚୋରି ମାମଲା ରୁଜୁ ହୋଇଛି ।
Gmail ବ୍ୟବହାର କରୁଛନ୍ତି କି ? ଏହି ୪ ଦରକାରୀ ଫିଚରକୁ ଜାଣି ନିଅନ୍ତୁ
ଉଲ୍ଲେଖନୀୟ ଯେ, ଚୋରମାନେ ପୂର୍ବରୁ ହିଁ ପୁଲିସର ନିଦ ହଜେଇ ଦେଇଛନ୍ତି ଏବଂ ଏବେ ମୋବାଇଲ ଟାୱାର ଚୋରିର ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ଦିନ ଦ୍ୱିପ୍ରହରରେ ଟାୱାର ଚୋରି ହୋଇଗଲା । ପ୍ରଶାସନକୁ କିଛି ବି ମାଲୁମ ପଡ଼ିଲାନି । ଏହା ପୂର୍ବରୁ ବିହାରର ଭିନ୍ନ ଭିନ୍ନ ଜିଲ୍ଲାରେ ରେଲ ଇଞ୍ଜିନ ଓ ଲୁହା ଚୋରି ହେବା ଘଟଣା ସାମ୍ନାକୁ ଆସିଥିଲା। ଚୋରି ଗ୍ୟାଙ୍ଗ ସୁଢ଼ଙ୍ଗ କରି ଚୋରି କରିବାରେ ସଫଳ ହୋଇଥିଲେ ଏବଂ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ରେଲୱେର ଜିନିଷ ହୋଇ କରି ନେଇଥିଲେ । ଖାଲି ଏତିକି ନୁହେଁ ବିହାରରେ ଚୋରମାନେ ପୋଲକୁ ବି ଛାଡ଼ି ନାହାନ୍ତି । ପୋଲର ଅନେକ ଲୁହା ଜିନିଷ ଚୋର ମାନେ ଗାଏବ କରି ଦେଇ ଥିଲେ।
गजबे है बिहार।
— Mukesh singh (@Mukesh_Journo) November 27, 2022
चोर पहले ब्रिज काट ले गया फिर रेलवे का इंजन धीरे धीरे खाली कर दिया अब पटना में एक पूरा मोबाइल टावर ही चोरी कर ले गया।
जिसके जमीन पर टावर लगा था उसने जब चोर से पूछा भाई आप कौन तो चोर ने जवाब दिया टावर कंपनी का कर्मचारी,और सब समान ट्रक पर लादकर निकल लिया।#Bihar pic.twitter.com/Vhhic1rJX6
ହେଲେ ଅନେକ ମାମଲାର ପୁଲିସ ଖୁଲାସା ବି କରିଛି ଏବଂ ଏଥିରେ ସଂପୃକ୍ତ ଅନେକ ଲୋକଙ୍କୁ ବି ଗିରଫ କରିଛି । କିନ୍ତୁ ଏବେ ବିହାରରେ ଚୋରି ଘଟଣା ଯେମିତି ଏକ ସାଧାରଣ ଘଟଣା ପାଲଟି ଗଲାଣି । ଚୋରମାନେ ବଡ଼ ଚତୁରତାର ସହ ଏସବୁ କାମ କରୁଛନ୍ତି । ଏବେ ଦେଖିବାକୁ ବାକି ରହିବା ପାଟନାରେ ମୋବାଇଲ ଟାୱାରର ଚୋରଙ୍କୁ କୁ ପୁଲିସ କେତେ ଶୀଘ୍ର ଗିରଫ କରୁଛି।