PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଲାୟମ ସିଂହ ଯାଦବ ICUରେ ଭର୍ତ୍ତି ,ଅଖିଳେଶ ଓ ଅପର୍ଣ୍ଣା ଯାଦବଙ୍କ ତୁରନ୍ତ ଦିଲ୍ଲୀ ଯାତ୍ରା
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପରତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୩୧ ପଜିଟିଭ୍ ଚିହ୍ନଟ
  • ||
  • କଟକ : ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଧାୟକ ମହମ୍ମଦ ମୋକିମ୍, ବିଧାୟକ ପଦ ରଦ୍ଦ ହେବାର ଆଶଙ୍କା
  • ||
  • କେନ୍ଦୁଝର : ସାମାନ୍ୟ ବଚସାରୁ ତୁମୁଳ କାଣ୍ଡ, ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା
  • ||
  • କୋରାପୁଟ : ବିଜୁଳି ଘଡ଼ଘଡ଼ିରେ ଭୁଶୁଡ଼ିଲା କୋରାପୁଟର ଜେଇଏଲ୍ ଚର୍ଚ୍ଚ
  • ||
  • ବ୍ରହ୍ମପୁର : କାର୍‌ରୁ ୩ କେ.ଜି ସୁନା ଏବଂ ୧୭ କେ.ଜି ରୂପା ଜବତ, ୩ ଅଟକ
  • ||

ଭାରତୀୟ ହକି ଦଳକୁ କରୋନା ଝଟ୍‌କା: ୫ ଖେଳାଳି ସଂକ୍ରମିତ, ଚିନ୍ତା ପ୍ରକଟ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୦୮/୦୮: ଭାରତୀୟ ହକି ଦଳର ୫ ଜଣ ପ୍ରମୁଖ ଖେଳାଳି କରୋନା ଭାଇରସ ସଂକ୍ରମିତ ହୋଇଛନ୍ତି । ଏହି ଖବର ଭାରତୀୟ କ୍ରୀଡ଼ା ପ୍ରେମୀଙ୍କୁ ସ୍ତବ୍ଧ କରିଦେଇଛି । ଖେଳାଳିଙ୍କ ବିଷୟରେ ଖବର ପାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିନ୍ତା ପ୍ରକଟ କରିଛନ୍ତି । ସେ ଟ୍ୱିଟ୍‌ କରି ଖେଳାଳିଙ୍କ ଆରୋଗ୍ୟ କାମନା କରିଛନ୍ତି ।

ସେ ଲେଖିଛନ୍ତି, ‘ଆମ ହକି ଖେଳାଳିମାନେ କରୋନା ସଂକ୍ରମିତ ହୋଇଥିବା ଖବର ପାଇ ଅତ୍ୟନ୍ତ ମର୍ମାହତ । ସେମାନେ ଖୁବ୍‌ ଶୀଘ୍ର ସୁସ୍ଥ ହୋଇ ଅଭ୍ୟାସ ଆରମ୍ଭ କରିବେ ବୋଲି ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନ କରୁଛି ।’ ଭାରତୀୟ ହକି ଦଳ ସମ୍ପ୍ରତି ବାଙ୍ଗାଲୁରୁ ସ୍ଥିତ ସାଇ ସେଣ୍ଟରରେ ଅବସ୍ଥାନ କରୁଛି । ସଂକ୍ରମିତଙ୍କ ମଧ୍ୟରେ ଅଧିନାୟକ ମନପ୍ରୀତ ସିଂହ, ସୁରେନ୍ଦର କୁମାର, ଜଶକରଣ ସିଂହ, ବରୁଣ କୁମାର ଓ ଗୋଲ୍‌ କିପର କ୍ରିଶନ ବି ପାଠକ ରହିଛନ୍ତି । ସାଇ ପକ୍ଷରୁ ପ୍ରତ୍ୟେକ କ୍ରୀଡ଼ାବିତଙ୍କ ପାଇଁ କୋଭିଡ୍‌ ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି । ହକି ଦଳର ଖେଳାଳିମାନେ ଘରେ ବେଶ୍‌ କିଛି ଦିନ କଟାଇବା ପରେ ଜାତୀୟ ଶିବିରରେ ଯୋଗ ଦେବା ପାଇଁ ବାଙ୍ଗାଲୁରୁ ଆସିଛନ୍ତି ।

ସାଇ ସେଣ୍ଟରରେ ରହିଥିବା ନାସନାଲ ସେଣ୍ଟର ଅଫ ଏକ୍ସଲେନ୍ସ(ଏନ୍‌ସିଓଇ)ରେ ପ୍ରଶିକ୍ଷଣ ଆରମ୍ଭ ହେବାର ଥିଲା । ଖେଳାଳିମାନେ ସେଣ୍ଟରେ ପହଞ୍ଚିବା ପରେ କ୍ୱାରେଣ୍ଟାଇନ୍‌ରେ ରହିଛନ୍ତି । ହକି ଦଳର ପ୍ରତ୍ୟେକ ଖେଳାଳିଙ୍କ ରାପିଟ୍‌ ଟେଷ୍ଟ କରାଯାଇଥିଲା । ପ୍ରାଥମିକ ପର୍ଯ୍ୟୟରେ ପ୍ରତ୍ୟେକ ଖେଳାଳିଙ୍କ ରିପୋର୍ଟ ନେଗେଟିଭ ଆସିଥିଲା । ପରେ ପରେ ମନପ୍ରୀତ ଓ ସୁରେନ୍ଦରଙ୍କ ନିକଟରେ ସାମାନ୍ୟ ଲକ୍ଷଣ ଦେଖା ଦେଇଥିଲା । ଗୁରୁବାର ଦିନ ମନପ୍ରୀତ ଓ ସୁରେନ୍ଦରଙ୍କ ସମେତ ଅନ୍ୟ ୧୦ଜଣ ଖେଳାଳିଙ୍କ ଆରଟି-ପିସିସିଆର ଟେଷ୍ଟ କରାଯାଇଥିଲା । ୫ଜଣ ଖେଳାଳିଙ୍କ ରିପୋର୍ଟ ପଜିଟିଭ ବାହାରିଛି । ଅନ୍ୟ ଖେଳାଳିଙ୍କ ରିପୋର୍ଟ ମିଳିନାହିଁ ।