PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୌହାଟୀ : ଭୂମିକମ୍ପ ଝଟ୍‌କାରେ ଥରିଲା ଆସାମ, ରିକ୍ଟର ସ୍କେଲରେ ୪.୪ ତୀବ୍ରତା ରେକର୍ଡ
  • ||
  • ଭୁବନେଶ୍ୱର : ସୋମବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ: ୭ରୁ ୮ ପ୍ରସ୍ତାବ ଉପରେ ବାଜିପାରେ ମୋହର, ବଡ଼ ଘୋଷଣା ଉପରେ ନଜର
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ଅନୁକୂଳ ପରେ ଦଣ୍ଡାରେ ପଡ଼ିଲା କଣ୍ଟା, ଗୁଜ, ଜଳଯନ୍ତ୍ର ରହି ଉଠିଲା ନିରାଡି
  • ||
  • ଭୁବନେଶ୍ୱର: ଜୁନ୍‌ ୧ରୁ ବଢ଼ିବ ତାତି, ତତଲା ପବନ କଲବଲ କରିବ: ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା
  • ||
  • କେସିଙ୍ଗା : ବ୍ୟବସାୟୀଙ୍କ ଘରୁ ସଶସ୍ତ୍ର ଡକାୟତି, ଲକ୍ଷାଧିକ ଟଙ୍କା ସହ ସୁନା ଓ ରୁପା ଅଳଙ୍କାର ଲୁଟ୍
  • ||
  • କରଞ୍ଜିଆ : କରଞ୍ଜିଆ ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||

ଅଢେଇ ଘଣ୍ଟାରୁ କମ୍ ସମୟରେ ଟ୍ରେନ୍ ଯାତ୍ରା କରୁଥିବା ସ୍ଥାନରେ ଚାଲିବନି ଫ୍ଲାଇଟ୍, ପ୍ରଦୂଷଣ କମାଇବା ପାଇଁ ଫ୍ରାନ୍ସରେ ନୂଆ ନିୟମ

ନୂଆଦିଲ୍ଲୀ ୨୫/୫: ୟୁରୋପୀୟ ଦେଶ ଫ୍ରାନ୍ସ ପଲ୍ୟୁସନ୍ କଣ୍ଟ୍ରୋଲ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଫ୍ରାନ୍ସ କାର୍ବନ ଉର୍ତ୍ସେଜନ କମ୍ କରିବା ପାଇଁ କମ୍ ଦୂରତାର ଘରୋଇ ଉଡାଣ ଉପରେ ପ୍ରତିବନ୍ଧକ ଲଗାଇ ଦେଇଛି । ଫ୍ରାନ୍ସ ସରକାର ନିଷ୍ପତ୍ତି ନେଇଛନ୍ତି କି ଅଢେଇ ଘଣ୍ଟାରୁ କମ୍ ଟ୍ରେନ୍ ଯାତ୍ରା କରୁଥିବା ସ୍ଥାନ ପାଇଁ ଫ୍ଲାଇଟ୍ ସର୍ଭିସ୍ ଲାଗୁ ହେବନି । ତେବେ ସରକାରଙ୍କ ତରଫରୁ ଏହା ମଧ୍ୟ ସ୍ପଷ୍ଟ କରାଯାଇଛି କି ଏହି କଟକଣାର କନେକ୍ଟିଂ ଫ୍ଲାଇଟ୍ସ ଉପରେ ପ୍ରଭାବ ପଡିବନାହିଁ । ନୂଆ ନିୟମ ଅନୁସାରେ ଟ୍ରେନ୍ ସେବାକୁ ମଧ୍ୟ ସୁଚାରୁ ରୂପେ ପ୍ରସ୍ତୁତ କରାଯାଉଛି । ଏହା ସହିତ ଏହା ମଧ୍ୟ ଧ୍ୟାନ ଦିଆଯାଉଛି କି ଟ୍ରେନ୍ ସେବା ସମସ୍ତ ଛୋଟ ରୁଟ୍ସରେ ହେବ ଏବଂ ସଠିକ୍ ସମୟରେ ଯାତ୍ରୀଙ୍କୁ ମିଳିପାରିବ ।

ଫ୍ରାନ୍ସର ପରିବହନ ମନ୍ତ୍ରୀ କ୍ଲେମେଣ୍ଟ ବ୍ୟୁନ୍ କହିଛନ୍ତି କି କାର୍ବନ ଉର୍ତ୍ସେଜନ କମ୍ କରିବା ପାଇଁ ଏହା ଜରୁରୀ ପଦକ୍ଷେପ । ଆମେ ନିଜ ଅନ୍ଦାଜରେ କାର୍ବନର ବ୍ୟବହାରକୁ କମ୍ କରିବାକୁ ଚାହୁଁଛୁ । ଏଥିପାଇଁ ଛୋଟ ଦୂରର ଫ୍ଲାଇଟ୍ସ  ଉଡିବା ସଠିକ୍ ନୁହେଁ । ଆମ ଉଦ୍ଦେଶ୍ୟ ଏହି କଟକଣା ଜରିଆରେ ପ୍ରାଇଭେଟ୍ ଜେଟର ଉଡାଣ ଉପରେ କଟକଣା ଲଗାଇବା ବୋଲି ସେ କହିଛନ୍ତି ।

ପରିବହନ ମନ୍ତ୍ରୀଙ୍କ ଅନୁସାରେ ନୂଆ ଆଇନରେ ଏହା ମଧ୍ୟ ଧ୍ୟାନ ରଖାଯାଇଛି କି ଛୋଟ ଯାତ୍ରା କରୁଥିବା ଯାତ୍ରୀଙ୍କୁ ସେହି ରୁଟରେ ୮ ଘଣ୍ଟା ପରେ ପୁଣି ଟ୍ରେନ୍ ମିଳିପାରିବ ଯାହା ଫଳରେ ସେମାନେ ଫେରପାରିବେ । କହିରଖୁଛୁ ୨ ବର୍ଷ ପୂର୍ବରୁ ଏଥି ସହିତ ଜଡିତ ପ୍ରସ୍ତାବରେ ଫ୍ରାନ୍ସର ସାଂସଦମାନେ ଭୋଟିଂ କରିଥିଲେ । ରିପୋର୍ଟ ଅନୁସାରେ କମର୍ସିଆଲ୍ ଫ୍ଲାଇଟ୍ ତୁଳନାରେ ପ୍ରାଇଭେଟ୍ ଜେଟ୍ ୧୪ ଗୁଣା ଅଧିକ ପ୍ରଦୂଷଣ କରିଥାଏ । ଯଦିଓ ଟ୍ରେନ୍ ତୁଳନାରେ କମର୍ସିଆଲ୍ ଫ୍ଲାଇଟ୍ ୭୭ ଗୁଣା ଅଧିକ କାର୍ବନ ପ୍ରଦୂଷଣ କରିଥାଏ । ଟ୍ରେନ ତୁଳନାରେ ପ୍ରାଇଭେଟ୍ ଜେଟ୍ ପରିବେଶ ପାଇଁ ୫୦ ଗୁଣା ଅଧିକ ବିପଜ୍ଜନକ । ତେବେ ଏୟାରଲାଇନ୍ସର କହିବାନୁସାରେ କରୋନା ଭାଇରସ ଯୋଗୁଁ ୨୦୧୯ ତୁଳନାରେ ଉଡାଣ ୪୨ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଛି ।