PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ଡିସେମ୍ବର ୧ ରୁ ଚନ୍ଦ୍ରଭାଗା ବେଳାଭୂମିରେ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ, ଭାଗ ନେବ ୫ ଟି ଦେଶ 

କୋଣାର୍କ,୨୦/୧୧: ଆସନ୍ତା ଡିସେମ୍ବର ୧ ରୁ ଚନ୍ଦ୍ରଭାଗା ବେଳାଭୂମିରେ ଅନୁଷ୍ଠିତ ହେବ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ। ଏହି ଉତ୍ସବ ଚନ୍ଦ୍ରଭାଗା ବେଳାଭୂମିରେ ପାଞ୍ଚଦିନ ବ୍ୟାପି ଚାଲିବ। ଏଥି ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି ।

ବେଳାଭୂମିରେ ୩୪ରୁ ଉର୍ଦ୍ଧ୍ବ ଷ୍ଟଲ ପ୍ରସ୍ତୁତି ପାଇଁ ଜେସିବି ମାଧ୍ୟମରେ ବାଲି ସଂଗ୍ରହ କାର୍ଯ୍ୟ ଆରମ୍ଭ ହୋଇଛି। ଚଳିତ ବର୍ଷ ବାଲୁକା କଳାରେ ୫ ଟି ଦେଶ ସହିତ ଆସାମ,ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ତାମିଲନାଡୁ,ମହାରାଷ୍ଟ୍ର, ଗୁଜୁରାଟ ଓ ରାଜସ୍ତାନ ଆଦି ରାଜ୍ୟରୁ ଶିଳ୍ପୀ ମାନେ ଯୋଗଦେବେ। ଦୈନିକ ସକାଳ ୯ଟାରୁ ରାତି ୯ଟା ପର୍ଯ୍ୟନ୍ତ ପ୍ରଦର୍ଶନୀ ଖୋଲା ରହିବ।  

ଏହାସହ ବିଭିନ୍ନ ପ୍ରସଙ୍ଗରେ ପ୍ରତିଯୋଗୀମାନେ ସେମାନଙ୍କର କଳାକୃତି ପ୍ରଦର୍ଶନ କରିବେ।  ଏଥର ବିଭିନ୍ନ ପ୍ରସଙ୍ଗରେ ଶିଳ୍ପୀ ମାନେ ଭଲ ପ୍ରଦର୍ଶନ କରିବେ ବୋଲି ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ସୂଚନା ଦେଇଛନ୍ତି।