ପ୍ରମୂଖ ଖବର
  • ଢେଙ୍କାନାଳ : କୁଖ୍ୟାତ ଅପରାଧୀ ହୁଣ୍ଡକୁ ଏନକାଉଣ୍ଟର୍‌, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଗୁରୁବାର ଜାତୀୟ ପଞ୍ଚାୟତିରାଜ ଦିବସ: ସବୁ ପଞ୍ଚାୟତରେ ହେବ ସ୍ୱତନ୍ତ୍ର ଗ୍ରାମସଭା, ଆଭାସୀ ମାଧ୍ୟମରେ ଯୋଗଦେବେ ପ୍ରଧାନମନ୍ତ୍ରୀ
  • ||
  • ଗୁରୁବାର ଭୀଷଣ ଗ୍ରୀଷ୍ମ ପ୍ରକୋପ, ୨୬ ଯାଏ ଆକାଶରୁ ଅଗ୍ନିବର୍ଷା: ଉପକୂଳରେ ଅସହ୍ୟ ହେବ ତାତି, ଗୁଳୁଗୁଳି
  • ||

୫ଲକ୍ଷ ଇନାମୀ ୫ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

Published By : Prameya | April 8, 2025 10:46 PM

ମାଲକାନଗିରି : ୫ ମହିଳା ମାଓବାଦୀଙ୍କ ଆତ୍ମସର୍ମପଣ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନକ୍ସଲ ପ୍ରଭାବିତ ନାରାୟଣପୁର ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ମାଓ ସଙ୍ଗଠନରେ ସକ୍ରିୟ ଥିବା , ପାଞ୍ଚଜଣ ଇନାମୀ ମହିଳା ମାଓବାଦୀ ପୋଲିସ ନିକଟରେ କରିଛନ୍ତି ଆତ୍ମସମର୍ପଣ। ଏହି ମାଓବାଦୀ ମାନେ ହେଲେ ଲକ୍ଷ୍ମୀ ଭାଞ୍ଜାମୀ, ସନି ଓରଫ ଜାମଲି ପୋଡିୟମ, ଅନିତା ଉସେଣ୍ଡି, ସୁକୟ ପୋଡିୟମ ଏବଂ କୁମ୍ମେ ପୋଡିୟମ। 

ପ୍ରତ୍ୟେକ ମାଓବାଦୀଙ୍କ ନାଁ ୧ ଲକ୍ଷ ଲେଖାଏଁ ମୋଟ ୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇ ଥିଲା। ତେବେ ଏମାନେ ଦୀର୍ଘ ବର୍ଷ ଧରି ମାଓ ସଙ୍ଗଠନରେ କାର୍ଯ୍ୟ କରୁଥିବା ବେଳେ ମାଓ ସଙ୍ଗଠନ ନିଜର ସ୍ଥିତି ଓ ନୀତି ଆଦର୍ଶ ହରାଉ ଥିବାରୁ, ଏମାନେ ଆତ୍ମସମର୍ପଣ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ନିଷ୍ପତ୍ତି ନେଇଥିବା ପ୍ରକାଶ କରିଛନ୍ତି। 

ସରକାରଙ୍କ ଥଇଥାନ ନୀତି ଅନୁଯାୟୀ ପ୍ରତ୍ୟେକଙ୍କୁ ୨୫ ହଜାର ଟଙ୍କାର ପ୍ରୋତ୍ସାହନ ରାଶିର ଚେକ୍ ଆକାରରେ ଦିଆଯାଇଥିବା ବେଳେ , ସରକାରଙ୍କ ପୁନର୍ବାସ ଯୋଜନାରେ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.