PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଭଗବାନ ଚିତ୍ରଗୁପ୍ତଙ୍କ ଚରିତ୍ରକୁ ମଜାଳିଆ ଢଙ୍ଗରେ ଚିତ୍ରଣ କରିବାକୁ ନେଇ ଅଭିନେତା ଅଜୟ ଦେବଗନଙ୍କ ସମେତ କେତେକଙ୍କ ନାଁରେ ଏତଲା
  • ||
  • ଖୋର୍ଦ୍ଧା : ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ରେଡ୍, ଖୋର୍ଦ୍ଧାର ଶାନ୍ତି ଜୁଏଲର୍ସ ମାଲିକଙ୍କ ଠାରୁ ନେଉଥିଲେ ସୁନା ଓ ଟଙ୍କା
  • ||
  • ସମ୍ବଲପୁର : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଗୋବିନ୍ଦପୁରକୁ ପ୍ରଥମ ‘ପକ୍ଷୀଗ୍ରାମ’ ମାନ୍ୟତା, ଯୋଜନାରେ ସାମିଲ ହେବେ ୩ ଗାଁ
  • ||
  • ଭୁବନେଶ୍ବର : ବରମୁଣ୍ଡା ବସ ଷ୍ଟାଣ୍ଡରୁ ୫୦କେଜି ଗଞ୍ଜେଇ ଜବତ, ୪ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ
  • ||
  • ଭୁବନେଶ୍ୱର : ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି, ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡିକାଲରେ ହେଉଥିଲେ ଚିକିତ୍ସିତ
  • ||
  • କଟକ : କଟକ ପାରାଦୀପ ରାସ୍ତା ସୋମପୁର ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗ୍ୟାରେଜ ଉପରେ ମାଡିଗଲା ଟ୍ରକ
  • ||
  • ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଯାଜପୁର ଅବକାରୀ ବିଭାଗ ଚଢ଼ାଉ, ୮୦ ଗ୍ରାମ ବ୍ରାଉନସୁଗାର ଜବତ
  • ||

ଖୋର୍ଦ୍ଧା ବ୍ଲକର ୩ ପଞ୍ଚାୟତର ୧୦ ରୁ ଊର୍ଦ୍ଧ୍ବ  ଗ୍ରାମ ଜଳ ଘେରରେ 

ଖୋର୍ଦ୍ଧା,୧୭।୮ ହୀରାକୁଦର ୪୦ଟି  ଗେଟ୍  ଖୋଲିବା ପରେ ରାଜୁଆ ନଦୀ ଫୁଲୁଛି । ଏହାର ପ୍ରଭାବ ରେ ରାଜୁଆ ନଦୀର ବନ୍ୟା ପାଣିରେ  ଖୋର୍ଦ୍ଧା ବ୍ଳକ ନରଣଗଡ ଏବଂ ଓରବରସିଂହ ପଞ୍ଚାୟତର ୧୦ରୁ ଊର୍ଦ୍ଧ୍ବ ଗ୍ରାମ ପାଣି ଘେରରେ ରହିଛି। ଓରବରସିଂହ ପଞ୍ଚାୟତର ହିରିମୂଳ, ଡିହଖଳା , ଦୁର୍ଗାପୁର ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି। ଏକର ଏକର ଚାଷ ଜମି ଜଳମଗ୍ନ ରହିଛି। ମଙ୍ଗଳବାର ରାତିରେ ଲୋକେ ଶୋଇଥିବା ବେଳେ ପାଣି ପଶି ଯାଇଥିବା ଲୋକେ ଅଭିଯୋଗ କରିଛନ୍ତି ।

ସ୍କୁଲ, ମନ୍ଦିର ରେ ପାଣି ପଶିଥିବା ବେଳେ ଘରେ ପାଣି ପଶି ଲୋକେ ନାହି ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଓରମୀ, ଡିହଖଳା ଏବଂ ଅନ୍ୟାନ୍ୟ ଗ୍ରାମବାସୀ ବାତ୍ୟା ଆଶ୍ରୟସ୍ଥଳୀରେ  ଗୋରୁଗାଈ ଧରି ଆଶ୍ରୟ ନେଇଛନ୍ତି। ଘେରିବନ୍ଧ ଲାଗି ସ୍ଥାନୀୟ ଗ୍ରାମବାସୀ ଦାବି କରିଛନ୍ତି। ନରଣଗଡ, ଓରବରସିଂହ ଓ ବ୍ରଜମୋହନପୁର ପଞ୍ଚାୟତବାସୀଙ୍କ ଦୁଃଖ ରାଜୁଆ। ପ୍ରତିବର୍ଷ ଏହି ସମସ୍ୟା ଲାଗି ରହୁଛି। ରାଜୁଆ ନଦୀରେ ଘେରିବନ୍ଧ ନିର୍ମାଣ କରାଗଲେ ଏହି ସମସ୍ଯା ସମାଧାନ ହୋଇପାରିବ ବୋଲି ଗ୍ରାମବାସୀ ଦାବି କରିଛନ୍ତି।