ଭାରତର ପ୍ରଥମ ମତଦାତା ଶ୍ୟାମ ସରନ୍ ନେଗୀ ୧୦୨ ବର୍ଷ ବୟସରେ କରିବେ ମତଦାନ

ନୂଆଦିଲ୍ଲୀ ୧୧।୩: ସ୍ବତନ୍ତ୍ର ଭାରତର ପ୍ରଥମ ମତଦାତା ଶ୍ୟାମ ସରନ ନେଗୀ ୧୦୨ ବର୍ଷ ବୟସରେ ଲୋକସଭା ନିର୍ବାଚନ-୨୦୧୯ ପାଇଁ ମତଦାନ କରିବେ। ଦେଶ ସ୍ବାଧୀନ ପରେ ନେଗୀ ୧୯୫୨ ମସିହାରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ସାଧାରଣ ନିର୍ବାଚନ ଭୋଟ ଦେଇଥିଲେ। ୧୯୫୧ ମସିହା ଅକ୍ଟୋବର ୨୩ରେ ଜନଜାତି କ୍ଷେତ୍ର କିନ୍ନୋରରେ ମତଦାନ କରିଥିଲେ।

ଉଲ୍ଲେଖନୀୟ ତଥ୍ୟ ଯେ, ପ୍ରବଳ ବରଫପାତ ମଧ୍ୟରେ ବି ଶ୍ୟାମ ସରନ କିନ୍ନୋରରେ ମତଦାନ କରିଥିଲେ। ଏହି ନିର୍ବାଚନରେ ଶ୍ୟାସ ସରନ ନେଗୀ ପ୍ରତାମ ମଦାନ କେନ୍ଦ୍ରରେ ପହଞ୍ଚି ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଥିଲେ।

ଦେଶର ପ୍ରଥମ ମତଦାତା ଶ୍ୟାସ ସରନ ନେଗୀ ପୁଣିଥିରେ କଳ୍ପାର ବୁଥ୍ ନମ୍ବର ୫୧ ରେ ଆଗାମୀ ୨୦୧୯ ମେ ୧୯ ତାରିଖରେ ଲୋକସଭା ନିର୍ବାଚନ ଲାଗି ମତଦାନ କରିବେ। ଆସନ୍ତା ଜୁଲାଇ ୨୦୧୯ରେ ତାଙ୍କୁ ୧୦୨ ବର୍ଷ ବୟସରେ ପଦାର୍ପଣ କରିବେ।

ଶ୍ୟାମ ସରନ ନେଗୀ ଡାହାଣ ଆଖିରେ ଦେଖି ପାରୁନାହାନ୍ତି। ସେହିପରି ତାଙ୍କର ବାମ ଆଖି ମଧ୍ୟ ୫୦ ପ୍ରତିଶତ କାମ କରୁନାହିଁ। ଏହା ସତ୍ବେ ସେ ନିଜେ ନିଜର ସମସ୍ତ କାମ କରୁଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ, ୨୦୧୦ ଜୁନ୍ ୧୩ ତାରିକରେ ମୁଖ୍ୟ ନିର୍ବାଚନ କମିସନର ନବୀନ ବି ଚାଓ୍ବାଲା ଶ୍ୟାମ ସରନ ନେଗୀଙ୍କୁ ସମ୍ମାନିତ କରିଥିଲେ।