ଭୋପାଳ,୨୬/୧୦: ମଧ୍ୟପ୍ରଦେଶର ରେୱା ଜିଲ୍ଲାର ଏକ ପ୍ରସିଦ୍ଧ ପିକ୍‌ନିକ୍‌ ସ୍ଥଳରେ ଜଣେ ନବବିବାହିତାଙ୍କୁ ତାଙ୍କ ସ୍ୱାମୀଙ୍କ ସାମ୍ନାରେ ଗଣଦୁଷ୍କର୍ମ କରାଯାଇଛି । ଏହି ଲଜ୍ଜାଜନକ ଘଟଣା ସୋମବାରର ଘଟିଛି । 

ପୀଡିତାଙ୍କ ଅଭିଯୋଗ  ମୁତାବକ, ରେୱା ଜିଲ୍ଲା ମୁଖ୍ୟାଳୟଠାରୁ ୩୦ କିମି ଦୂର ଭୈରବ ବାବା  ମନ୍ଦିରକୁ ସେମାନେ ସୋମବାର ଅପରାହ୍ନରେ ପୂଜାର୍ଚ୍ଚନା ଲାଗି ଯାଇଥିଲେ ।  ପୂଜା ସରିବା ପରେ ସେମାନେ ଏକ ସ୍ଥାନରେ ବସିଥିବାବେଳେ ୮ ଜଣ  ନିଶାସକ୍ତ ଲୋକ ସେଠାକୁ ଆସି ତାଙ୍କ ସ୍ୱାମୀଙ୍କୁ ଗଛରେ ବାନ୍ଧି ନିସ୍ତୁକ  ବାଡ଼େଇଥିଲେ । ପରେ ତାଙ୍କୁ ଗଣଦୁଷ୍କର୍ମ କରିଥିଲେ । ଦୁର୍ବୃତ୍ତମାନେ ସେହି  ଘଟଣାର ଭିଡିଓ ବନାଇଥିବାବେଳେ ପୁଲିସ ନିକଟରେ ଅଭିଯୋଗ କଲେ  ତାକୁ ସୋସିଆଲ୍‌ ମିଡିଆରେ ପ୍ରଘଟ କରିଦେବାକୁ ସେମାନଙ୍କୁ ଧମକ ବି ଦେଇଥିଲେ । ଅଭିଯୁକ୍ତଙ୍କ ମଧ୍ୟରୁ ଜଣକର ହାତ ଓ ଛାତିରେ ଟାଟୁ ଥିବା ସେ  ଦର୍ଶାଇଥିଲେ । ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ଏହି କାଣ୍ଡରେ ସଂପୃକ୍ତ ୫  ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି । ଜେରା ପରେ ସେମାନେ ନିଜର  ଦୋଷ ସ୍ୱୀକାର କରିଥିବାବେଳେ ଅନ୍ୟ ଅଭିଯୁକ୍ତମାନଙ୍କର ସନ୍ଧାନ ଚାଲିଛି ।