PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ବାପାକୁ ପିଟିପିଟି ହତ୍ୟା କଲା ପୁଅ
  • ||
  • ଭୁବନେଶ୍ଵର : ଅକ୍ଟୋବର ୨ରୁ ଏକ ମାସ ବ୍ୟାପି ପଦଯାତ୍ରା କରିବ ବିଜେଡି, ୨୯ ଏବଂ ୩୦ ତାରିଖରେ ବସିବ ପ୍ରସ୍ତୁତି ବୈଠକ
  • ||
  • ବାରିପଦା : ବ୍ୟାଙ୍କ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏଟିଏମ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ବାର୍‌ରେ ୩ଟି ବୋମାମାଡ଼ କଲେ ୨ ଦୁର୍ବୃତ୍ତ
  • ||

ତେଲ ନଦୀରେ ବନ୍ୟା, ପୋଲ ଉପରେ ଚାଲୁଛି ୩ ଫୁଟର ବନ୍ୟାଜଳ

କେନ୍ଦୁଝର, ୨୦/୦୮ : ଶୁକ୍ରବାର ଠାରୁ କେନ୍ଦୁଝର ଜିଲ୍ଲାରେ ତୁହାକୁ ତୁହା ବର୍ଷା ଜାରି ରହିଛି। ଫଳରେ କେନ୍ଦୁଝର ଦେଇ ଯାଇଥିବା ନଦୀ ଓ ଶାଖା ନଦୀରେ ଜଳସ୍ତର ଵୃଦ୍ଧି ପାଉଛି । ସେପଟେ ସାହାରପଡା ବ୍ଲକ କୁମୁଳାବାହାଳି ଦେଇ ଯାଇଥିବା ତେଲ ନଦୀର ଜଳସ୍ତର ବୃଦ୍ଧି ଯୋଗୁ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରଭାବିତ ହେଉଛି । ଫଳରେ ଉଭୟ କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାର ଦୁଇ ବ୍ଲକକୁ ଯୋଗାଯୋଗ ବିଛିନ୍ନ ହୋଇଛି। କେନ୍ଦୁଝର ଜିଲ୍ଲାର ସାହାରପଡା ଓ ମୟୁରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ବ୍ଲକକୁ ଯୋଗାଯୋଗ ବିଛିନ୍ନ ହୋଇଛି । ପୋଲ ଉପରେ ପାଣି ଚାଲୁ ଥିବାରୁ ଲୋକେ ଅନେକ ହଇରାଣ ହରକତ ହେଉଥିବା ଜଣାପଡ଼ିଛି ।