ଓଡ଼ିଶାର ସର୍ବୋଚ୍ଚ ସ୍ଥାନରେ ଉଡ଼ିଲା ତ୍ରିରଙ୍ଗା, ଦେଓମାଳିରେ ମଜା ନେଲେ ପର୍ଯ୍ୟଟକ

କୋରାପୁଟ,୨୭/୧(ଆପ୍ର): ଓଡ଼ିଶାର ସର୍ବୋଚ୍ଚ ସ୍ଥାନ ତଥା ସର୍ବୋଚ୍ଚ ଗିରି ଶୃଙ୍ଗ ଦେଓମାଳିରେ ପାରାଚୁଟ ଦ୍ବାରା ଜାତୀୟ ପତାକା ଉତ୍ତୋଳନ କରାଯାଇଛି। ପଟାଙ୍ଗୀ ବ୍ଲକ ଅଧ୍ୟକ୍ଷା କଳ୍ପନା ପାଙ୍ଗି ମୁଖ୍ୟ ଅତିଥିଭାବେ ଯୋଗଦେଇ ଦେଓମାଳିରେ ପତକା ଉତ୍ତୋଳନ କରିଥିଲେ। ରାଷ୍ଟ୍ରୀୟ ଦୁଃସାହସିକ ସଂସ୍ଥା ପକ୍ଷରୁ ପାରାଚୁଟରେ ଆକାଶରେ ପତକା ଉତ୍ତୋଳନ କରାଯାଇଥିଲା। ଉପସ୍ଥିତ ପର୍ଯ୍ୟଟକ ଏହାକୁ ବେସ ଉପଭୋଗ କରୁଥିବା ଦେଖିବାକୁ ମିଳିଥିଲା। ସେହିପରି କୋଟିଆର ପ୍ରତିଟି ଗ୍ରାମରେ ସାଧାରଣତନ୍ତ୍ର ଦିବସ ପାଳନ ହୋଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ କୋଟିଆ ପଞ୍ଚାୟତର ୨୮ଟି ଗ୍ରାମରେ ଉତ୍ସାହର ସହ ଏହି ଦିବସ ପାଳିତ ହୋଇଛି। ପଟାଙ୍ଗୀ ବ୍ଲକ ପ୍ରଶାସନ ତରଫରୁ ସରକାରୀ ଅଧିକାରୀମାନଙ୍କୁ ଉତ୍ସବ ପାଳନ କରିବାକୁ ଦାୟିତ୍ବ ବଣ୍ଟନ କରଯାଇଥିଲା। ଉକ୍ତ ଅଧିକାରୀ ମାନେ ୨୮ ଟି ଗ୍ରାମପୁଞ୍ଜକୁ ଯାଇ ଗ୍ରାମବାସୀ ଓ ସ୍କୁଲ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ।