• ଦିଲ୍ଲୀ-ଏନସିଆରରେ ଘନ କୁହୁଡ଼ି
  • ଏୟାରପୋର୍ଟରେ ପରିଚାଳନା ସମସ୍ୟା 
  • ୧୦୦ରୁ ଅଧିକ ଫ୍ଲାଇଟ୍ ବାତିଲ 

ନୂଆଦିଲ୍ଲୀ : ଦିଲ୍ଲୀ-ଏନସିଆରରେ ବୁଧବାର ସକାଳେ ଘନ କୁହୁଡ଼ି ଛାଇ ଯିବାରୁ ଭିଜିବିଲିଟି ଖୁବ୍ କମ୍ ହୋଇଛି। ଇନ୍ଦିରା ଗାନ୍ଧୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ପରିଚାଳନା ସମ୍ୱନ୍ଧୀୟ ସମସ୍ୟା କାରଣରୁ ୧୪୮ଟି ବିମାନକୁ ବାତିଲ କରି ଦିଆ ଯାଇଛି,ଯେଉଁଥିରେ ୭୦ ପ୍ରସ୍ଥାନ ଓ ୭୮ ଆଗମନ ସାମିଲ ଅଛି। ଏହା ବ୍ୟତୀତ ଦୁଇଟି ଫ୍ଲାଇଟ୍କୁ ଡାଇଭର୍ଟ କରାଯାଇଛି। ଏହାସହ , କୁହୁଡ଼ି କାରଣରୁ ଟ୍ରେନ୍ ସେବା ପ୍ରଭାବିତ ହୋଇଛି.। ଟ୍ରେନ୍ ବିଳମ୍ୱ ହେବା କାରଣରୁ ଦିଲ୍ଲୀରେ ଷ୍ଟେସନ ଗୁଡ଼ିକରେ ଯାତ୍ରୀଙ୍କୁ ଅପେକ୍ଷା କରିବାକୁ ପଡ଼ିଛି।

ଏୟାର କ୍ୱାଲିଟି ଅର୍ଲି ୱାର୍ଣ୍ଣିଂ ସିଷ୍ଟମ ୩୧ ଡିସେମ୍ୱର ଓ ୧ ଜାନୁଆରୀରେ ବାୟୁର ଗୁଣବତ୍ତା ଗୁରୁତର ଶ୍ରେଣୀରେ ରହିବାକୁ ଚେତାବନୀ ଦେଇଛି। ଏହି ସ୍ଥିତି ପ୍ରତିକୂଳ ଭେଣ୍ଟିଲେସନ ଇଣ୍ଡେକ୍ସ ଓ ପ୍ରତି ଘଣ୍ଟାରୁ କମ୍ ବାୟୁର ସ୍ପିଡ୍ କାରଣରୁ ହୋଇଛି।

୧୦୦ରୁ ଅଧିକ ଫ୍ଲାଇଟ୍ ବାତିଲ –

ଆଇଜିଆଇ ଏୟାରପୋର୍ଟରେ ମଙ୍ଗଳବାର ଫ୍ଲାଇଟ୍ ଉପରେ ବଡ଼ ପ୍ରଭାବ ପଡ଼ିଛି। ସୂତ୍ରା ମୁତାବିକ ମୋଟ ୧୪୮ ଉଡ଼ାଣ ବାତିଲ ହୋଇଛି। ଏଥିରେ ୭୦ଟି ଫ୍ଲାଇଟ୍ ଦିଲ୍ଲୀରୁ ଯିବାର ଥିଲା ଏବଂ ୭୮ଟି ଫ୍ଲାଇଟ୍ ଦିଲ୍ଲୀ ପହଞ୍ଚିବାର ଥିଲା । ସକାଳ ୮.୩୦ ସମୟରେ ଏୟାରପୋର୍ଟରେ ସାଧାରଣ ଭିଜିବିଲିଟି ୨୫୦ ମିଟର ରୁଜୁ କରାଯାଇଛି , ଯାହାକି ରନୱେରେ ଭିଜିବିଲିଟି ୬୦୦ରୁ ୧୦୦୦ ମିଟର ମଧ୍ୟରେ ରହିଛି। ଏହି ଖରାପ ଭିଜିବିଲିଟି କାରଣରୁ ଯାତ୍ରୀଙ୍କୁ ଖୁବ୍ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି।

ଏନସିଆରର ନିବାସୀ ଘନ କୁହୁଡ଼ି ଓ ବିପଜ୍ଜନକ ବାୟୁର ଗୁଣବତ୍ତା ଦେଇ ଗତି କରୁଛନ୍ତି। ପାଣିପାଗ ବିଭାଗ (ଆଇଏମଡି) ଦିଲ୍ଲୀ ପାଇଁ ୟେଲୋ ଆଲର୍ଟ ଜାରି କରିଛି, କାରଣ କୁହୁଡ଼ି ଗତ ଦିନର ତୁଳନାରେ ଅଧିକ ଘନ ଥିଲା। ବାୟୁର ଗତି ଧୀମା ହେବା ଓ ଭେଣ୍ଟିଲେସନ ଇଣ୍ଡେକ୍ସର ୬୦୦୦ ବର୍ଗ ମିଟର ପ୍ରତି ସେକେଣ୍ଡରୁ ତଳେ ରହିବା କାରଣରୁ ଆଗାମୀ ଛଅ ଦିନ ଯାଏ ବାୟୁ ଗୁଣବତ୍ତା ବହୁତ ଖରାପ ଶ୍ରେଣୀରେ ରହିବାର ଆଶଙ୍କା ରହିଛି।