ୱାଶିଂଟନ,୧୭/୧୨: ସ୍କୁଲରେ ଫୁଟିଲା ଗୁଳି ଚାଲିଗଲା ଜୀବନ । ଆମେରିକାର ୱିସ୍କୋସିନରେ ଏକ ସ୍କୁଲରେ ଆଖିବୁଜା ଗୁଳିମାଡ ହୋଇଛି । ଜଣେ ଶିକ୍ଷକଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ହୋଇଛି । ପୋଲିସ ଏନକାଉଣ୍ଟରରେ ଟଳିଲା  ସୁଟର । ଗୁଳିମାଡରେ ୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ଜଣ ଗୁରୁତର ହୋଇଛନ୍ତି । ଗୁଳିମାଡ କରିଥିବା ଜଣକ ଛାତ୍ରୀ ହୋଇଥିବା ପୋଲିସ ଏନକାଉଣ୍ଟରରେ ମୃତ୍ୟୁ ହୋଇଥିବା ଜଣାପଡିଛି ।

ଆମେରିକାର ୱିସ୍କୋସିନ ମାଡିସନରେ ଥିବା ଆବ୍ୟୁଡାଣ୍ଟ ଲାଇଫ ଖ୍ରୀଷ୍ଟିଆନ ସ୍କୁଲରେ ଏହି ଗୁଳିମାଡ ହୋଇଛି । ଏଥିରେ ସ୍କୁଲ ଶିକ୍ଷକଙ୍କ ସମେତ ୫ଜଣଙ୍କର ମୃତ୍ୟୁ ହୋଇଛି । ଏହା ସହ ଗୁଳି ଚଳାଇଥିବା ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗୁଳି ଚଳାଇଥିବା ଜଣକ ନାବାଳକ ହୋଇଥିବା ଜଣାପଡିଛି । ଫାୟାରିଂ କରିଥିବା ଜଣକ ଛାତ୍ରୀ ବୋଲି କହିଛନ୍ତି ମାଡିସନ ପୋଲିସ ମୁଖ୍ୟ ସନ ବାରନେସ ।

ଗୁଳିମାଡରେ ପାଖାପାଖି ୭ ଜଣ ଆହତ ହୋଇଥିବା ଜଣାପଡିଛି । ସ୍ଥାନୀୟ ସମୟର ୧୦ଟା୫୭ ମିନିଟ ସମୟରେ ଗୁଳିମାଡ ହୋଇଥିଲା । କାହିଁକି ଛାତ୍ର ଜଣକ ଗୁଳିମାଡ କଲା ତାର କାରଣ ଜଣାପଡିନାହିଁ । ସ୍କୁଲରେ ପାଖାପାଖି ୩୯୦ ଛାତ୍ରଛାତ୍ରୀ ଥିଲେ ।