ପାତ୍ରପୁର୧୩/୧୧ ପାତ୍ରପୁର ବ୍ଲକ ପାତ୍ରପୁର ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ ଖାଦ୍ୟ ଖାଇ ସାତ ଜଣ ଆକ୍ରାନ୍ତ ହୋଇଥିବା ଜଣପଡିଛି। ସେଥି ମଧ୍ୟରୁ ଜଣେ ଗୁରୁତର ବ୍ୟକ୍ତିଙ୍କୁ ବ୍ରହ୍ମପୁର ସ୍ଥାନାନ୍ତରିତ କରାଯାଇଛି । ପାତ୍ରପୁର ଗ୍ରାମର କେ କୃଷ୍ଣ ମୂର୍ତ୍ତି ଆଚରିଙ୍କ ଘରେ ଆଜି ରୋସେଇ ହୋଇଥିବା କିଛି ଖାଦ୍ୟ ଖାଇ ସାତ ଜଣ ଆକ୍ରାନ୍ତ ହୋଇଥିଲେ । ଏହା ପରେ ବାନ୍ତି ହେବାରୁ ତୁରନ୍ତ ପାତ୍ରପୁର ଡାକ୍ତର ଖାନାକୁ ନିଆ ଯାଇଥିଲା। ଆକ୍ରାନ୍ତ ମାନେ ହେଲେ କେ କୃଷ୍ଣମୂର୍ତ୍ତି ଆଚରି (୭୪) ,କେ କୁସୁମୀ ଆଚରି (୩୦) ,କେ ଅଞ୍ଜଳି ଆଚରି (୨୧), କେ ହେମା ଆଚରି (୩୦) ସାମନ୍ତିଆ ପଲ୍ହୀ ଗ୍ରାମର ରୋଜା ଆଚରି (୪୧) ଏବଂ ତାଙ୍କ ଘରେ କାମ କରୁଥିବା ବମକେଇ ଗ୍ରାମର ସୋମବାରୁ କନିଆରି (୫୦) ଏବଂ କୁମୁଝରି ଗ୍ରାମର ରାଜୀବ ପ୍ରଧାନ (୩୦) ବୋଲି ଡାକ୍ତର ସୂଚନା ଦେଇଛନ୍ତି। ତେବେ ଗୁରୁତର କେ କୃଷ୍ଣ ମୂର୍ତ୍ତି ଆଚରିଙ୍କୁ ବ୍ରହ୍ମପୁର ସ୍ଥାନାନ୍ତରିତ କରାଯାଇଛି। ଆଜି ପରିବାର ଗଜପତି ଜିଲ୍ଲାରୁ ବିକ୍ରୀ ପାଇଁ ଆସିଥିବା ଦେଶୀ ଆଳୁ କିଣି ରୋଷେଇ କରି ଖାଇ ଥିଲେ । ତେବେ ପରବର୍ତ୍ତୀ ସମୟରେ ବାନ୍ତି ହେବାରୁ ଡାକ୍ତରଖାନାକୁ ନିଆ ଯାଇଥିବା ବେଳେ ଏବେ ଅନ୍ୟ ୬ ଜଣ ପାତ୍ରପୁରରେ ଚିକିତ୍ସିତ ହେଉ ଥିବା ସୂଚନା ମିଳିଛି।