ପ୍ରମୁଖ ଖବର
  • ବିଜେପି ନୀଳଗିରି ବିଧାୟକ ଇଂ ସୁକାନ୍ତ ନାୟକ
  • ||
  • ଏପ୍ରିଲ୍‌ ୨ରୁ ନୂଆ ଶ୍ରେଣୀରେ ପଢ଼ିବେ ପିଲା, ନିର୍ଦ୍ଧାରିତ ସମୟରେ ବଣ୍ଟନ ହେବ ପାଠ୍ୟପୁସ୍ତକ
  • ||
  • ଏବେଠୁ ଜଳିଲାଣି ସାରା ଓଡ଼ିଶା, ଦିନ ସାଢେ ୧୧ଟାରେ ଟପିଗଲା ୩୬ ଡିଗ୍ରୀ
  • ||
  • ବିଜେଡିରେ ମିଶିଲେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ବଲାଙ୍ଗୀର ଲୋକସଭା ପ୍ରାର୍ଥୀ ନେଇ ଚର୍ଚ୍ଚା
  • ||
  • ବିଶ୍ୱରେ ୩୦% ହାରରେ ବଢ଼ୁଛି ଏଆଇ ନିଯୁକ୍ତି, ମେଶିନ ଲଣ୍ଣିଂ ସହ ଜଡିତ ପ୍ରଫେସନାଲଙ୍କ ବଢ଼ୁଛି ଚାହିଦା
  • ||
  • ବିଜେପିରେ ଟିକଟ କସରତ: ଆଜି ଆସିପାରେ ଦ୍ୱିତୀୟ ପର୍ଯ୍ୟାୟ ତାଲିକା, କୋର୍ କମିଟି ବୈଠକରେ ଚୂଡ଼ାନ୍ତ
  • ||
  • ବିଜେପି ଛାଡିଲେ ସାଲେପୁର ପୂର୍ବତନ ବିଧାୟକ ପ୍ରକାଶ ବେହେରା
  • ||

ଆସନ୍ତାକାଲି ହେବ ମହାରାଷ୍ଟ୍ର ବିଧାନସଭାରେ ଫ୍ଲୋର ଟେଷ୍ଟ, ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ

ନୂଆଦିଲ୍ଲୀ ୨୯/ ୦୬: ମହାରାଷ୍ଟ୍ର ରାଜନୀତିରେ ଜାରି ରହିଥିବା ତମ୍ବିତୋଫାନ ନୂଆ ମୋଡ ନେଇଛି । ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବାକୁ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନ ଉପରେ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରକାଶ ପାଇଛି । ବିଜେପି ପକ୍ଷରୁ ରାଜ୍ୟପାଳଙ୍କୁ ଭେଟି ଗୃହରେ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବାକୁ ଦାବି କରିଥିଲା । ଯାହାକୁ ନେଇ ସୁପ୍ରିମକୋର୍ଟରେ ପହଞ୍ଚିଥିଲା । ତେବେ କୋର୍ଟ ଏହାର ଶୁଣାଣି କରି କହିଛନ୍ତି, 'ଆସନ୍ତାକାଲି ହିଁ ମହାରାଷ୍ଟ୍ର ବିଧାନସଭାରେ ଫ୍ଳୋର ଟେଷ୍ଟ ହେଉ'। ସୁପ୍ରିମକୋର୍ଟଙ୍କ ଦ୍ବାରା ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍‌ ଜେ. ବି ପାରଡିଓ୍ବାଲାଙ୍କୁ ନେଇ ଗଠିନ ବେଞ୍ଚ ଏହି ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ।

ଗୁରୁବାର ହେବାକୁ ଥିବା ଫ୍ଲୋର ଟେଷ୍ଟରେ ଯାହା ବି ଫଳାଫଳ ବାହାରିବ ତାହା ହିଁ ଚୂଡାନ୍ତ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ପୂର୍ବରୁ ରାଜ୍ୟପାଳ ମଧ୍ୟ ଗୃହରେ ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବାକୁ କହିଥିଲେ । କିନ୍ତୁ ଏହାକୁ ବେଆଇନ ଦର୍ଶାଇ ସୁପ୍ରିମକୋର୍ଟଙ୍କ ଆଶ୍ରୟ ନେଇଥିଲେ ଶିବସେନା ମୁଖ୍ୟ ସଚେତକ ସୁନୀଲ ପ୍ରଭୁ । ସୁନୀଲଙ୍କ ଦ୍ବାରା କୋର୍ଟରେ ଦାଖଲ ହୋଇଥିବା ପିଟିସନ୍‌ ଉପରେ ଶୁଣାଣି କରି ଏଭଳି ରାୟ ଶୁଣାଇଛନ୍ତି କୋର୍ଟ । ସୁପ୍ରିମକୋର୍ଟଙ୍କ ଦୁଇ ଜଣିଆ ବେଞ୍ଚ କହିଛନ୍ତି, 'ଆସନ୍ତାକାଲି ଅର୍ଥାତ ଗୁରୁବାର ମହାରାଷ୍ଟ୍ର ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପରୀକ୍ଷା କରାଯିବ । ଏଥିରେ ଯାହା ବି ଫଳାଫଳା ବାହାରିବ ତାହା ହିଁ ଚୂଡାନ୍ତ' ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.