ପ୍ରମୁଖ ଖବର
  • କେନ୍ଦୁଝର : ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା, ୩ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ
  • ||
  • କଟକ : କାଠଯୋଡି ନଦୀରୁ ଅଚିହ୍ନା ଶବ ଉଦ୍ଧାର
  • ||
  • ଭୁବନେଶ୍ୱର: ବୁଧବାର ଜମୁଛି ବେପାର, ଆମିଷ ଦର ତାଲିକା ମାରିବା ବାଧ୍ୟତାମୂଳକ
  • ||
  • ଭୁବନେଶ୍ୱର: ଟିଟିଏସ୍‌ରୁ ଅଳିଆ ହଟାଇବାକୁ ବିଏମ୍‌ସିର ଜୋରଦାର୍‌ ପ୍ରୟାସ, ୧୫ ଦିନରେ ୧୮ ହଜାର ଟନ୍‌ ପ୍ରୋସେସିଂ
  • ||
  • ଉତ୍ତରକାଶୀ: ଏମିତି କଟିଲା ୧୭ ଦିନ; ଭିଡିଓ ଗେମ୍‌, ଚେସ୍‌ର ବି ମଜାନେଲେ ଯୋଗ, ବ୍ୟାୟାମ କରି ନିଜକୁ ଫିଟ୍‌ ରଖିଲେ
  • ||
  • ଭୁବନେଶ୍ଵର : ୩୦ରେ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସାଇକେଲ୍‌ ବ୍ରାଣ୍ଡିଂ, ଲାଗିବ ‘ଆମେ ଗଢ଼ିବୁ ନୂଆ ଓଡ଼ିଶା’ ଷ୍ଟିକର
  • ||
  • ଭୁବନେଶ୍ଵର : ବାତ୍ୟା ପାଇଁ ସଜାଗ ୭ ଜିଲ୍ଲା, ଚାଷୀଙ୍କୁ ଅଦିନିଆ ବର୍ଷା ଚିନ୍ତା
  • ||

ଛଟେଇ କରିବ ଫୁଡ୍‌ ଡେଲିଭରୀ ଆପ୍ Zomato, କ୍ଷତି ସହୁଥିବାରୁ ବିଦାହେବେ ୩% କର୍ମଚାରୀ

ନୂଆଦିଲ୍ଲୀ ୧୯/ ୧: ବିଶ୍ବର ବଡ ବଡ କମ୍ପାନୀ ଏବେ କର୍ମଚାରୀଙ୍କ ଛଟେଇ ଆରମ୍ଭ କରିଦେଇଛନ୍ତି । ସମ୍ଭାବ୍ୟ ଆର୍ଥିକ ମାନ୍ଦାବସ୍ଥାକୁ ଦୃଷ୍ଟିରେ ରଖି କମ୍ପାନୀଗୁଡିକ ଆଗୁଆ ଛଟେଇ କରିବାରେ ଲାଗିପଡିଲେଣି । ମେଟାରୁ ଆରମ୍ଭ କରି ଟ୍ବିଟର୍‌ ଏବଂ ଆମାଜନ ଠାରୁ ମାଇକ୍ରୋସଫ୍ଟ ଯାଏଁ, ବଡ ବଡ କମ୍ପାନୀ ଏବେ କର୍ମଚାରୀଙ୍କୁ ବିଦା କରୁଛନ୍ତି । ଏହି କ୍ରମରେ ଏବେ ଜୋମାଟୋ ମଧ୍ୟ ସାମିଲ ହୋଇଛି । ଖର୍ଚ୍ଚ କମାଇବା ପାଇଁ କମ୍ପାନୀ ପକ୍ଷରୁ କର୍ମଚାରୀଙ୍କୁ ବାହାର କରାଯାଉଛି ।

ଫୁଡ୍‌ ଅର୍ଡରିଂ ଆପ୍‌ Zomato ତାର ମୋଟ କର୍ମଚାରୀଙ୍କ ମଧ୍ୟରୁ ୩ପ୍ରତିଶତଙ୍କୁ ବିଦା କରିବାକୁ ଯାଉଛି । ଯାହା ଦ୍ବାରାକି ୧୦୦ରୁ ଉର୍ଦ୍ଧ୍ବ କର୍ମଚାରୀ ପ୍ରଭାବିତ ହେବେ । ଦେଶବ୍ୟାପୀ ଜୋମାଟୋର ଥିବା ମୋଟ ୩୮୦୦ କର୍ମଚାରୀଙ୍କ ମଧ୍ୟରୁ କିଛିଙ୍କର ଚାକିରି ଯିବ । ଏ ନେଇ କମ୍ପାନୀର ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ଜୋମାଟୋର ସହ-ପ୍ରତିଷ୍ଠାତା ମୋହିତ ଗୁପ୍ତା ଶୁକ୍ରବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି ।

ସୂଚନାଯୋଗ୍ୟ, ଖାଦ୍ୟ ଡେଲିଭରୀ ଆପ୍‌ ଜୋମାଟୋ ଲଗାତାର ଭାବେ କ୍ଷତି ସହିଆସୁଛି । ଚଳିତ ବର୍ଷର ଦ୍ବିତୀୟ ତ୍ରୈମାସିକରେ କମ୍ପାନୀର କ୍ଷତି ପ୍ରାୟ ୩ କୋଟି ଟଙ୍କାରୁ ଅଧିକ ହୋଇଥିଲା । ସେହି ତୁଳନାରେ ଗୋଟିଏ ଆର୍ଥିକ ବର୍ଷରେ କମ୍ପାନୀର କ୍ଷତି ୫ କୋଟି ୨୭ ଲକ୍ଷ ଟଙ୍କା ହୋଇସାରିଲାଣି। ଯାହାକୁ ନେଇ କମ୍ପାନୀ କର୍ତ୍ତୃପକ୍ଷ ଚିନ୍ତାରେ । ବାଧ୍ୟହୋଇ କର୍ମଚାରୀଙ୍କୁ ବିଦା କରାଯାଉଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।

ଏହା ପ୍ରଥମ ଥର ପାଇଁ ନୁହେଁ ପୂର୍ବରୁ ମଧ୍ୟ କର୍ମଚାରୀଙ୍କୁ ବାହାର କରିଥିଲା ଜୋମାଟୋ । ଗତ ୨୦୨୦ ମେ ମାସରେ ୧୩ ପ୍ରତିଶତ ଅର୍ଥାତ ଏକାବେଳେ ୫୨୦ ଜଣଙ୍କୁ ବିଦା କରିଥିଲା କମ୍ପାନୀ ।

Copyright © 2022 - Summa Real Media Private Limited. All Rights Reserved.