ଭୁବନେଶ୍ଵର, ୧୨/୦୧ : ଦେଶରେ ବର୍ଷକୁ ଘଟୁଛି ୫ ଲକ୍ଷ ଦୁର୍ଘଟଣା। ଅବେଳରେ ଯାଉଛି ୧ ଲକ୍ଷ ୭୦ ହଜାର ଜୀବନ। ଆହତଙ୍କ ସଂଖ୍ୟା ୩ ଲକ୍ଷରୁ ଅଧିକା। ବହୁ ଲୋକଙ୍କୁ ଭିନ୍ନକ୍ଷମ କରି ଦେଉଛି ଦୁର୍ଘଟଣା। ପ୍ରତିଦିନ ଦୁର୍ଘଟଣାରେ ହେଉଛି ୫୦୦ ଲୋକଙ୍କ ମୃତ୍ୟୁ। ପରିବହନ ସଚିବ ଉଷା ପାଢୀଙ୍କ ସୂଚନାକୁ ନେଇ ଉଦବେଗ। ସେହିପରି ଓଡ଼ିଶାରେ ବି ଦୁର୍ଘଟଣା ଗ୍ରାଫ୍ ଉପରମୁହାଁ। ରାଜ୍ୟରେ ବର୍ଷକୁ ଘଟୁଛି ୧୦ ରୁ ୧୨ ହଜାର ଦୁର୍ଘଟଣା। ଦିନକୁ ଯାଉଛି ୧୬ ରୁ ୧୭ ଜୀବନ। 

ଏନେଇ ପରିବହନ ସଚିବ କହିଛନ୍ତି ଯେ, ଶୂନ୍ୟ ଦୁର୍ଘଟଣା ମୁକ୍ତ ରାଜ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ପ୍ରୟାସ କରୁଛନ୍ତି। ଜିରୋ ଆକ୍ସିଡେଣ୍ଟ ଡେ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ବିଭାଗ ପକ୍ଷରୁ କମ୍ ହୋମ୍ ସେଫ୍ ନାରା ଦିଆଯାଇଛି। 

ଏହି ଖବରଟିକୁ ପଢନ୍ତୁ- ଜାତୀୟ ସଡ଼କ ସୁରକ୍ଷା ମାସରେ ପ୍ରକଳ୍ପ ଭେଟି; ଉନ୍ନୟନମୂଳକ କାର୍ଯ୍ୟର ଶୁଭ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ