ପ୍ରମୂଖ ଖବର
  • ବୌଦ୍ଧ ଥାନା ୫୭ ନଂ ଜାତୀୟ ରାଜପଥ ଖଜୁରୀପଡା ଠାରେ ଦୁର୍ଘଟଣା, ବୋଲେରୋ ଓ ଟ୍ରକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ ୭ ଆହତ
  • ||
  • ଆଜି ପହିଲି ରଜ; ସବୁଠି ଉତ୍ସାହ, ପୋଡ଼ପିଠା ବାସ୍ନାରେ ମହକୁଛି ଗାଁଠୁ ସହର
  • ||
  • ରଜକୁ ଭିଜାଇବ ବର୍ଷା: ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ ଜାରି
  • ||

୫ ବାଲି ବୋଝେଇ ହାଇୱା ଜବତ, ୩ ଚାଳକ ଅଟକ

Published By : Harapriya Sethi | June 13, 2025 10:37 AM

ସୋର,୧୩/୦୬: ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ମାଟିଆପଲା ଛକ ନିକଟରୁ ୫ଟି ବେଆଇନ ବାଲି ବୋଝେଇ ହାଇୱାକୁ ସୋର ତହସିଲଦାର ଜବତ କରିଛନ୍ତି । ଏହା ସହ ୩ଜଣ ଚାଳକକୁ ଅଟକ ରଖି ସୋର ଥାନାରେ ଜିମା ଦେଇଛନ୍ତି । 

ସୂଚନା ମୁତାବକ, ସୋର ଭାରପ୍ରାପ୍ତ ତହସିଲଦାର ଦୈତାରୀ ମଲ୍ଲିକ ଶୁକ୍ରବାର ସକାଳେ ଅଚାନକ ମାଟିଆପଲ୍ଲା ଛକ ନିକଟରେ ଚଢ଼ାଉ କରିଥିଲେ । ଭଦ୍ରକରୁ ବାଲେଶ୍ୱର ଅଭିମୁଖେ ଆସୁଥିବା ବାଲି ବୋଝେଇ ହାଇୱା ଗୁଡିକର କାଗଜପତ୍ର ଯାଞ୍ଚ କରିଥିଲେ। ଏହି ସମୟରେ ୫ଟି ବାଲି ବୋଝେଇ ହାଇୱା ବେଆଇନ ଭାବେ ବାଲି ଚାଲାଣ କରୁଥିବା ଜାଣିପାରି ଗାଡ଼ିଗୁଡିକୁ ଜବତ କରିଛନ୍ତି । ଏହା ସହ ୩ଜଣ ଚାଳକଙ୍କୁ ଅଟକ ରଖି ସୋର ଥାନାରେ ଜିମା ଦେଇଛନ୍ତି । ଜବତ ଗାଡ଼ିଗୁଡ଼ିକୁ ତହସିଲଦାର ଦୈତାରୀ ମଲ୍ଲିକ ଲଘୁଖଣି ବିଭାଗକୁ ହସ୍ତାନ୍ତର କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.