PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରଗଡ଼: ବରଗଡ଼ରେ ଲାଇନ୍‌ଚ୍ୟୁତ୍ ହେଲା ଚୂନପଥର ବୋଝେଇ ମାଲବାହୀ ଟ୍ରେନ୍, ଟ୍ରାକ୍‌ରୁ ଖସିଲା ୫ ୱାଗନ୍
  • ||
  • ବାଲେଶ୍ୱର : ଶବକୁ ନେଇ ସାଂଘାତିକ ଖେଳ: ଆଉ କାହାର ଶବକୁ ଧରି ସ୍ତ୍ରୀ କହିଲା ସ୍ୱାମୀ ମୋର, ଦିଅ ଟଙ୍କା…
  • ||
  • ଭୁବନେଶ୍ୱର : କୋଲକାତା ଓ ଆସାମ ଫେରିଲେ ଯାତ୍ରୀ, ବସ୍‌ ସେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ
  • ||
  • ସୋର: ବାହାନଗାରେ ସ୍ଵାଭାବିକ ହେଲା ଟ୍ରେନ୍ ଚଳାଚଳ, ଗଡ଼ିଲା ୩ଟି ଟ୍ରେନ୍
  • ||
  • ବାଲେଶ୍ୱର : ବାହାନଗା ଟ୍ରେନ୍‌ ଦୁର୍ଘଟଣା: ୨୮୫ ଜଣ ନେଲେଣି ୩.୨୨ କୋଟିର ଅନୁକମ୍ପା ରାଶି
  • ||
  • ଭୁବନେଶ୍ୱର: ବାହାନଗା ବିଭୀଷିକା: ପ୍ରତିଶ୍ରୁତି ପୂରଣ କରିପାରିଲାନି ସ୍ୱାମୀ, ମଙ୍ଗଳସୂତ୍ର ଦେବା ପୂର୍ବରୁ ଚାଲିଗଲା ଜୀବନ
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ବୁଲିଲା ଚଉଦ ନାହାକା, ଉଠିଲା ୨ୟ ଭୂଇଁ
  • ||
  • ପୁରୀ: ଅଣସର ଘରେ ମହାପ୍ରଭୁଙ୍କ ଗୁପ୍ତ ପୂଜା ଆରମ୍ଭ, ଶ୍ରୀମନ୍ଦିରକୁ ବିଜେ କଲେ ପଟିଦିଅଁ: ଆଜିଠୁ ଶ୍ରୀଅଲାରନାଥ ଦର୍ଶନ
  • ||

ଛୁଟି କାଟିବାକୁ ଯାଇଥିବା ବେଳେ ଡ୍ୟାମ୍‌ରେ ଖସି ପଡିଲା ଦାମୀ ମୋବାଇଲ, ପମ୍ପ ଲଗାଇ ଲକ୍ଷାଧିକ ଲିଟର ପାଣି ଶୁଖାଇ ଦେଲେ ଅଧିକାରୀ

ରାୟପୁର,୨୬।୫: କଥାରେ ଅଛି ଜଳ ହିଁ ଜୀବନ। ହେଲେ ଗ୍ରୀଷ୍ମ ଋତୁରେ ସାରା ଦେଶରେ ଜଳର ପ୍ରବଳ ଅଭାବ। ଜଳସ୍ତର ହ୍ରାସ ପାଇଥିବା ବେଳେ ଜଳାଶୟ ସୁଖି ଯାଇଛି। ଲୋକମାନେ ପାଣି ଟୋପାଏ ପାଇବାକୁ ଅନେକ ହନ୍ତସନ୍ତ। ହେଲେ ଜଣେ ସରକାରୀ ଅଧିକାରୀ ନିଜର ଫୋନ୍‌ ପାଇଁ ଦେଢ ହଜାର ଲକ୍ଷାଧିକ ଲିଟର ପାଣିକୁ କରିଦେଲେ ନଷ୍ଟ। ଏଭଳି ଏକ ଘଟଣା ଛତିଶଗଡର ପନଖାଜୁରରେ ଦେଖିବାକୁ ମିଳିଛି।

ରବିବାର ଛୁଟି କାଟିବା ପାଇଁ କୋୟଲିବେଡା ବ୍ଲକର ଜଣେ ଫୁଡ୍‌ ଇନ୍ସପେକ୍ଟରଙ୍କ ପରଲକୋଟ ଜଳାଶୟକୁ ଯାଇଥିଲେ। ସେଠାରେ ତାଙ୍କର ଏକ ଦାମୀ ଫୋନ୍‌ ପାଣି ଭିତରକୁ ଖସି ପଡିଥିଲା। ଫୋନ୍‌ଟି ପ୍ରାୟ ୧୫ ଫୁଟ୍‌ ପାଣି ତଳେ ରହିଥିଲା। ଅଧିକାରୀ ଜଣକ ମୋବାଇଲ ଖୋଜିବା ପାଇଁ ଆଖପାଖର ଗାଁ ଲୋକଙ୍କୁ କାମରେ ଲଗାଇଥିଲେ। ଭଲ ଭଲ ସ୍କୁବାଡାଇଭରକୁ ମଧ୍ୟ ଆଣିଥିଲେ ହେଲେ ବିଫଳ ହୋଇଥିଲେ। ଏହାପରେ ଫୋନ୍ କରି ଜଳସେଚନ ବିଭାଗର ଅଧିକାରୀଙ୍କ ସହ ଚର୍ଚ୍ଚା କରିଥିଲେ। ପରେ ୩୦ ଏଚ୍‌ପି ପମ୍ପ ଲଗାଇ ଜଳାଶୟର ପାଣି ବାହାର କରାଯାଇଥିଲା। ପାଣି ବାହାର କରିବା ପାଇଁ ଗତ  ତିନି ଦିନ ହବ ଲଗାତାର ପମ୍ପ ଚଳାଇଥିଲେ।

ଜଳାଶୟରୁ ଲଗାତାର ପାଣି ବାହାର କରାଯିବା କଥା ଉପର ଅଧିକାରୀଙ୍କ ନିକଟରେ ପହଞ୍ଚି ଯାଇଥିଲା ଓ ଜଳସେଚନ ବିଭାଗର ଅଧିକାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଯେତେବେଳେ ପମ୍ପକୁ ବନ୍ଦ କରାଯାଇଥିଲା। ଏହାପରେ ଖୋଜିବା ପରେ ମୋବାଇଲ ଫୋନ୍ ମିଳିଥିଲା, କିନ୍ତୁ ସେତେବେଳେ ଏହା ଖରାପ ହୋଇସାରିଥିଲା। ଅନୁମାନ ଅନୁସାରେ, ଗତ ସୋମବାରରୁ ଗୁରୁବାର ପର୍ଯ୍ୟନ୍ତ ଲଗାତାର ୨୪ ଘଣ୍ଟା ଚାଲିଥିବା ୩୦ ହର୍ସ ପାଓ୍ବାରର ଦୁଇଟି ଡିଜେଲ ପମ୍ପରୁ ପ୍ରାୟ ୨୧ ଲକ୍ଷ ଲିଟର ପାଣି ବିନା କାରଣରେ ବୋହି ଯାଇଥିଲା। ପାଣି ଏତେ ନଷ୍ଟ ହୋଇଯାଇଥିଲା ଯେ, ଦେଢ ହଜାର ଏକର ଜମିକୁ ପାଣି ମଡାଇବା ଯୋଗ୍ୟ ଥିଲା। ଏବେ ପ୍ରଶ୍ନ ଉଠୁଛି ଅଫିସରଙ୍କ ମୋବାଇଲରେ ଏଭଳି କ’ଣ ଥିଲା ? ଯେଉଁଥିପାଇଁ ଜଳସେଚନ ପାଇଁ ଉପଯୋଗ କରାଯାଉଥିବା ପାଣିକୁ ଏଭଳି ନଷ୍ଟ କରାଯାଇଥିଲା। ସେଭଳି ଏହି ମାମଲାରେ ଜଳ ସମ୍ବଳ ବିଭାଗର ବିଭାଗୀୟ ଅଧିକାରୀ ରାମ ଳାଲ ଢିମ୍ବରଙ୍କ କହିବା ଅନୁସାରେ, ୫ ଫୁଟ୍ ପର୍ଯ୍ୟନ୍ତ ପାଣିକୁ ଖାଲି କରିବାର ଅନୁମତି ମୌଖିକ ଭାବରେ ଦିଆଯାଇଥିଲା। କିନ୍ତୁ ଏପର୍ଯ୍ୟନ୍ତ ୧୦ ଫୁଟ୍‌ରୁ ଅଧିକ ପାଣି ବାହାର କରାଯାଇଥିଲା।