PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ବିଜେବି କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର
  • ||
  • ୨୦୨୨-୨୩ ବଜେଟ୍‌ : ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ର ପାଇଁ ୨୭,୩୨୪କୋଟି ଟଙ୍କା ଆବଣ୍ଟନ
  • ||
  • ଉଦୟପୁର ହତ୍ୟାକାଣ୍ଡ ଘଟଣା : କୋର୍ଟ ୪ ଅଭିଯୁକ୍ତଙ୍କୁ ୧୦ଦିନର NIA ରିମାଣ୍ଡରେ ପଠାଇଲେ
  • ||
  • ଭୁବନେଶ୍ବର ପରେ କଟକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ
  • ||
  • ପୁରୀ : ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ, ୨୦ରୁ ଅଧିକ ଚୁଲି ଭାଙ୍ଗି ଥିବା ସୂଚନା
  • ||
  • ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ, ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ନୂଆଦିଲ୍ଲୀ; ଫୁଟ୍‌ ଉପରେ ବିମାନ କ୍ୟାବିନରେ ଦେଖିବାକୁ ମିଳିଲା ଧୁଆଁ; ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ୍‌
  • ||
  • ଭୁବନେଶ୍ୱର: ୪ରେ ଲଘୁଚାପ, ଆଜିଠୁ ବଢ଼ିବ ବର୍ଷା
  • ||
  • ଚୌଦ୍ୱାର : ଜଗା ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବୋଲେରୋକୁ ପିଟିଲା ଟ୍ରକ: ଜଣେ ମୃତ, ୯ ଗୁରୁତର
  • ||
  • ପୁରୀ: ଦାରୁବ୍ରହ୍ମଙ୍କ ପତିତପାବନ ଯାତ୍ରା: ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବାରିପଦା: ଆଜି ଗଡ଼ିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥ, ସୁଭଦ୍ରାଙ୍କ ରଥକୁ ଟାଣିବେ ମହିଳା ଶ୍ରଦ୍ଧାଳୁ
  • ||
  • କଟକ: ଆଜିଠୁ ମିଳିତ ପୁଲିସ୍‌ ସେବା ପରୀକ୍ଷା, ୩୪ କେନ୍ଦ୍ରରେ ପରୀକ୍ଷା ଦେବେ ୨୯ ହଜାର ୬୪୪ ପରୀକ୍ଷାର୍ଥୀ
  • ||

୨୧ ହଜାରରୁ କମ୍ ଦରମା ପାଉଥିବା ପ୍ରାଇଭେଟ୍ କର୍ମଚାରୀଙ୍କୁ ମୋଦି ସରକାରଙ୍କ ବଡ ଉପହାର

source:www.wealthprofessional.ca

ମୋଦି ସରକାର ଆଉ ଏକ ଉପହାର ଦେଇଛନ୍ତି । କାହାକୁ ?  ପ୍ରାଇଭେଟ୍ ସଂସ୍ଥାରେ କାମ କରୁଥିବା ୩ କୋଟି ୬୦ ଲକ୍ଷରୁ ଅଧିକ କର୍ମଚାରୀଙ୍କୁ । ମାସକୁ ୨୧ ହଜାର ଟଙ୍କାର କମ୍ ଆୟ କରୁଥିବା କର୍ମଚାରୀଙ୍କ ଦରମା ଏବେ ବଢିଯିବ । କେମିତି ? ସେମାନଙ୍କୁ ସାଲାରୀରୁ ଏବେ ବୀମା ପଇସା କମ୍ କଟିବ । ମୋଦି ସରକାରଙ୍କ ଏହି ଐତିହାସିକ ନିଷ୍ପତ୍ତି କଣ ? ଆସନ୍ତୁ ଜାଣିବା ….

କଣ ଏହି ନିଷ୍ପତ୍ତି ?
ସରକାରଙ୍କ ଏକ ବିଭାଗ ଅଛି । କର୍ମଚାରୀ ରାଜ୍ଯ ବିମା ନିଗମ । ଅର୍ଥାତ୍ ESI । ଏହାର କାମ ହେଉଛି ପ୍ରାଇଭେଟ୍ ସଂସ୍ଥାରେ କମ୍ ଦରମା ପାଉଥିବା କର୍ମଚାରୀଙ୍କୁ ସ୍ୱାସ୍ଥ୍ୟ ବୀମା ଦେବା । ଏପର୍ଯ୍ଯନ୍ତ ESIରେ ଦରମାର ୬ ପ୍ରତିଶତ ପଇସା ଯାଉଥିଲା । ଏହି ୬ ପ୍ରତିଶତରେ କମ୍ପାନୀର ଅଂଶଦାନ ୪.୭୫ ଓ କର୍ମଚାରୀଙ୍କ ଭାଗ ୧.୭୫ ରହୁଥିଲା । ଏବେ ମୋଦି ସରକାରଙ୍କ ଏହାକୁ ହ୍ରାସ କରିଦେଇଛନ୍ତି । ସରକାର ଏହାକୁ କମାଇ ୪ ପ୍ରତିଶତ କରିଦେଇଛନ୍ତି । ଏବେ କମ୍ପାନୀରୁ ୩.୨୫ ପ୍ରତିଶତ ଓ କର୍ମଚାରୀଙ୍କ ୦.୭୫ ପ୍ରତିଶତ ପଇସା କଟାଯିବ । ଯେହେତୁ ବୀମାର ପ୍ରତିଶତ ହ୍ରାସ ପାଇବ ତେଣୁ ଦରମା ସାମାନ୍ଯ ବୃଦ୍ଧି ପାଇବ । ୨୨ ବର୍ଷରେ ଏହା ପ୍ରଥମ ଥର ପାଇଁ ହୋଇଛି । ୧ ଜୁଲାଇ ୨୦୧୯ରୁ ଏହା ଲାଗୁହେବ ।

ସରକାରଙ୍କ ଏହି ନିଷ୍ପତ୍ତି ସାରା ଦେଶରେ ପ୍ରାଇଭେଟ୍ ସଂସ୍ଥାରେ କାମ କରୁଥିବା ୩ କୋଟି ୬୦ ଲକ୍ଷରୁ ଅଧିକ କର୍ମଚାରୀଙ୍କୁ ମିଳିବାର ଅନୁମାନ କରାଯାଉଛି । ତେବେ କମ୍ପାନୀଗୁଡିକୁ ମଧ୍ୟ ଫାଇଦା ମିଳିବ । ଏବେ ତାଙ୍କର ମଧ୍ଯ ବୀମା ଉପରେ କମ୍ ଖର୍ଚ୍ଚ ହେବ । ଆକଳନ ଅନୁସାରେ ଏହା ଫଳରେ କମ୍ପାନୀଗୁଡିକୁ ବାର୍ଷିକ ୫ ହଜାର କୋଟି ଟଙ୍କାରୁ ଅଧିକ ସେଭିଂ ହେବ ।

ଆମ ଦେଶରେ ପ୍ରାଇଭେଟ୍ ସଂସ୍ଥାରେ କାମ କରୁଥିବା କର୍ମଚାରୀଙ୍କ ସାମାଜିକ ସୁରକ୍ଷା ପାଇଁ ବହୁତ କମ୍ ସ୍କିମ୍ ରହିଛି । ଏହି ନିଷ୍ପତ୍ତି ଫଳରେ କର୍ମଚାରୀ ଓ କମ୍ପାନୀ ଉପରେ ଖର୍ଚ୍ଚର ବୋଝ କମ୍ ପଡିବ । ଖର୍ଚ୍ଚ କମ୍ ହେବା ଫଳରେ କମ୍ପାନୀ ଅନ୍ଯ କର୍ମଚାରୀଙ୍କୁ ମଧ୍ଯ ଏହି ସ୍କିମରେ ଯୋଡି ପାରିବ । ଅର୍ଥାତ୍ ଯେଉଁମାନଙ୍କ ଦରମା ୨୧ ହଜାର ଟଙ୍କାରୁ ଅଧିକ ରହୁଛି ସେମାନେ ମଧ୍ଯ ଏହି ସ୍କିମରେ ସାମିଲ ହୋଇପାରିବେ ।

କେଉଁମାନେ ଉଠାଇ ପାରିବେ ଏହାର ଫାଇଦା ?
ଏମିତି କୌଣସି ବି ସଂସ୍ଥା ଯେଉଁଠି କର୍ମଚାରୀଙ୍କୁ ESIର ଲାଭ ମିଳୁଛି  । ଯେଉଁ କର୍ମଚାରୀଙ୍କ ବେତନ ୨୧ ହଜାର ଟଙ୍କା କିମ୍ବା ତାଠାରୁ କମ୍, ସେମାନେ ଏହାର ଫାଇଦା ଉଠାଇ ପାରିବେ । ତେବେ ୨୧ ହଜାର ଟଙ୍କାରୁ ଅଧିକ ଦରମା ପାଉଥିବା କର୍ମଚାରୀ ନିଜ ଇଛାରେ ଏହି ସ୍କିମରେ ସାମିଲ ହୋଇପାରିବେ ।

ସମ୍ବନ୍ଧିତ ଖବର